ଭୁବନେଶ୍ୱରର ପ୍ରତି ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ

ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ଭୁବନେଶ୍ୱରର ଘରେ ଘରେ ଲାଗିବ ଡିଜିଟାଲ ଠିକଣା ବୋର୍ଡ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାଟି ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଚିହ୍ନଟ କରିବାକୁ କରାଯାଇଥିବାବେଳେ ଏଥିରେ ଭୁବନେଶ୍ୱରରେ ବସବାସ କରୁଥିବା ଲୋକସଂଖ୍ୟାର ତଥ୍ୟ ମିଳିବ। ଏଥିସହ କେଉଁଟା ବ୍ୟବସାୟିକ ଅନୁଷ୍ଠାନ ଓ କେଉଁଟା ବାସଗୃହ ତାହାର ତଥ୍ୟ ରହିପାରିବ। ଏନେଇ ପୂର୍ବ ଯୋଜନା ଅନୁଯାୟୀ ବିଏମ୍‌ସି ନୂଆ ଟ୍ୟାକ୍ସ କଲେକ୍ଟର ନିୟୋଜିତ କରିବ। ତା’ସହ ଭୁବନେଶ୍ୱରରେ ଯେଉଁମାନେ ଘର ଖୋଜିବାରେ ସମସ୍ୟା ଅନୁଭବ କରୁଛନ୍ତି ସେମାନଙ୍କୁ ସହାୟତା ମିଳିବ। ସମସ୍ତ ଓ୍ବାର୍ଡରେ ନିୟୋଜିତ ଥିବା ଓ୍ବାର୍ଡ ଅଫିସରମାନେ ଏହାକୁ ତଦାରଖ କରିବେ। ଏହି ନୂତନ ବ୍ୟବସ୍ଥା ପାଇଁ ବିଏମ୍‌ସି ଗତ ୫ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ଟେଣ୍ଡର ପ୍ରକ୍ରିିୟା ସରିବା ପରେ ସମ୍ପୃକ୍ତ ସଂସ୍ଥା ଆସନ୍ତା ୬ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଓ୍ବାର୍ଡରେ ସର୍ଭେ କରି ବିଏମ୍‌ସିକୁ ରିପୋର୍ଟ ଦେବ। ତା’ପରେ ପ୍ରତ୍ୟେକ ଘରେ ଡିଜିଟାଲ ଠିକଣା ବୋର୍ଡ ଲଗାଯିବ ବୋଲି ବିଏମ୍‌ସି ଯୋଜନା ରଖିଛି।
ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ପୂର୍ବରୁ ଘର ସଂଖ୍ୟା ଅନୁଯାୟୀ ଖୋଜି ବାହାର କରିବା କାଠିକର ପାଠ ହେଉଥିଲା। ନୂଆ ଯୋଜନାରେ ପ୍ରତ୍ୟେକ ଘରକୁ ଏକ ଆଇଡି ନମ୍ବର ବା ପରିଚୟ ସଂଖ୍ୟା ଯୋଗାଇ ଦିଆଯିବ। ତାହା ଜିପିଏସ୍‌ ଆଧାରିତ ହୋଇଥିବାରୁ ପ୍ରତି ଘରର ଭୌଗୋଳିକ ଚିହ୍ନଟ ସହଜରେ ହୋଇପାରିବ। ଏପରି କି ଘର, ଘର ସମ୍ପର୍କିତ ତଥ୍ୟ ଓ ଘରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ବିମାନବନ୍ଦର, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଓ ଲେନ୍‌ ବିବରଣୀ ଏହି ନୂଆ ବ୍ୟବସ୍ଥାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ସେହିପରି ଡିଜିଟାଲ ଠିକଣା ବୋର୍ଡ ଲାଗିଯିବା ପରେ କୌଣସି ଘରେ ରହୁଥିବା ବ୍ୟକ୍ତିଙ୍କ ବିବରଣୀ ସମେତ ବିଦ୍ୟୁତ୍‌ ସଂଯୋଗ, ପାଇପ ଜଳ ସଂଯୋଗ, ସମ୍ପତ୍ତି, ଟ୍ୟାକ୍ସ ଦେୟ ତଥ୍ୟ ମିଳିପାରିବ ଓ ଏସବୁ ସହଜରେ ପରିଚାଳନା କରାଯାଇପାରିବ। ଯେଉଁମାନେ ଜାଣତରେ ବିଏମ୍‌ସିକୁ ରାଜସ୍ବ ଫାଙ୍କୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ।

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri