ରାଜ୍ୟ

ଚିକିତ୍ସା ଅବହେଳା ଅଭିଯୋଗ: ଅକ୍ସିଜେନ ଦିଆ ନ ଯିବାରୁ ଝିଅର ମୃତ୍ୟୁ

କେନ୍ଦୁଝର,୧୭।୯(ସ୍ବ.ପ୍ର.): ସାପ କାମୁଡ଼ାରେ ଅସୁସ୍ଥହୋଇ କେନ୍ଦୁଝର ଜିଲା ମୁଖ୍ୟ ଡକ୍ତରଖାନାରେ ଚିକିତ୍ସଧୀନ ଜଣେ ଯୁବତୀଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଯାତ୍ରୀ ପାତ୍ର(୧୭)। ତାଙ୍କ ଘର ମୟୂରଭଞ୍ଜ ଜିଲା ବଡ଼କରଞ୍ଜିଆ ଗ୍ରାମରେ। ଯାତ୍ରୀଙ୍କୁ ଠିକ୍‌ ସମୟରେ ଅକ୍ସିଜେନ ଦିଆ…

ଦେବଦୂତ ସାଜିଲେ ଡାକ୍ତର: ଅନାଥ ପିଲାକୁ ଭାରରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି,୧୭।୯(ସ୍ବ.ପ୍ର): ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ବଣ୍ଡାଘାଟି ବଡ଼ଡୁରାଲ ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଜଣେ ୧୨ ବର୍ଷର ଅନାଥ ପିଲା କମୁଳୁ କିରସାନିଙ୍କ ପେଟ ଫୁଲିବା ଯୋଗୁ ସେ କଷ୍ଟ ଭୋଗୁଥିଲେ। ଏ ନେଇ ଗାଁ ଲୋକ ଆରୋଗ୍ୟ ପ୍ଲସ୍‌କୁ ଖବର…

ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ ପର୍ଯ୍ୟଟକମାନେ କମଳା ଓ ଗୌରୀକୁ ହାତୀଶାଳରେ ଦେଖିବାର ସୁଯୋଗ ପାଇବେ ନାହିଁ। ହାତୀଶାଳରେ ଥିବା…

ଡ୍ରଗ୍ସ ଡିଲର ଏସ୍‌.କେ. ରାଜା ଗିରଫ:ଜଳପଥରେ ଆଣୁଥିଲେ ନିଶା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ବ୍ରାଉନ୍‌ସୁଗାର ଚୋରା କାରବାରର କିଙ୍ଗପିନ୍‌ ତଥା ଓଡ଼ିଶା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ଡିଲର ଏସ୍‌.କେ. ରାଜା(୨୯)ଙ୍କୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି। ସେ ଏଜେଣ୍ଟ ଓ ଖୁଚୁରା ବେପାରୀଙ୍କୁ ବ୍ରାଉନସୁଗାର ଦେବାକୁ ଅପେକ୍ଷା କରିଥିବାବେଳେ ଧରାପଡ଼ିଥିଲେ। ତାଙ୍କଠାରୁ ୧୩୦ ଗ୍ରାମର…

ଅପହରଣର ୨ମାସ ପରେ ବି ନାବାଳିକାଙ୍କ ପତ୍ତା ପାଉନି ପୋଲିସ: ନ୍ୟାୟ ଦାବିରେ ଧାରଣା ଦେଲେ ମହିଳା

ପୁରୀ ଅଫିସ,୧୭-୯:ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଅପହରଣ ଘଟଣାରେ ନାବାଳିକାଙ୍କ ପରିବାରକୁ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସୋମବାର ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ଗ୍ରାମର ଶତାଧିକ ମହିଳା। ସେମାନେ ନ୍ୟାୟ…

ବନ୍ଧୁତା ପାଇଁ ଜର୍ମାନୀରୁ ଗୋପ

ଗୋପ, ୧୭-୯(ଡି.ଏନ୍‌.ଏ.):ଗ୍ଲୋବାଲ ଓ୍ବାର୍ମିଂ ଆଜି ବିଶ୍ୱବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ବୃକ୍ଷରୋପଣ। ଏହା ସହ ଜର୍ମାନୀ ଓ ଭାରତ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ ହେଲେ ଏହି ବୃକ୍ଷ…

ମାଲେସିଆ ଫେରିଗଲା ଜିନ୍‌ ହ୍ବା: ଛାଡ଼ିଗଲା ସ୍ମୃତି, ଦେଇଗଲା ଅନେକ ଅନୁଭୂତି

ବ୍ରହ୍ମଗିରି, ୧୭-୯(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ଓ ଖିରୀସାହି ମଝି ବଙ୍ଗୋପ ସାଗର କୂଳରେ ଅଟକିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା ରବିବାର ରାତିରେ କୂଳ ଛାଡ଼ିଥିଲା। ଗତ ମାସ ୭ତାରିଖରୁ ବୈଷୟିକ ତ୍ରୁଟି ଯୋଗୁ କୂଳକୁ…

ଆସୁଛି ଧର୍ମମାସ କାର୍ତ୍ତିକ:ଦୟନୀୟ ଅବସ୍ଥାରେ ତୀର୍ଥ ପୁଷ୍କରିଣୀ

ପୁରୀ ଅଫିସ,୧୭-୯:ଆସୁଛି ଧର୍ମମାସ କାର୍ତ୍ତିକ। ଏହି ସମୟରେ ହବିଷ ପାଳିବାକୁ ଶ୍ରୀକ୍ଷେତ୍ର ଆସିବେ ହଜାର ହଜାର ହବିଷିଆଳି। ମାସେ ପର୍ଯ୍ୟନ୍ତ ପୁରୀରେ ରହିବେ। ଏଠାକାର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପ୍ରାତଃ ସ୍ନାନ ସାରି ଚଉଁରା ମୂଳେ ରାଇ ଦାମୋଦରଙ୍କ ପୂଜା କରିବେ।…

ଜିତେନ୍ଦ୍ରଙ୍କ ‘ଦି ଲାଷ୍ଟ୍‌ କଲର୍‌’ ଶ୍ରେଷ୍ଠ ଫିଚର ଫିଲ୍ମ

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଚର ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’ ପୁଣି ଏକ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି। ଜିତେନ୍ଦ୍ରଙ୍କ ନିର୍ମିତ ଏହି ଫିଲ୍ମ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ…

ଶହୀଦନଗର ଦୁର୍ଗାପୂଜା ସମିତି:ତୋରଣରେ ଲକ୍ଷ୍ନୌ ରାଜପ୍ରାସାଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତିରେ ନିଜକୁ ସାମିଲ କରିଛି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ଶହୀଦନଗର। ଶହୀଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏବେ ସୁଦ୍ଧା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ…

ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାରର ନୂଆଖାଇଁ ଭେଟ୍‌ଘାଟ୍‌

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ରବିବାର ମୁମ୍ବାଇର ସ୍ବତନ୍ତ୍ରବୀର ସାବରକର ଅଡିଟୋରିୟମଠାରେ ୧୩ତମ ନୂଆଖାଇଁ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପରିଚାଳନା କମିଟିର ସଦସ୍ୟ ଚମ୍ପକ ତ୍ରିପାଠୀଙ୍କ କଣ୍ଠରୁ ଦେବୀଙ୍କ ମନ୍ତ୍ର ସହ ବରିଷ୍ଠ ମହିଳା ସଦସ୍ୟଙ୍କ ଦ୍ୱାରା…

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ ନିଆରା ମୂର୍ତ୍ତି ନିର୍ମାଣ ସହ ସୁଉଚ୍ଚ ତୋରଣ, ଆଲୋକସଜ୍ଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?