ନନ୍ଦନକାନନରେ ଭାଇରସ୍‌ ଭୟ: ବଦଳିଲା ଛୁଆହାତୀ କମଳା, ଗୌରୀଙ୍କ ଠିକଣା

ବାରଙ୍ଗ,୧୭-୯(ଡି.ଏନ୍‌.ଏ):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହରପିସ ଭୂତାଣୁ ଯୋଗୁ ଦୁଇଟି ହାତୀଙ୍କର ମୃତ୍ୟୁପରେ ହାତୀଶାଳରେ ଥିବା ଦୁଇ ହାତୀଛୁଆ କମଳା ଓ ଗୌରୀଙ୍କର ଠିକଣା ବଦଳିଯାଇଛି। ଆଉ ପର୍ଯ୍ୟଟକମାନେ କମଳା ଓ ଗୌରୀକୁ ହାତୀଶାଳରେ ଦେଖିବାର ସୁଯୋଗ ପାଇବେ ନାହିଁ। ହାତୀଶାଳରେ ଥିବା ପ୍ରେମା, ବାସନ୍ତୀ, ହୀରାଙ୍କଠାରୁ ସେମାନଙ୍କୁ ଅଲଗା କରାଯାଇଛି। କମଳା ଓ ଗୌରୀକୁ ଜଳହସ୍ତୀ ଏନକ୍ଲୋଜର ପାଖରେ ଥିବା ଶାନ୍ତୀ, ମୈତ୍ରୀ, ତୃପ୍ତି, ସ୍ମୃତି ଚାରି କଟେଜ ପରିସର ହିଁ ନୂଆ ଠିକଣା ହୋଇଛି। ଏହି କଟେଜ ପରିସରକୁ ସଫା କରିବା ସହ ମାଟିକୁ ସମାନ କରାଯାଇ ଏକ ଅସ୍ଥାୟୀ ଘର ହୋଇଛି। ଏହି ଅସ୍ଥାୟୀ ଘରର ଚତୁଃପାର୍ଶ୍ୱକୁ ପ୍ରତିଷେଧକ ଔଷଧ ଦ୍ୱାରା ଛିଞ୍ଚନ କରାଯାଇଛି। ସବୁଠାରୁ ଛୋଟ ହାତୀ ମାମା ନନ୍ଦନକାନନକୁ ଆସିବା ପରଠାରୁ ଡାକ୍ତରଖାନା ପାର୍ଶ୍ୱରେ ରହିଥିବାବେଳେ ହାତୀଶାଳରେ ଥିବା ପ୍ରେମା, ବାସନ୍ତୀ, ହୀରାଙ୍କୁ ଏକା ସାଙ୍ଗରେ ନୁହେଁ ଅଲଗା ଅଲଗା କରି ରଖାଯାଇଛି। ସମସ୍ତ ହାତୀଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ସୋମବାର ଏଠାକାର ଡାକ୍ତରମାନେ ଓୟୁଏଟିକୁ ପଠାଇଛନ୍ତି। ଓୟୁଏଟିରେ ଏହି ରକ୍ତନମୁନା ପରୀକ୍ଷା ପରେ ଆସାମକୁ ପୁନଃ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି ା ସମସ୍ତ ହାତୀଙ୍କୁ ଡାକ୍ତରମାନଙ୍କ ନଜରବନ୍ଦିରେ ରଖାଯିବା ସହ କର୍ମଚାରୀ ଓ ମାହୁନ୍ତମାନେ ସଜାଗ ରହି ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଣାଇବାକୁ କୁହାଯାଇଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?