ଆସୁଛି ଧର୍ମମାସ କାର୍ତ୍ତିକ:ଦୟନୀୟ ଅବସ୍ଥାରେ ତୀର୍ଥ ପୁଷ୍କରିଣୀ

ପୁରୀ ଅଫିସ,୧୭-୯:ଆସୁଛି ଧର୍ମମାସ କାର୍ତ୍ତିକ। ଏହି ସମୟରେ ହବିଷ ପାଳିବାକୁ ଶ୍ରୀକ୍ଷେତ୍ର ଆସିବେ ହଜାର ହଜାର ହବିଷିଆଳି। ମାସେ ପର୍ଯ୍ୟନ୍ତ ପୁରୀରେ ରହିବେ। ଏଠାକାର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପ୍ରାତଃ ସ୍ନାନ ସାରି ଚଉଁରା ମୂଳେ ରାଇ ଦାମୋଦରଙ୍କ ପୂଜା କରିବେ। ପୁଣି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। କାର୍ତ୍ତିକ ମାସକୁ ଆଉ ୨୭ଦିନ ବାକି ରହିଲା। ମାତ୍ର ଏ ପର୍ଯ୍ୟନ୍ତ ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କି ମରାମତି କରାଗଲା ନାହିଁ। ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ, ଶ୍ୱେତଗଙ୍ଗା, ପାର୍ବତୀ ସାଗର ଆଦି ଏକାଧିକ ତୀର୍ଥ ପୁଷ୍କରିଣୀର ଅବସ୍ଥା ଦୟନୀୟ ହୋଇପଡ଼ିଲାଣି। ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନ ଥିବାରୁ କାହାର ପାଚେରି ଭୁଶୁଡ଼ିି ପଡ଼ିିଛି ତ ଆଉ କେଉଁଥିରେ ପଶୁଛି ଆବର୍ଜନା ଜଳ। ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୂର୍ବରୁ ତିନି ପାର୍ଶ୍ୱ ପାଚେରି ଭୁଶୁଡ଼ି ପଡିଥିଲା। ପୂର୍ବପାର୍ଶ୍ୱରେ ଅସ୍ଥାୟୀ ଭାବେ ତିଆରି ସିମେଣ୍ଟ ବାଡ଼ା ସହ ରାସ୍ତା ଭୁଶୁଡ଼ି ପଡ଼ିଛି। ଫଳରେ ଏହି ପାର୍ଶ୍ୱରେ ଥିବା ଘରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି।
କାର୍ତ୍ତିକ ବ୍ରତ ପାଳନ କରିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳି ପୁରୀ ଆସିବେ। ପ୍ରାତଃରୁ ସେମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବାର ବିଧି ରହିଛି। ତେଣୁ ଏହି ମାସରେ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ହବିଷିଆଳିଙ୍କ ଭିଡ଼ ହେବ। କେବଳ କାର୍ତ୍ତିକ ମାସ ନୁହେଁ, ବର୍ତ୍ତମାନ ପିତୃପକ୍ଷ ଚାଲିଛି। ପିତୃପକ୍ଷରେ ତୀର୍ଥ ପୁଷ୍କରିଣୀ କୂଳରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କାର୍ଯ୍ୟ କରାଯାଉଛି। ବହୁ ଗୃହସ୍ଥ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ପାଇଁ ତୀର୍ଥକୂଳରେ ଏକତ୍ର ହେଉଛନ୍ତି। ଅନ୍ୟପକ୍ଷରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ପୁଷ୍କରିଣୀଗୁଡ଼ିକ ଅତ୍ୟନ୍ତ ରମଣୀୟ ଓ ଆକର୍ଷଣୀୟ ହେବା ଉଚିତ। ଏହା ପରିବର୍ତ୍ତେ ତୀର୍ଥ ପୁଷ୍କରିଣୀଗୁଡ଼ିକର ସୌନ୍ଦର୍ଯ୍ୟ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି।
ଇନ୍ଦ୍ରଦ୍ୟୁମ୍ନର ପୂର୍ବ ପାର୍ଶ୍ୱ ପାଚେରି ପ୍ରାୟ ୫୬ ଫୁଟ, ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୫୦ ଫୁଟ ଏବଂ ଉତ୍ତର ପାର୍ଶ୍ୱରେ ୪୦ରୁ ୫୦ ଫୁଟ ପାଚେରି ଭୁଶୁଡ଼ି ପଡ଼ିଛି। ପୂର୍ବ ପାର୍ଶ୍ୱ ପାଚେରି ତିଆରି କରାଯାଇ ନ ଥିବା ବେଳେ ଏହା କଡ଼ରେ ସିମେଣ୍ଟ କାନ୍ଥ ବାଡ଼ା ତିଆରି ହୋଇଥିଲା। ବର୍ଷା ହେଲେ ରାସ୍ତାର ପାଣି ଏହି ସ୍ଥାନ ଦେଇ ପୁଷ୍କରିଣୀକୁ ପଶୁଥିଲା। କିଛିଦିନ ତଳେ ସ୍ବେରେଜ ନଳା ଫାଟି ମଇଳା ପାଣି ବି ଇନ୍ଦ୍ରଦ୍ୟୁମ୍ନ ଭିତରେ ପ୍ରବେଶ କରିଥିଲା। ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏକାଧିକ ଥର ଅବଗତ କରାଇଥିଲେ। କିନ୍ତୁ କେହି କିଛି ଶୁଣି ନ ଥିଲେ। ନିକଟରେ ପୂର୍ବପାର୍ଶ୍ୱ ରାସ୍ତା ଦବି ବର୍ଷା ଓ ଡ୍ରେନ୍‌ ପାଣି ପୁଷ୍କରିଣୀରେ ମିଶୁଥିଲା। ରବିବାର ରାତିରେ ସିମେଣ୍ଟ କାନ୍ଥ ବାଡ଼ା ସହ ରାସ୍ତା ପ୍ରାୟ ୨୦ ଫୁଟ ଭୁଶୁଡି ପଡିଛି। ଏହି ବାଟ ଦେଇ ଯାତାୟାତ ହୋଇପାରୁ ନ ଥିବାବେଳେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ ଭୁଶୁଡିବା ଆଶଙ୍କା ସୃଷ୍ଟି ହୋଇଛି। ଇନ୍ଦ୍ରଦ୍ୟୁମ୍ନର ତିନିପାର୍ଶ୍ୱ ପାଚେରି ଭାଙ୍ଗି ଏହା ଅସୁନ୍ଦର ଲାଗୁଛି। ସେହିପରି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ମାର୍କଣ୍ଡେୟ ପୁଷ୍କରିଣୀର ପୂର୍ବ-ଉତ୍ତର କୋଣ ପାଚେରି ପ୍ରାୟ ୫୦ ଫୁଟ ଭୁଶୁଡ଼ିି ପଡ଼ିିଛି। ଏହାର ମରାମତି କାମ ଅଧାପନ୍ତରିଆ ଥିବାବେଳେ ଅନ୍ୟ ପାର୍ଶ୍ୱ ପାଚେରିରେ ଶହ ଶହ ଗଛ ଉଠି ଫାଟ ସୃଷ୍ଟି ହେଲାଣି। ସେହିପରି ପ୍ରସିଦ୍ଧ ଶୈବ ପୀଠ ଶ୍ରୀଲୋକନାଥ ମନ୍ଦିର ନିକଟରେ ରହିଛି ପାର୍ବତୀ ସାଗର। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥଙ୍କୁ ଦର୍ଶନ ପାଇଁ ଯିବା ବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ଗୋଡ, ହାତ ଧୋଇଥାନ୍ତି। ଶ୍ରାବଣ ମାସରେ କାଉଡ଼ିଆ ମଧ୍ୟ ଏଠାରେ ସ୍ନାନ କରିଥାନ୍ତି। ସରନ୍ତି ସୋମବାର ରାତିରେ ଶ୍ରଦ୍ଧାଳୁ ଗାଧୋଇବା ସହ ଠାକୁରଙ୍କ ବାସନକୁସନ ଏହି ପୋଖରୀରେ ସଫା କରାଯାଏ। ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହାର ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟର ପାଚେରି ଭୁଶୁଡି ପଡ଼ିିଥିଲେ ମଧ୍ୟ ମରାମତି କରାଯାଇନାହିଁ। ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଶ୍ୱେତଗଙ୍ଗା ପୁଷ୍କରିଣୀର ପାଚେରି ମଧ୍ୟ ଦୁର୍ବଳ ହୋଇପଡ଼ିିଛି। ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବାର ସ୍ବପ୍ନ ଦେଖୁଥିବା ପ୍ରଶାସନ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ଏହି ତୀର୍ଥ ପୁଷ୍କରିଣୀଗୁଡ଼ିକର ତ୍ୱରିତ୍ୱ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ଦରକାର ବୋଲି ସହରର ବୁଦ୍ଧଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?