ଡ୍ରଗ୍ସ ଡିଲର ଏସ୍‌.କେ. ରାଜା ଗିରଫ:ଜଳପଥରେ ଆଣୁଥିଲେ ନିଶା

ଭୁବନେଶ୍ୱର,୧୭-୯(ବ୍ୟୁରୋ):ବ୍ରାଉନ୍‌ସୁଗାର ଚୋରା କାରବାରର କିଙ୍ଗପିନ୍‌ ତଥା ଓଡ଼ିଶା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ଡିଲର ଏସ୍‌.କେ. ରାଜା(୨୯)ଙ୍କୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି। ସେ ଏଜେଣ୍ଟ ଓ ଖୁଚୁରା ବେପାରୀଙ୍କୁ ବ୍ରାଉନସୁଗାର ଦେବାକୁ ଅପେକ୍ଷା କରିଥିବାବେଳେ ଧରାପଡ଼ିଥିଲେ। ତାଙ୍କଠାରୁ ୧୩୦ ଗ୍ରାମର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଗୁଳି, ୧ ଲକ୍ଷ ଟଙ୍କା, ଗୋଟିଏ କାର ଓ ୬ ମୋବାଇଲ୍‌ ଫୋନ୍‌ ମିଳିଛି। ଦଫା ୨୫/୨୭ ଆର୍ମସ ଆକ୍ଟ ସହ ଏନ୍‌ଡିପିଏସ୍‌ରେ ମାମଲା (ନଂ.୧୨/୧୯) ରୁଜୁ କରି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌। ତେବେ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ସେ ବାଂଲାଦେଶ ଓ କୋଲ୍‌କାତାରୁ ବୋଟରେ ବେଆଇନ ଭାବେ ବ୍ରାଉନସୁଗାର ସହ ଅନ୍ୟ ନିଶାଦ୍ରବ୍ୟ ଓଡ଼ିଶାକୁ ଆଣୁଥିଲେ। ଜଳପଥକୁ ସୁରକ୍ଷିତ ମାଧ୍ୟମ କରିବା ସହ ସେ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲେ। ସମୁଦ୍ର ଦେଇ ଉପକୂଳରେ ପହଞ୍ଚତ୍ବା ପରେ ବିଭିନ୍ନ ନଦୀ ଦେଇ ପ୍ରମୁଖ ସ୍ଥାନକୁ ନେଉଥିଲେ। ବିଶେଷକରି ବାଲେଶ୍ୱର ଓ ଖୋର୍ଦ୍ଧାକୁ ଆଡ୍ଡାସ୍ଥଳ କରି ହୋଲ୍‌ସେଲିଂ କରୁଥିଲେ। ସେଠାରୁ ସ୍ବତନ୍ତ୍ର ଏଜେଣ୍ଟଙ୍କ ଜରିଆରେ ରାଜ୍ୟର ବିଭିନ୍ନ ଜିଲା ଓ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ ଏବଂ ନେପାଳରେ ରାଜା ବ୍ରାଉନସୁଗାର ଡିଲରଭାବେ କାର୍ଯ୍ୟ କରୁଥିଲେ। ରାଜାଙ୍କ ଏହି ନିଶା ସାମ୍ରାଜ୍ୟର ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଯୋଜନା କରୁଥିବା ଜଣାପଡ଼ିଛି।

ମତ୍ସ୍ୟଜୀବୀ ବେଶରେ ମାଛଧରା ବୋଟରେ ଯିବାଆସିବା କରୁଥିଲେ
ରାଜା ନିଜେ ବ୍ରାଉନ୍‌ସୁଗାର ଆଣିବା ପାଇଁ ବାଂଲାଦେଶ ଯାଉଥିଲେ। ତାଙ୍କ ସହ କେତେଜଣ ସହଯୋଗୀ ଯାଉଥିଲେ। ମାଛଧରା ବୋଟ ମାଧ୍ୟମରେ ଯିବାଆସିବା କରୁଥିଲେ। କୋଷ୍ଟଗାର୍ଡ କିମ୍ବା ପୋଲିସ ହାବୁଡ଼ରେ ପଡିଲେ ସେ ମତ୍ସ୍ୟଜୀବୀ ପରିଚୟ ଦେଉଥିଲେ। ଏଥିରେ ସହଯୋଗ କରୁଥିଲେ ନିର୍ଦ୍ଦିଷ୍ଟ କିଛି ମତ୍ସ୍ୟଜୀବୀ ଗୋଷ୍ଠୀ। ବିଶେଷକରି ମତ୍ସ୍ୟଜୀବୀ କୁହାଯାଉଥିବା ନୋଳିଆମାନେ ହିଁ ଏଥିପାଇଁ ତାଙ୍କଠାରୁ ମୋଟାଅଙ୍କର ଅର୍ଥ ନେଉଥିଲେ। ନିକଟରେ ବାଲେଶ୍ୱରରେ ଏକ ମାଛ ବୋଝେଇ ବୋଟ୍‌ ଉପରେ ପୋଲିସ ଚଢ଼ାଉ କରିଥିଲା। ଯାଞ୍ଚ ପରେ ମାଛ ପେଟରୁ ବ୍ରାଉନ ସୁଗାର ବାହାରିଥିଲା। ଏହି ର଼୍ୟାକେଟ ପଛରେ ରାଜା ହିଁ ମାଷ୍ଟରମାଇଣ୍ଡ୍‌ ବୋଲି ଜଣାପଡିଥିଲା। ବାଲେଶ୍ୱର ପୋଲିସ ରାଜାକୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଭିନ୍ନ ସମୟରେ ବେଶ ବଦଳାଇ ଫେରାର ହେବାରେ ସକ୍ଷମ ହେଉଥିଲେ। ତେଣୁ ରାଜା ବାଲେଶ୍ୱର ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିଲେ। ସେହିଭଳି ମାସକ ତଳେ ରାଜାଙ୍କ ସହଯୋଗୀ ଏସ୍‌.କେ. ଆଜବାହର, ଏସ୍‌.କେ. ଆଜାଦ ଓ ରମାକାନ୍ତ ସାହୁ ଗିରଫ ହୋଇଥିଲେ। ସେହିଭଳି ଜେଲ୍‌ରେ ଥିବା ଖୋର୍ଦ୍ଧାର ବ୍ରାଉନ୍‌ସୁଗାର ବେପାରୀ ଛୋଟା ଓ ସହଯୋଗୀଙ୍କଠାରୁ ରାଜାଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଧରିବାକୁ ଯୋଜନା ହୋଇଥିଲା। ଗତ କିଛିଦିନ ତଳେ ମାଛ ପେଟରେ ବ୍ରାଉନସୁଗାର ଭର୍ତ୍ତି କରାଯାଇ ବାଂଲାଦେଶରୁ ବୋଟରେ ଓଡ଼ିଶା ଆସୁଥିବାବେଳେ ବାଲେଶ୍ୱର ପୋଲିସ ଜବତ କରିଥିଲା। ଏହି ଘଟଣାରେ ରାଜା ମୁଖ୍ୟ କାର୍ପଟଦାର ଥିବା ଜଣାପଡିଥିଲା।

ହିରୋ ନିଶାରେ ଟିକ୍‌ଟକ୍‌ ଭିଡିଓ କରିଥିଲେ
ରାଜା କେବଳ ନିଜର କଳା ସାମ୍ରାଜ୍ୟରେ ବୁଡି ରହି ନ ଥିଲେ। ସେ ଓ ତାଙ୍କ ସହଯୋଗୀ ଏହି ଟଙ୍କାରେ ମଉଜମସ୍ତି କରୁଥିଲେ। ଏପରିକି ରାଜା ମୋବାଇଲ୍‌ରେ ଟିକ୍‌ଟକ୍‌ ଭିଡିଓ କରି ମଜା ଉଠାଉଥିଲେ। ସେ ଗିରଫ ହେବା ପରେ ପୋଲିସ ତାଙ୍କ ଟିକ୍‌ଟକ୍‌ ଭିଡିଓକୁ ଜବତ କରି ତଦନ୍ତ କରୁଛି। ରାଜା ହିରୋ ହେବା ନିଶାରେ ଏଭଳି ଏକାଧିକ ଟିକ୍‌ଟକ୍‌ ଭିଡିଓ କରିଥିବା ଏସ୍‌ଟିଏଫ୍‌କୁ ସୂଚନା ମିଳିଛି।

୭ ଦିନ ରିମାଣ୍ଡରେ ଆଣିବାକୁ ଯୋଜନା
ରାଜାଙ୍କ ବ୍ରାଉନସୁଗାର କାରବାରର ଆନ୍ତଃଦେଶୀୟ ସାମ୍ରାଜ୍ୟର ପୂରା ଖୁଲାସା କରିବା ସହ ଏହାକୁ ଧ୍ୱଂସ କରିବାକୁ ଏସ୍‌ଟିଏଫ୍‌ ତାଙ୍କୁ ୭ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ। ଅନୁମତି ମିଳିବା ପରେ ତାଙ୍କୁ ପଚରାଉଚରା କରାଯିବ। ତାଙ୍କ ବୟାନ ଆଧାରରେ ସ୍ବତନ୍ତ୍ର ଅପରେଶନ ଆରମ୍ଭ ହେବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର କହିଛନ୍ତି। ରାଜାଙ୍କ ସହ ଓଡ଼ିଶା ତଥା ବାହାରେ କେଉଁମାନେ ଲିଙ୍କରେ ରହିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri