ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ: ଶୁଣିଲାନି ପ୍ରଶାସନ; ରାସ୍ତା ମରାମତି କଲା ଟାଟା ଷ୍ଟିଲ
କାଳିଆପାଣି,୩୦ା୬(ଡି.ଏନ୍.ଏ.)- କାଳିଆପାଣି ଖଣି ଅଞ୍ଚଳର ଟମକା-ମଙ୍ଗଳପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ପ୍ରତିଦିନ ଖଣି ଅଞ୍ଚଳରୁ ଏହି ରାସ୍ତା ଦେଇ ହଜାର ହଜାର କ୍ରୋମାଇଟ ବୋଝେଇ ଟ୍ରକ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବାବେଳେ ସରକାର କୋଟିକୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି।…
ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ; ଧାରଣା ଦେବେ ଅଭିଭାବକ
ଛତିଆ,୩୦ା୬(ଡି.ଏନ୍.ଏ.)- ଯାଜପୁର ଜିଲାର ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଯୋଗୁ ମେଧାବୀ ଛାତ୍ରୀଛାତ୍ର ଯୁକ୍ତ ୩ ପରୀକ୍ଷାରେ ଫେଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ସାହୁ, ପ୍ରଜ୍ଞାପରମିତା ବରାଳ, ସସ୍ମିତା ପୃଷ୍ଟି,…
ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନାରେ ମନମୁଖି କାର୍ଯ୍ୟ: ଖାଲିପଡ଼ିଛି ୩୬ ଅଧ୍ୟାପିକା ଅଧ୍ୟାପକ ପଦବୀ; ୮୦ ପରିବର୍ତ୍ତେ ଅଛନ୍ତି ୪୪
ଯାଜପୁରରୋଡ,୩୦ା୬(ନି.ପ୍ର.)- ଯାଜପୁରରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦିନରେ ଏହି ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୁନାମ ଅର୍ଜନ କରିଥିଲା। ଏହି ମହାବିଦ୍ୟାଳୟ ୧୯୬୬ରେ ପ୍ରତିଷ୍ଠା ହୋଇଥିଲା।…
ବର୍ଷା ନାହିଁ, କେନାଲରେ ଆସୁନି ପାଣି : ଆରମ୍ଭ ହୋଇପାରୁନି ଚାଷ
ତିର୍ତ୍ତୋଲ,୩୦ା୬ (ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ପଛେଇଯାଇଛି। ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଧାନ ବୁଣା କିମ୍ବା ତଳିପକା କାମ ହୋଇପାରୁନାହିଁ। ଏହି ବ୍ଲକର ୨୯ ପଞ୍ଚାୟତରେ ପ୍ରାୟ ୨୮ ହଜାର ହେକ୍ଟର…
ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ
ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍ ଆଲଏଜ୍ରେ କାମ କରୁଥିବା ଶ୍ରମିକମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଶନିବାର ସନ୍ଧ୍ୟାରେ ଥମିଛି। ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ…
ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ
ଖଜୁରିପଡା,୨୯ା୬(ଡି.ଏନ୍.ଏ.): ଖଜୁରିପଡା ବ୍ଲକ ଢାଡମେରୁ ଗ୍ରାମଛକ ୧୫୭ନଂ. ଜାତୀୟ ରାଜପଥ ନିକଟରେ ଶନିବାର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଡ୍ରୁକୁମ୍ପା ଉପରସାହିର ଶଙ୍କର ବେହେରା (୬୨)। ଶନିବାର ଭୋରରେ ଶଙ୍କର ଛେଳି ଖୋଜିବାକୁ ଯାଇଥିବାବେଳେ କୌଣସି…
ମାଓବାଦୀଙ୍କ ଗୁଳିରେ ଜିଆର୍ଏସ୍ଙ୍କ ମୃତ୍ୟୁ ଘଟଣା : ସଂଯୁକ୍ତାଙ୍କ ସ୍ବାମୀଙ୍କୁ ମିଳିଲା ୩୦ ଲକ୍ଷ
ଫିରିଙ୍ଗିଆ, ୨୯।୬-ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍ଏସ୍ ସଂଯୁକ୍ତା ଦିଗାଳଙ୍କ ମୃତ୍ୟୁ ଘଟିଥିଲା। ମୃତ ସଂଯୁକ୍ତାଙ୍କ ସ୍ବାମୀ ଜିମେନ୍ଦ୍ର ଦିଗାଲଙ୍କୁ ସରକାରୀ ସହାୟତା ମିଳିଛି। ଜିଲା ପ୍ରଶାସନର ଏକ…
ଓଡ଼ିଶାରେ ମଧ୍ୟ ଜଗା-କାଳିଆଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବେ ରାଜ୍ୟ ସରକାର: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୬(ବ୍ୟୁରୋ): ଓଡ଼ିଶା ଫେରିବା ପରେ ଜଗା-କାଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଜଗା-କାଳିଆ ଓଡ଼ିଶା ଫେରିବା ନେଇ କଥା ଉଠିବା ପରେ ଶନିବାର ମନ୍ତ୍ରୀ କହିଛନ୍ତି, ସେମାନେ ଆସିଲେ ଭୁବନେଶ୍ୱରର…
ପଣବନ୍ଦୀ ଓଡ଼ିଆ ନାବିକ ସୁଦୀପ ଉଦ୍ଧାର
ଭୁବନେଶ୍ୱର, ୨୯।୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଛି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।…
ଜୁଲାଇ ସୁଦ୍ଧା ନିଲାମ ହେବ ୫ରୁ ୧୦ ଖଣି: ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ୱର,୨୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ସୁଦ୍ଧା ୫ରୁ ୧୦ ଖଣି ନିଲାମ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୨୦୨୦ ସୁଦ୍ଧା ୨୪ ଖଣି ବନ୍ଦ ହେବାର ଅଛି। ଶିଳ୍ପସଂସ୍ଥାକୁ ଯେପରି କଞ୍ଚାମାଲ ଅଭାବ ନ ପଡ଼ିବ, ସେନେଇ…
ଓଡ଼ିଶା ଫେରିବେ ଜଗା-କାଳିଆ
ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଦୁଇଭାଇ ଜଗା, କାଳିଆ ଖୁବ୍ଶୀଘ୍ର ଓଡ଼ିଶା ଫେରିବେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଶନିବାର ଏଭଳି ସୂଚନା ଦେଇଛନ୍ତି ଏନ୍ଏଚ୍ଏମ୍ ଏମ୍ଡି ଶାଳିନୀ ପଣ୍ଡିତ। ଜଗା-କାଳିଆଙ୍କ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍ସ ପକ୍ଷରୁ…
ମିଳିଲାନି ମହାପ୍ରୟାଣ ଗାଡ଼ି, ଖଟିଆରେ ବୁହା ହେଲା ମୃତଦେହ: ତଳିଆ କର୍ମଚାରୀ ସସ୍ପେଣ୍ଡ; ଇନ୍ଚାର୍ଜ, କାର୍ଯ୍ୟରତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍
ଦାରିଙ୍ଗବାଡ଼ି,୨୯।୬(ଡି.ଏନ୍.ଏ.)- ମିଳିଲାନି ମହାପ୍ରୟାଣ ଗାଡ଼ି। ଖଟିଆରେ ବୁହାହେଲେ ରୋଗୀଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏଠାରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେ ହେଲେ ଶ୍ରାନିକେତା ଅଞ୍ଚଳର…
Archives


