ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ଠାକୁରମୁଣ୍ଡା,୧୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଘୁଳୁଘୁଳିଆ ଶାଳନ୍ଦୀ ସେତୁ ନିକଟରେ ସୋମବାର ସାରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସାତକୋଶିଆ ପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମର ଦାଶରଥୀ ହୋ ।
ପୋଲିସ ସୂଚନା ଅନୁଯାୟୀ, କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ କଟକରେ ଛାଡ଼ିି ଫେରୁଥିବା ବେଳେ ରାସ୍ତାରେ ଚାଲିଚାଲି ଘରକୁ ଯାଉଥିବା ଦାଶରଥୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ସେଠାରୁ ପଳାଇଯାଇଥିଲା। ଖବରପାଇ ମହୁଲଡ଼ିହା ଥାନା ପୋଲିସ ଆମ୍ବୁଲାନ୍ସକୁ ଧରି ଠାକୁରମୁଣ୍ଡା ଥାନାରେ ଅଟକ ରଖିଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ଦାଶରଥୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀବାହୀ ବସ୍‌ରେ ଆଣି ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମହୁଲଡ଼ିହା ଥାନା ପୋଲିସ ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri