ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର କାମଧନ୍ଦା ହରାଇ ସଙ୍କଟରେ ପଡ଼ିଛନ୍ତି। ରୋଜଗାର ନ ଥିବାରୁ ଆର୍ଥିକ ଦୁତ୍ଃସ୍ଥିତି ମଧ୍ୟରେ ସେମାନେ ଚିନ୍ତାରେ ଦିନ କାଟୁଛନ୍ତି ବୋଲି ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ସଂଗ୍ରାମ କମିଟି ପକ୍ଷରୁ କୁହାଯାଇଛି। ସୋମବାର ପୂର୍ବାହ୍ନରେ ଷ୍ଟେଶନ ଛକ ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସଭାପତି ମଣିଭଦ୍ର ସାହୁ, ସମ୍ପାଦକ ପ୍ରବୋଧ କୁମାର ପରିଡ଼ା, କୋଷାଧ୍ୟକ୍ଷ ଯୋଗେଶ ପଟେଲ ମିଳିତ ଭାବେ ଏହା ପ୍ରକାଶ କର କହିଛନ୍ତି, ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟ ୧୯୮୦-୮୧ ଅନୁଯାୟୀ ବାଲେଶ୍ୱର ଜିଲାରେ ୧୪ଟି କରତକଳକୁ ଅନୁମତି ମିଳିଥିଲା। ୧୯୯୬ ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲରୁ ୧୦କି.ମି. ପରିସରରେ କୌଣସି ସ’ମିଲ୍‌କୁୁ ଅନୁମତି ଦିଆ ନ ଯିବାରୁ ୨୦୦୨ରୁ ଏହି ଜିଲାର କୌଣସି ସ’ମିଲ୍‌କୁ ସରକାରୀ ଅନୁମତି ମିଳି ନାହିଁ। ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି କେତେକ ଲୋକ ବେଆଇନ୍‌ ଭାବେ ସ’ମିଲ୍‌ ଚଲାଇ ଥିଲେ। ୨୦୧୧ରେ ରାଜ୍ୟ ସରକାର ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟର (ଇଣ୍ଡଷ୍ଟ୍ରିଆଲ ଆକ୍ଟ) ଅନୁଯାୟୀ ପ୍ରତ୍ୟେକ ଜିଲାରେ ୨ଟି କରି ସ’ ମିଲ୍‌ ଚଳାଇବାକୁ ପାଇଁ ଅନୁମତି ଦେଇଥିଲେ। ଏହାପରଠାରୁ ଜିଲାରେ ପଣପଣାରେ ୨ଟି ଓ ସୋମନାଥପୁରରେ ୪ଟି ସ’ ମିଲ୍‌ କାର୍ଯ୍ୟ କରୁଛି। ଜିଲାରେ ଅନ୍ୟତ୍ର ଚାଲୁଥିବା ୬୦ରୁ ଊର୍ଦ୍ଧ୍ୱ ସ’ ମିଲ୍‌ ବନ୍ଦ ହୋଇ ପଡ଼ିଛି। ଏଥିରେ କାର୍ଯ୍ୟରତ ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ବୃତ୍ତି ହରାଇ ଚିନ୍ତାରେ ରହିଛନ୍ତି। ଏଥିସହିତ କାଠ ଶିଳ୍ପ ସହିତ ଜଡ଼ିତ କାଠ ମିସ୍ତ୍ରି, ରାଜ ମିସ୍ତ୍ରି, ଡେକୋରେଟରଙ୍କୁ ନାହଁି ନ ଥିବା ଅସୁବିଧାରେ ପଡୁଛି। ଏପରିକି କୁକୁଡ଼ା ଫାର୍ମରେ ଆବଶ୍ୟକ ପଡୁଥିବା କାଠଗୁଣ୍ଡର ମଧ୍ୟ ଅଭାବ ଦେଖାଦେଇଛି। ଏଣୁ କାଠ ଶିଳ୍ପର ଆବଶ୍ୟକତା ଓ ଜୀବନ ଜୀବିକାର ସୁରକ୍ଷାକୁ ଦୃଷ୍ଟି ରଖି ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସଂଯୁକ୍ତ ଗଣ ସଂଗ୍ରାମ କମିଟି ପକ୍ଷରୁ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri