ଅନ୍ଧାରରେ ବାସୁଦେବପୁର, ଧାମରା ଅଞ୍ଚଳ

ଭଦ୍ରକ ଅଫିସ/ପଦ୍ମପୁର, ୧୨।୧୧ (ଡି.ଏନ.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ପାଚିଲା ଧାନ ପାଣିରେ ବୁଡ଼ିଛି। ବହୁ ଘର, ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଛି। ଏହାମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ରାସ୍ତାରେ ଗଛ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୩୩ କେଭି ଲାଇନ ଧାମରା ପର୍ଯ୍ୟନ୍ତ ଠିକ୍‌ କରାଯାଇଥିବାବେଳେ ୧୧ କେଭି ଲାଇନ୍‌ ମରାମତି ହୋଇ ନ ଥିବାରୁ ବାସୁଦେବପୁର ଓ ଧାମରା ଅଞ୍ଚଳର ପ୍ରାୟ ୪୦ ପଞ୍ଚାୟତ ଏବଂ ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ୩ ଦିନ ଧରି ଅନ୍ଧାରରେ ରହିଛନ୍ତି। ଏହି ମରାମତି କାର୍ଯ୍ୟ ପ୍ରାୟ ଆହୁରି ୫ ଦିନ ଲାଗିବ ବୋଲି ଆକଳନ କରାଯାଉଛି। ବାସୁଦେବପୁର ପୌରପାଳିକାରେ ଏବେ କାଳୀପୂଜା ମାହୋଲ ଚାଲିଥିବାରୁ ଆସୁଥିବା ଶ୍ରଦ୍ଧାଳୁ ଓ ଆୟୋଜକ ବିଦ୍ୟୁତ୍‌ ସେବା ବିଭ୍ରାଟ କାରଣରୁ ନାନା ସମସ୍ୟା ଭୋଗୁଛନ୍ତି।
୮ ତାରିଖ ରାତିଠାରୁ ବର୍ଷା ଓ ପବନ ମାଡ଼ି ଆସିବାରୁ ବାସୁଦେବପୁର ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦି କରି ଦିଆଯାଇଥିଲା। ୯ ତାରିଖ ଦିନସାରା ବର୍ଷା ଓ ପବନ ତାଣ୍ଡବ ରଚିଥିଲା। ସନ୍ଧ୍ୟାରେ ବୁଲ୍‌ବୁଲ୍‌ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା। ୧୦ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା ବିଦ୍ୟୁତ୍‌ ତାର ସଜଡ଼ା କାମ। ବିଭାଗର ଜଣେ ଠିକା କର୍ମଚାରୀ ଖୁଣ୍ଟ ଉପରେ ଚଢ଼ି କାମ କରୁଥିବାବେଳେ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ନ ଦେବା କାରଣରୁ ବାତ୍ୟାରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ମରାମତି ହୋଇପାରି ନାହିଁ। ଏ ସମ୍ପର୍କରେ ଏସ୍‌ଡିଓ ବିପ୍ରେସ କୁମାରଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ ଏହି ବ୍ଲକର ୩୬ ପଞ୍ଚାୟତ ଅନ୍ଧାରରେ ଡୁବି ରହିଛି। କେବେ ପାୱାର ସପ୍ଲାଏ ଦିଆଯିବ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ସେହିପରି ଚାନ୍ଦବାଲି ବ୍ଲକର ଧାମରା, ବାଂଶଡ଼ା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, ପଞ୍ଚୁଟିକିରି ଓ କରଣପଲ୍ଲୀ ପଞ୍ଚାୟତରେ ବିଦ୍ୟୁତ୍‌ ସଂଯୋଗ ହୋଇପାରି ନାହିଁ। ଧାମରା-ଦୋସିଙ୍ଗା ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ କାଟି ସଫା କରୁଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ, ଧାମରା, ଧାମରା ମେରାଇନ ଥାନା, ବାଂଶଡ଼ା ଥାନା, କରଞ୍ଜମାଳ ଫାଣ୍ଡି, ନାୟକାଣିଡିହୀ ଓ କଷିଆ ମେରାଇନ ଥାନା ଅନ୍ଧାରରେ ରହିଛି। ଟେଲିଫୋନ ଓ ମୋବାଇଲ ସେବା ବ୍ୟାହତ ହୋଇଛି। ବିଦ୍ୟୁତ୍‌ ନ ଥିବା ଯୋଗୁ ଅନ୍‌ଲାଇନରେ ଏତଲା ରେଜିଷ୍ଟ୍ରେସନ କରାଯାଇପାରୁ ନ ଥିବାରୁ ଲୋକଙ୍କୁ ସେବା ଯୋଗାଇ ଦେବା ସମ୍ଭବ ହେଉ ନାହିଁ ବୋଲି ନାୟକାଣିଡିହୀ ଥାନାଧିକାରୀ ଉମାଶଙ୍କର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri