ପୂର୍ବତନ ପୋଲିସ ଏସ୍ଆଇଙ୍କୁ ୩ବର୍ଷ ଜେଲ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାର ପୂର୍ବତନ ଏସ୍ଆଇ ରାମଚନ୍ଦ୍ର ସେଠୀଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଉକ୍ତ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଅମ୍ବୁଜ ମୋହନ ଦାସ…
ଏଥର ଗ୍ରୀନ୍ ରାଖୀପୂର୍ଣ୍ଣିମା
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପ୍ରଦୂଷଣମୁକ୍ତ ଗ୍ରୀନ୍ ଦୀପାବଳି ଓ ଗ୍ରୀନ୍ ହୋଲି ପରେ ଏଥର ଗ୍ରୀନ୍ ରକ୍ଷାବନ୍ଧନ। ପରିବେଶ ସୁରକ୍ଷା ପ୍ରତି ଧୀରେ ଧୀରେ ସଚେତନ ହେଉଥିବା ଲୋକେ ରାଖୀ ପୂର୍ଣ୍ଣିମାକୁ ନିଆରାଭାବେ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପ୍ଲାଷ୍ଟିକ୍, ଜରି ଓ ଅନ୍ୟାନ୍ୟ…
ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍ ଅଫିସର
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍ପି କନ୍ଓ୍ବର ବିଶାଲ ସିଂ ଓ କ୍ରାଇମ୍ବ୍ରାଞ୍ଚ ଏସ୍ପି ମାଡକର ସନ୍ଦୀପ ସମ୍ପତ। ବେଷ୍ଟ ଆଓ୍ବାର୍ଡ…
ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତ ଦଣ୍ଡସେନାଙ୍କ ଜାମିନ ଖାରଜ
କଟକ ଅଫିସ୍, ୧୪।୮: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଆବେଦନକୁ ମଙ୍ଗଳବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା…
ଜଳଭଣ୍ଡାର ମଝିରେ ଡଙ୍ଗା ଅଚଳ, ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ
କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସି ରହିଥିଲେ। ଡଙ୍ଗା ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଅଳ୍ପକେ…
ଡେଙ୍ଗୁ ନେଲା ମହିଳାଙ୍କ ଜୀବନ: ଏସ୍ସିବିରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ
କଟକ ଅଫିସ,୧୪ା୮: ଏସ୍ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ବାଳକାଟୀ ଅଞ୍ଚଳର ଦେବକୀ ବେହେରା (୬୦)। ସେ ଗତ ୧୫ଦିନ ହେଲା ମେଡିିସିନ ବିଭାଗ ଆଇସିୟୁରେ ଚିକିତ୍ସାଧୀନ…
ବିଏସ୍ଏଫ୍ ଏଏସ୍ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି
ଜୟପୁର,୧୪ା୮(ନି.ପ୍ର./ଡି.ଏନ୍.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍ରୁ ମଙ୍ଗଳବାର ଇନସାସ୍ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା ଜୟପୁର ଆରପିଏଫ୍। ବିଏସ୍ଏଫ୍ର ଜଣେ ଏଏସ୍ଆଇ ଏହି ଟ୍ରେନ୍ରେ ଯିବାବେଳେ ନିଜ ସିଟ୍ରେ ଉପରୋକ୍ତ…
ବର୍ଷା ପାଇଁ ସମ୍ବଲପୁର-ଟିଟିଲାଗଡ଼ ସେକ୍ସନରେ ସେବା ବ୍ୟାହତ: ୯ ଟ୍ରେନ ବାତିଲ, ୧୧ଟିର ଗତିପଥ ବଦଳିଲା
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ସୋମବାର ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅବିରତ ବର୍ଷା ଯୋଗୁ ବିଶେଷକରି ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନରେ ସେବା ବ୍ୟାହତ ହୋଇଛି। ଅଧିକାଂଶ ସ୍ଥାନରେ ରେଳ ଧାରଣା ଉପରେ ପାଣି ପ୍ରବାହିତ…
ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ
ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ ଅଞ୍ଚଳ ହୋଇଥିବାରୁ ଅତ୍ୟଧିକ ବର୍ଷା ହେଲେ କିମ୍ବା ନଦୀରେ ବନ୍ୟା ଆସିଲେ ଏସବୁ ପଞ୍ଚାୟତର…
୫ ଜିଲାରେ ବନ୍ୟା, ୯ ମୃତ
ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷାରେ ଦକ୍ଷିଣ-ପଶ୍ଚିମ ଓଡ଼ିଶା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ବିଶେଷ କରି ୫ ଜିଲା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଓ କନ୍ଧମାଳରେ ଅଧିକ ବର୍ଷା ହୋଇ ବନ୍ୟା ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକରେ…
ବାହୁଡ଼ିଲା ନରହନ୍ତା ଦନ୍ତା
ପରଜଙ୍ଗ, ୧୪।୮(ଡି.ଏନ୍.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛି ନରହନ୍ତା ଦନ୍ତା। ଦାନ୍ତ କଟାଯିବା ସତ୍ତ୍ୱେ ଏହାର ହିଂସ୍ର ଆଚରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଜନବସତିରେ ପଶି ଘରଦ୍ୱାର ଭାଙ୍ଗି…
ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା
ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ। କାମାକ୍ଷାନଗର ବ୍ଲକ ବାଉଁଶପାଳ ଗ୍ରାମର ସୂର୍ଯ୍ୟକାନ୍ତି ଷେଣ୍ଢ (୬୦) ସୋମବାର ପକ୍ଷାଘାତରେ ଆକ୍ରାନ୍ତ ହୋଇ…
Archives


