ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍: ଏମ୍ସିଏଲ୍ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍ କମ୍ପାନୀ
ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟର ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ(ଏମ୍ସିଏଲ୍)ର ୨ ଖଣିରେ ଏବେ କାର୍ଯ୍ୟ କରୁଛି। ତାଳଚେରର…
ନଦୀ ଜଳ ବିବାଦ ବିଚାର ପାଇଁ ବିଲ୍ ଲୋକ ସଭାରେ ଗୃହୀତ ଗୋଟିଏ ଟ୍ରିବ୍ୟୁନାଲରେ ସମାଧାନ
ନୂଆଦିଲ୍ଲୀ,୧ା୮ (ପି.ଟି./ଆଇଏଏନ୍ଏସ୍) ଆନ୍ତଃ ରାଜ୍ୟ ନଦୀଜଳ ବିବାଦର ବିଚାରକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଉଦ୍ଦିଷ୍ଟ ଇଣ୍ଟର ଷ୍ଟେଟ୍ ରିଭର ଓ୍ବାଟର ଡିସ୍ପ୍ୟୁଟ୍ (ଆମେଣ୍ଡମେଣ୍ଟ) ବିଲ୍, ୨୦୧୯ ବିଲ୍ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି। ଏହି ବିଧେୟକରେ ବିଭିନ୍ନ…
୭ ଖଣି ନିଲାମ ପାଇଁ ବିଜ୍ଞପ୍ତି: ଖଣି ହାତେଇବାକୁ ଦୌଡ଼
ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ୭ଟି ଖଣିର ନିଲାମୀ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମଧ୍ୟରେ ୪ଟି ଚୂନ ପଥର ଖଣି. ୨ଟି କ୍ରୋମାଇଟ୍ ଏବଂ ଗୋଟିଏ ଗ୍ରାଫାଇଟ୍ ଖଣି ରହିଛି। ସବୁ ଖଣିକୁ ଇ-ଅକ୍ସନ କରାଯିବ…
ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେ.ଭି ଲାଇନ ମରାମତି: ସୁରକ୍ଷା ସରଞ୍ଜାମ ବିନା କାର୍ଯ୍ୟ କରୁଛନ୍ତି ଠିକା ଶ୍ରମିକ
ଯାଜପୁର ରୋଡ,୧।୮(ନି.ପ୍ର): ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ନିୟମ ରହିଛି। କିନ୍ତୁ ନେସ୍କୋ ୟୁନିଟିରେ ଠିକା ଶ୍ରମିକଙ୍କୁ ବିନାସୁରକ୍ଷା ଉପକରଣରେ ବିପଦପୂର୍ଣ୍ଣ କାମରେ ଲଗାଉଛନ୍ତି। ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁରରୋଡ ବିଦ୍ୟୁତ…
କୋମାରେ କମିଶନରେଟ୍ ପୋଲିସ
ଭୁବନେଶ୍ୱର, ୧ା୮(ବ୍ୟୁରୋ): କୋମା ସ୍ଥିତିକୁ ଚାଲିଗଲାଣି କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଲୁଟେରା ରାଜ୍ କଲେଣି। ସକାଳୁ ରାତି ପର୍ଯ୍ୟନ୍ତ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା ଭୁଜାଲି। ସହରରେ ପ୍ରତିଦିନ ଘଟିଚାଲିଛି ଲୁଟ୍ପାଟ ଓ ଡକାୟତି। ମଙ୍ଗଳବାର ଗୋଟିଏ ଥାନାଞ୍ଚଳରେ ୪ରୁ…
କୁସୁମୀ ସେତୁ ଆପ୍ରୋଚ ରାସ୍ତା ନିର୍ମାଣରେ ବିଳମ୍ବ : ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବ ନେଇ ଅସନ୍ତୋଷ
ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦସା ଗ୍ରାମ ନିକଟସ୍ଥ ରାଣୀଛେଲି ପଞ୍ଚାୟତସ୍ଥ କଳପଙ୍ଗୀ ଗ୍ରାମକୁ ସଂଯୋଗ କରୁଥିବା କୁସୁମୀ ନଦୀ ଉପରେ ଆପ୍ରୋଚ ରାସ୍ତା ନିର୍ମାଣରେ ବିଳମ୍ବ ନେଇ ଅଭିଯୋଗ ହେଉଛି। ଏ ନେଇ ବାରମ୍ବାର ଦାବି ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ…
ଗୋକୁଳାନନ୍ଦଜୀଉଙ୍କ ଚିତାଲାଗି
ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତାଲାଗି କରାଯାଇଥିଲା । ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଶ୍ରୀଜୀଉଙ୍କ ସକାଳ ଧୂପ ଶେଷ ହେବାପରେ ମନ୍ଦିରର ମୁଖ୍ୟପୂଜକ ସୁନାଚିତାକୁ ଧରି ବେଢ଼ା ପରିକ୍ରମା କରିବା…
ବାକି ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼ ଅଭିଯୋଗ
ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଇଁଥପଲ୍ଲୀ ଗ୍ରାମର ଜଣେ ବିଧବା ମହିଳା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାକି ଟଙ୍କା ମାଗିବାରୁ ସେ ଓ ତାଙ୍କ ମା’ ମାଡ଼ ମାରିଥିବା ନେଇ ବୁଧବାର ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ନାମ ଲବଙ୍ଗ…
କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଅଧିବେଶନ: ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ
କୃଷ୍ଣପ୍ରସାଦ,୧ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ପଞ୍ଚାୟତ ସମିତିର ୬ଷ୍ଠ ବାର୍ଷିକ ଅଧିବେଶନ ବୁଧବାର ପଞ୍ଚାୟତ ସମିତି ସଭାଗୃହରେ ଅଧ୍ୟକ୍ଷା ସୌଦାମିନୀ ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ସ୍ବାଗତ କରାଯାଇଥିଲା।…
ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ
ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବୁଧବାର ଡିଆରଡିଏସ୍ଥିତ ସୃଜନ ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ଉପରେ ଏକ ସଚେତନତା ଶିବିର…
ପ୍ରେସର ବୋମା ବିସ୍ଫୋରଣରେ ଯବାନ ଶହୀଦ
ମାଲକାନଗିରି,୩୧ା୭ (ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାର ପଦଲି ଗ୍ରାମ ନିକଟରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ତାଙ୍କ ନାମ ରୋଶନ କୁମାର। ତାଙ୍କ ଘର ବିହାରର ନୱାଡ଼ା ଗ୍ରାମରେ ବୋଲି…
କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ। ନିଆଁ ଲାଗିବା ଦେଖି ରେଳ ବିଭାଗ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ…
Archives


