ଫି’ ବୃଦ୍ଧିକୁ ନେଇ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକରେ ତାଲା ପକାଇ ଆନ୍ଦୋଳନରେ ଛାତ୍ରୀଛାତ୍ର
ତାଳଚେର,୨୦।୯(ନି.ପ୍ର.): ରିଆଡ୍ମିଶନ ଫି କମାଇବା ଦାବିରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀଛତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଏଥିସହ ଟାୟାର ଜାଳି ରାସ୍ତାରୋକ କରିବା ସହ କଲେଜ ମଧ୍ୟକୁ କାହାରିକୁ ଛାଡ଼ୁନାହାନ୍ତି। ଫଳରେ…
ନର୍ସ ନିହାରିକା ହତ୍ୟା ମାମଲା: ପୋଲିସ ନିକଟରେ ପ୍ରେମିକଙ୍କ ଆତ୍ମସମର୍ପଣ
ଜଗତସିଂହପୁର ଅଫିସ/ବିରିଡ଼ି(ଡି.ଏନ୍.ଏ.), ୨୦।୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର ତିନି ଦିନ ପରେ ଧରାପଡ଼ିଛନ୍ତି ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଲ। ସେ ପୋଲିସ…
ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ
ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଏ ନେଇ ଭୁବନେଶ୍ୱର ବିମାନବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି ଲେଖି ଜଣାଯାଇଥିବା ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ…
ଓଡ଼ିଶା ଆସୁଛନ୍ତି କେ. ଶିବନ୍
ଭୁବନେଶ୍ୱର,୨୦।୧୯(ବ୍ୟୁରୋ): ଓଡ଼ିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ୍। ସେପ୍ଟେମ୍ବର ୨୧ରେ ସେ ଓଡ଼ିଶା ଆସିବେ। ଭୁବନେଶ୍ୱର ଆଇଆଇଟିର ୮ମ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିିଛି। ଚନ୍ଦ୍ରାୟନ-୨ ମିଶନ୍…
କଟକ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ
କଟକ ଅଫିସ, ୨୦।୯: ସ୍ଥାନୀୟ ବଜ୍ରକବାଟୀ ରୋଡ଼ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…
ଭାରତରେ ପ୍ରଥମଥର ପାଇଁ ଆରମ୍ଭ ହେବ ମସଲା କ୍ଲଷ୍ଟର
କଟକ ଅଫିସ, ୧୯ା୯:ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ପ୍ରତିଷ୍ଠାନ ପକ୍ଷରୁ କଲେଜଛକସ୍ଥିତ ଏମ୍ଏସ୍ଏମ୍ଇ ବିକାଶଭବନରେ ଗୁରୁବାର ମସଲା ଉଦ୍ୟୋଗପତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍ଏସ୍ଏମ୍ଇ ସହନିର୍ଦ୍ଦେଶକ ପି.କେ. ମିଶ୍ର ଯୋଗଦେଇ ଭାରତରେ ପ୍ରଥମଥର ପାଇଁ…
୭ଥର ଜେରା ହୋଇଥିଲେ ଆଶୀର୍ବାଦ
ଭୁବନେଶ୍ୱର, ୨୦-୯ (ବ୍ୟୁରୋ):ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ସଂସ୍ଥା (ଏଟି ଗ୍ରୁପ୍) ମହାଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ତେବେ ଓସିଏ ନିର୍ବାଚନ ପୂର୍ବରୁ ଏହି ଗିରଫଦାରିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।…
ଭୁବନେଶ୍ୱର ରେଳ ଷ୍ଟେଶନ:ବିଶ୍ୱସ୍ତରୀୟ ପାଇଁ ସଜବାଜ
ଭୁବନେଶ୍ୱର, ୨୦|୯(ସ୍ଥିତ ପ୍ରଜ୍ଞ ମିଶ୍ର):ଦେଶର ପ୍ରଥମ ମଲ୍ଟି ମୋଡାଲ ହବ୍ (ବହୁମୁଖି ପରିବହନ କେନ୍ଦ୍ର) ହେବ ଭୁବନେଶ୍ୱର ରେଳ ଷ୍ଟେଶନ। ଯାତ୍ରୀଙ୍କୁ ଏଠାରେ ବିମାନବନ୍ଦର ଅପେକ୍ଷା ଅଧିକ ସୁବିଧା ମିଳିବ। ରେଳ ଷ୍ଟେଶନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱସ୍ତରୀୟ କରାଯିବାକୁ ରେଲଓ୍ବେ ସହିତ…
ନନ୍ଦନକାନନରେ ହାତୀ ମଡ଼କ:ଆଖି ବୁଜିଲା କମଳା,୨୫ ଦିନରେ ୩ ହାତୀଙ୍କ ମୃତ୍ୟୁ
ବାରଙ୍ଗ,୨୦-୯(ଡି.ଏନ୍.ଏ.):ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈ ହାତୀ କମଳାର ମୃତ୍ୟୁ ଘଟିଛି। ହର୍ପିସ ଭୂତାଣୁଜନିତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ କମଳାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଏହି ଭୂତାଣୁ ଜନିତ…
ବ୍ରାଣ୍ଡ୍ ଓଡ଼ିଶାର ପ୍ରସାର ପାଇଁ ନୂଆ ଅଭିଯାନ:ଓଡ଼ିଶା ନୁହେଁ…ଓଡ଼ିଶା ଆଃ
ଭୁବନେଶ୍ୱର,୨୦-୯(ବ୍ୟୁରୋ):ପ୍ରଥମେ ‘ଓଡ଼ିଶା ବାଇ ମର୍ର୍ନିଂ, ହକି ବାଇ ଇଭିନିଂ’। ଆଉ ଏବେ ‘ଓଡ଼ିଶା ଆଃ’। ରାଜ୍ୟ ଏବଂ ଦେଶ ବାହାରେ ବ୍ରାଣ୍ଡ୍ ଓଡ଼ିଶାର ପ୍ରମୋଶନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଓଡ଼ିଶାକୁ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ…
ଷ୍ଟ୍ରେଚର ଅଭାବ, କାନ୍ଧରେ ବୁହା ହେଉଛନ୍ତି ରୋଗୀ
କଟକ ଅଫିସ, ୨୦-୯:କଟକ ଏସ୍ସିବି ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ହସ୍ପିଟାଲରେ ଆଡମିଶନ ହୋଇଥାନ୍ତି। ପ୍ରତିଦିନ ରୋଗୀ ସଂଖ୍ୟା ବଢୁଥିବାବେଳେ…
ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ
ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍ (ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ ଦୁଇଦିନ ବାକି ଥିବାବେଳେ ଗୁରୁବାର ପ୍ରଶାସନକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳରେ…
Archives


