ଜବରଦଖଲକୁ ବିରୋଧ, ରାସ୍ତାକୁ ଓହ୍ଲାଇବେ ୫୦୦ ପରିବାର

ଭୁବନେଶ୍ୱର, ୬ା୨(ବ୍ୟୁରୋ): ପାଇକନଗରରେ ଚାଲିଥିବା ଜମି ବିବାଦ ଘଟଣାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ୫୦୦ରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ସରକାରୀ ଜମି ଉପରେ ନିର୍ଭର କରୁଛନ୍ତି। ହେଲେ ବିଲ୍‌ଡର ଉକ୍ତ ଜମିରେ ନିଜର କନଷ୍ଟ୍ରକଶନ କାର୍ଯ୍ୟ ଜାରି ରଖିଛନ୍ତି। ବୁଧବାର ପୂର୍ବ ବିଲ୍‌ଡର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପାଇକନଗର ୱେଲଫେୟାର ଆସୋସିଶନ ପକ୍ଷରୁୁ ଏହାକୁ ବିରୋଧ କରାଯିବା ସହ ଏକ ଖବରଦାତା ସମ୍ମିଳନୀରେ ତୀବ୍ର ଅସନ୍ତୋଷ ଜାହିର କରାଯାଇଛି। ପୋଲିସ ପ୍ରଶାସନ ବିଲଡରଙ୍କ ସହ ମିଶି ଜବରଦଖଲ ହେବାକୁ ପ୍ରଶ୍ରୟ ଦେଉଛି ବୋଲି କହିବା ସହ ଯଦି ଏ ନେଇ ତୁରନ୍ତ ସମାଧାନ ନ ହୁଏ ତେବେ ପାଇକନଗରରେ ରହୁଥିବା ୫୦୦ ପରିବାର ରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି।
ପାଇକନଗର ୱେଲଫେୟାର ଆସୋସିଏଶନ୍‌ର ସମ୍ପାଦକ ସମୀର ନାୟକ କହିଛନ୍ତି, ପାଇକନଗର ମୌଜାର ପ୍ଲଟ ନଂ. ୨୨୬, ୨୨୭, ୨୨୮, ୨୨୯, ୨୩୦, ୨୩୨, ୨୩୩ ପୂର୍ବରୁ ଜଳାଶୟ ଥିଲା। ଏବେ ମଧ୍ୟ ସରକାରୀ ନକ୍ସାରେ ସେଠାରେ ଜଳାଶୟ ଓ ୪.୫ ଫୁଟର ଡ୍ରେନ ଯାଉଛି। ହେଲେ ବିଲ୍‌ଡର ସୁଧାଂଶୁ ଶେଖର ପାଳ ଉକ୍ତ ଜଳାଶୟକୁ ପୋତି ସେଠାରେ ଜବରଦଖଲ କରିଛନ୍ତି। ଏ ନେଇ ବିଧାନସଭାରେ ପ୍ରଶ୍ନୋତ୍ତର ହେବା ପରେ ସେଠାରୁ ୨୦୦୯ରେ ବିଏମ୍‌ସି, ବିଡିଏ ପ୍ରଶାସନ ଦ୍ୱାରା ଉଚ୍ଛେଦ କାର୍ଯ୍ୟ କରାଗଲା। ତା’ପରେ ସେ ସେଠାରେ ଥିବା ୨୨୭, ୨୨୮ ପ୍ଲଟକୁ ନିଜର ସ୍ଥିତିବାନ ଜମି ବୋଲି ଦର୍ଶାଇବା ସହ ଉକ୍ତ ଜମିକୁ ଲାଗି ରହିଥିବା ଅନ୍ୟ ପ୍ଲଟଗୁଡିକୁ ମଧ୍ୟ ନିଜର ବତାଉଛନ୍ତି। ଉକ୍ତ ସରକାରୀ ଜମି ଉପରେ ସ୍ଥାନୀୟ ବାସିନ୍ଦା ନିର୍ଭରଯୋଗ୍ୟ ଥିବା ବେଳେ ବିଲ୍‌ଡର ପାଳ ସେଠାରେ ଜବରଦଖଲ କରୁଛନ୍ତି ବୋଲି ସେ କହିଛନ୍ତି।
ପୂର୍ବରୁ ବିଲ୍‌ଡଙ୍କର ସହ ବହୁବାର ଜମିକୁ ନେଇ ବିବାଦ ଲାଗି ରହୁଥିଲା, ହେଲେ ୨୦୨୦ ଜାନୁୟାରୀ ୧୭ରେ ନୟାପଲ୍ଲୀ ଥାନାରେ ଉଭୟପକ୍ଷ ବସି ଆଲୋଚନା କରିଥିଲେ। ୩ଦିନ ମଧ୍ୟରେ ଜମି ମାପଚୁପ ହେବ ଓ ଉଭୟପକ୍ଷଙ୍କ ଅମିନ ସେଠାରେ ଉପସ୍ଥିତ ରହି ମାପଚୁପ୍‌ କରିବା ସହ ମାପାଚୁପ ହେବାର ଗୋଟିଏ ଦିନ ପୂର୍ବରୁ ଉଭୟପକ୍ଷକୁ ଏ ନେଇ ସୂଚନା ଦିଆଯିବ ବୋଲି ନିଷ୍କର୍ସ ପ୍ରକାଶ ପାଇଥିଲା। ହେଲେ ବୁଧବାର ସକାଳ ୯ ଟାରେ ନୟପଲ୍ଲୀ ଥାନାର ଜଣେ ଏସ୍‌ଆଇ ଫୋନ ଯୋଗେ ଯୋଗାଯୋଗ କରି ଏବେ ହିଁ ମାପଚୁପ ହେବ ବୋଲି କହିଥିଲେ। ତେବେ ପୂର୍ବ ନିଷ୍ପତ୍ତିକୁ ଖାତିର ନ କରି ପୋଲିସ୍‌ ବିଲଡରଙ୍କ ସହ ମିଶି ମଧ୍ୟାହ୍ନରେ ମାପଚୁପ କରିଥିଲେ। ଯାହାକୁ ଆସୋସିଏଶନ ପକ୍ଷରୁ ସହଯୋଗ କରାଯାଇ ନ ଥିଲା। ଏହି ମାପଚୁପ ସମ୍ପୂର୍ଣ୍ଣ ବେଆଇନ ବୋଲି କହିବା ସହ ଆସୋସିଏଶନ୍‌ ପକ୍ଷରୁ ଆଉଥରେ ସେଠାରେ ମାପଚୁପ୍‌ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri