ଓଡ଼ିଶାକୁ ରେଳ ଅନୁଦାନ ହ୍ରାସ

ଭୁବନେଶ୍ୱର,୬ା୨: ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହା ଗତ ବର୍ଷ ବ୍ୟୟ ବରାଦଠାରୁ ୨୨୦ କୋଟି ଟଙ୍କା କମ୍‌ ରହିଛି। ପୂର୍ବତଟ ରେଳପଥ ଲାଗି ଚଳିତ ଥର ୫,୮୬୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦକୁ ୪,୩୭୩ କୋଟି ଟଙ୍କା ଏହା ମଧ୍ୟରେ ସାମିଲ ରହିଛି। ଗତବର୍ଷ ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ୪୫୯୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହି ପାଣ୍ଠିକୁ ବିଭିନ୍ନ ପ୍ରକଳ୍ପ, ଯାତ୍ରୀ ସୁବିଧା, ଟ୍ରାକ୍‌ ଉନ୍ନତୀକରଣ, ମରାମତି, ନୂଆ ଟ୍ରାକ୍‌ ବିଛାଇବା, ବିଦ୍ୟୁତୀକରଣ, ଲାଇନ ଦୋହରୀକରଣ ଭଳି ଅନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା।
ଗତବର୍ଷ ଝାରସୁଗୁଡା ବରପାଲି କୋଇଲା କରିଡରର ରେଳ ପ୍ରକଳ୍ପ ଲାଗି ଏନ୍‌ଟିପିସି ୧୪୦୦ କୋଟି ପୁଞ୍ଜି ବିନିଯୋଗ କରିଥିଲା। ଫଳରେ ରାଜ୍ୟ ଲାଗି ମୋଟ ରେଳ ପ୍ରକଳ୍ପ ପାଣ୍ଠି ୫୯୯୩ କୋଟି ଟଙ୍କା ଛୁଇଁଥିଲା। ପ୍ରକଳ୍ପଟି ଗତବର୍ଷ ଆରମ୍ଭ ହୋଇଥିବାରୁ ଏହାକୁ ଚଳିତବର୍ଷ ଏଥିରେ ସାମିଲ କରାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ଏହି ପ୍ରକଳ୍ପ କିମ୍ବା ଏଭଳି ଅନ୍ୟ ପ୍ରକଳ୍ପରେ ଏନ୍‌ଟିପିସି କୌଣସି ପୁଞ୍ଜି ବିନିଯୋଗ କରିନାହିଁ। ଚଳିତ ବର୍ଷ ବଜେଟରେ ଗୋପାଳପୁର-ସମ୍ବଲପୁର ମଧ୍ୟରେ(ଭାୟା ଫୁଲବାଣୀ) ୨୪୧ କିମି ବିଶିଷ୍ଟ ନୂଆ ରେଳ ପ୍ରକଳ୍ପ (ମୂଲ୍ୟ ୨,୯୫୭ କୋଟି) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପ୍ରକଳ୍ପକୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିବ।

ଚଳିତ ବର୍ଷ ବଜେଟରେ ପ୍ରାୟ ସମସ୍ତ ପ୍ରମୁଖ ରେଳ ପ୍ରକଳ୍ପଗୁଡିକର ବ୍ୟୟ ବରାଦ ବଢିଛି। ପ୍ରକଳ୍ପଗୁଡିକର ଆବଶ୍ୟକତା ଅନୁସାରେ ପୁଞ୍ଜି ପ୍ରଦାନ କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ଏବଂ ସମୀକ୍ଷା କରାଯିବା ପରେ ଏଭଳି ବ୍ୟବସ୍ଥା କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି। ଗତ ବର୍ଷ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ଏହା ଲାଗି ୫୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ସୂଚନା ରହିଛି। ଗତ ବର୍ଷ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ୨୫୦ କୋଟି ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ଲାଗି ୪୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପକୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ କରାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ଥିବାରୁ ଏହା ଲାଗି ୧୦୦ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା ହୋଇଛି। ଗତ ବର୍ଷ ଏହି ପ୍ରକଳ୍ପକୁ ୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ରାଜ୍ୟରେ ରେଳ ଲାଇନ ଦୋହରୀକରଣକୁ ଗୁରୁତ୍ୱ ଦେଇ ରେଳପଥ ପକ୍ଷରୁ ପୁଞ୍ଜି ଯୋଗାଣକୁ ଚଳିତ ଥର ଅଧିକ କରାଯାଇଛି। ବିଶେଷ କରି ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ, ଟିଟିଲାଗଡ-ରାୟଗଡା, ଟିଟିଲାଗଡ-ରାୟପୁର ଭଳି ପ୍ରମୁଖ ପ୍ରକଳ୍ପ ଏହା ମଧ୍ୟରେ ସାମିଲ ରହିଛି। ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ଏବଂ ଲାଞ୍ଜିଗଡ ରୋଡ-ଜୁନାଗଡ ରୋଡ ରେଳ ଲାଇନ ବିଦ୍ୟୁତୀକରଣକୁ ପ୍ରାଥମିକତା ଦିଆଯାଇଛି। ମଞ୍ଚେଶ୍ୱର ଏବଂ ସମ୍ବଲପୁର ନିକଟରେ ଥିବା ରେଳଡବା ମରାମତି ଓ୍ବାର୍କଶପ ଲାଗି ୨୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଯାତ୍ରୀ ନିରାପତ୍ତାକୁ ଗୁରୁତ୍ୱ ଦେଇ ରୋଡ ଓଭରବ୍ରିଜ (ଆର୍‌ଓବି) ନିର୍ମାଣ ଦ୍ୱାରା ଲେଭଲ କ୍ରସିଂ ଉଚ୍ଛେଦ, ରୋଡ ଅଣ୍ଡରବ୍ରିଜ(ଆର୍‌ୟୁବି) ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ଏଥି ଲାଗି ୧୧୬୫ କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?