ଶ୍ରୀଲିଙ୍ଗରାଜ କ୍ଷେତ୍ର ପ୍ରତି ଚରମ ଅବହେଳା

ପୁରୁଣା ଭୁବନେଶ୍ୱର,୬ା୨ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଯୋଗୁ ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରାଯାଇଛି। ଏହି କାରଣରୁ ବିଏମ୍‌ସି ଡାକ୍ତରଖାନା ଓ ରକ୍ତଭଣ୍ଡାର ଉପରେ ନିର୍ଭର କରି ଆସୁଥିବା ଆଖପାଖ ଅଞ୍ଚଳର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମନ୍ଦିର ଉତ୍ତର ଦ୍ୱାରା ନିକଟ ରଥଖଳା, ତଳବଜାର ଅଞ୍ଚଳରେ ଉଠା ଦୋକାନୀ ଓ ପରିବା ହାଟ ଯୋଗୁ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଯେଉଁଠାରେ ଯିଏ ପାରିଲା ନିଜ ପସରା ମେଲାଇ ବ୍ୟବସାୟ କରୁଛନ୍ତି। ସାଧାରଣ ରୋଗୀଟିଏ ବିଏମସି ଡାକ୍ତରଖାନା ଯିବାକୁ ହେଲେ ବାଧ୍ୟ ହୋଇ ୧ କିମି ଅଧିକ ବୁଲିବାକୁ ପଡୁଛି। ସେହିପରି ରାସ୍ତା ଉପରେ ଅବୈଧ ପାର୍କିଂ ଓ ବିବାହ, ବ୍ରତଘର ଅବସରରେ ବାଜା, ବାଣ ସହ ରୋଶଣି ଯୋଗୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଟ୍ରାଫିକ୍‌ ସମସ୍ୟା ବଢି ଚାଲିଛି। ଏଭଳି ଅବହେଳା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ବେଆଇନ ପାର୍କିଂ ଯୋଗୁ ଲୋକେ ହନ୍ତସନ୍ତ
ବିକାଶ, ସୌନ୍ଦର୍ଯ୍ୟକରଣ ବଦଳରେ ଅବ୍ୟବସ୍ଥା ଓ ପୂତ୍ତିଗନ୍ଧମୟ, ଅସ୍ବାସ୍ଥ୍ୟକର ପରିବେଶ ମିଳିବ ଏହା ବୋଧହୁଏ ପୁରୁଣା ଭୁବନେଶ୍ୱରବାସୀଙ୍କୁ ଜଣା ନ ଥିଲା। ପାର୍କିଂ ସୁବିଧାକୁ ପ୍ରାଥମିକତା ଦେବା ବଦଳରେ ଉଚ୍ଛେଦ ସ୍ଥଳଗୁଡିକରେ ଟାଇଲ ବିଛାଇ କୁଣ୍ଡରେ ବଡ ବଡ ଗଛ ରଖାଯାଇଛି। ଫଳରେ ଏହି ସ୍ଥାନଗୁଡିକ ଅବ୍ୟବହୃତ ଭାବେ ରଖାଯିବାରୁ ପାର୍କିଂ ପାଇଁ ସ୍ଥାନ ଅଭାବ ଦେଖାଦେଇଛି। ଏଣେ ନୂତନ ମାର୍କେଟ କମ୍ପ୍ଲେକ୍ସ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ରହିଥିବାରୁ ଯାତ୍ରୀବାହୀ ବସଗୁଡିକ ଏହାକୁ ବସ ଟର୍ମିନାଲ ପରି ବ୍ୟବହାର କରୁଛନ୍ତି। ଏଥିଯୋଗୁ ଦିନବେଳା ୪ ଚକିଆ ଯାନବାହନ ବିଭିନ୍ନ ସ୍ଥାନରେ ବେଆଇନଭାବେ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ବିଏମସି ପକ୍ଷରୁ ପାର୍କିଂ ଫି ଆଦାୟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ଗାଡିଗୁଡିକରୁ ପାର୍କିଂ ସ୍ଥଳ ବ୍ୟତୀତ ଅନ୍ୟତ୍ର ରଖିବା ନେଇ ବାରଣ କରିବା ପରିବର୍ତ୍ତେ ଟିକେଟ୍‌ କାଟିବାରୁ ଏପରି ଅବ୍ୟବସ୍ଥା ଦେଖାଦେଉଛି।

ଅସ୍ବାସ୍ଥ୍ୟକର ପରିବେଶରେ ପର୍ଯ୍ୟଟକ
ପୂର୍ବରୁ ପର୍ଯ୍ୟଟକ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁବିଧାକୁ ନଜରରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସହ ଶୌଚାଳୟ ରହିଥିଲା। ସେହିପରି ଦକ୍ଷିଣ ଦ୍ୱାର ନିକଟରେ ଶୌଚାଳୟ ଓ ଭଜନ ମଣ୍ଡପ ନିକଟରେ ଏକ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ମାତ୍ର ବିକାଶ କରିବାକୁ ଯାଇ ତରବରିଆ ଭାବେ ଉଚ୍ଛେଦ ଆଳରେ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ଦୁଇଗୋଟି ଶୌଚାଳୟ ଓ ପାନୀୟ ଜଳ ପ୍ରକଳ୍ପ ଭାଙ୍ଗି ଦିଆଯାଇଛି। ହେଲେ ଦେବୀପାଦହରା ନିକଟରେ ଗୋଟିଏ ପୁରାତନ ମନ୍ଦିରକୁ ଲାଗି ରହିଥିବା ଶୌଚାଳୟଟିକୁ ଉଚ୍ଛେଦ କରାଯାଇନାହିଁ। ଏହା ବଦଳରେ ବିକଳ୍ପ ବ୍ୟବସ୍ଥା କରିବାକୁ ଯାଇ ମନ୍ଦିରଠାରୁ ପାଖାପାଖି ଅଧ କିମି ଦୂରରେ ଗୋଟିଏ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀ ସଂଯୋଗ ଥିବା ପାଇପ୍‌ ଖସାଇ ଖୋଲା ଛାଡ଼ି ଦେଇଛନ୍ତି। ପାଣିର ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଲୋକେ ଏକାମ୍ରେଶ୍ୱର, ଦେବୀପାଦହରା ଓ ଭଜନ ମଣ୍ଡପ ଉଚ୍ଛେଦ ସ୍ଥଳ ସମେତ ଦକ୍ଷିଣ ଦ୍ୱାରା ହାଟ ଅଞ୍ଚଳକୁ ମୁକ୍ତ ଶୌଚାଳୟରେ ପରିଣତ କରିସାରିଲେଣି। ମନ୍ଦିର ବାହାରେ ପାଦ ପ୍ରଖ୍ୟାଳନ ନେଇ କୌଣସି ବ୍ୟବସ୍ଥା ନ ରହିବା କାରଣରୁ ପର୍ଯ୍ୟଟକ ମଳ, ମୂତ୍ର ପାଦରେ ମାଡ଼ି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି।
ପୁରୀ ଭଳି ପାର୍କିଂ ବ୍ୟବସ୍ଥା କରିବାକୁ ଦାବି
ପୁରୀଠାରେ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ ଯାତ୍ରୀବାହୀ ବସଗୁଡିକୁ ମାଳତିପାଟପୁରଠାରେ ରଖାଯାଉଛି। ସେହି ନୀତି ଅନୁଯାୟୀ, ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜଙ୍କ ଅନେକ ଜମି ଅବୈଧ ଦଖଲରୁ ମୁକ୍ତ କରାଯାଇ ବିକଳ୍ପ ବ୍ୟବସ୍ଥା ଆପଣେଇବାକୁ ଦାବି ହେଉଛି। ସାମନ୍ତରାପୁରଠାରେ ଶ୍ରୀଲିଙ୍ଗରାଜଙ୍କ ପାଖାପାଖି ୨୦ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତି ଯାହାକି ସ୍ବତ୍ୱ ଅନୁଯାୟୀ ସର୍ବସାଧାରଣ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ରହିଛି। ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ରହିଥିବା ଏହି ସମ୍ପତ୍ତି ଉଦ୍ଧାର କରାଯାଇ ମାଳତିପାଟପୁର ପରି ବ୍ୟବସ୍ଥା ଓ ଗ୍ୟାରେଜ ଛକଠାରୁ ରାସ୍ତା ପ୍ରଶସ୍ତୀକରଣ କରାଗଲେ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରନ୍ତା। ଏଣୁ ବୁଦ୍ଧିଜୀବୀଙ୍କ ମତରେ ଏକାମ୍ର କ୍ଷେତ୍ରକୁ ଶ୍ରୀହୀନ ନ କରି ଦୂରଦୃଷ୍ଟି ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରାଯିବା ଦରକାର।

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri