ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍ପି
ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ଜୁଆଡିଙ୍କୁ ଗିରଫ କରୁଛି। ମାତ୍ର ଗଞ୍ଜାମ ଜିଲା ବୁଗୁଡା…
ଭୁବନେଶ୍ୱର ଦେଇ ବିଶାଖାପାଟଣାରୁ ଆଲ୍ଲାହାବାଦ ଆଉଏକ ସ୍ପେଶାଲ ଟ୍ରେନ
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବିଶାଖାପାଟଣାରୁ ଆଲ୍ଲାହାବାଦକୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଭାୟା ଭୁବନେଶ୍ୱର ଦେଇ ଚଳାଚଳ ଆରମ୍ଭ କରିଛି। ଶୀତ ଋତୁ ଓ ପୂଜା ସମୟରେ ଗହଳି କମାଇବା ପାଇଁ ପ୍ରତି ମଙ୍ଗଳବାର ବିଶାଖାପଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ (୮୨୫୦୭-୮୨୫୦୮) ଚଳାଚଳର ବ୍ୟବସ୍ଥା…
୪୨ ହାବିଲଦାର ମେଜରଙ୍କ ପଦୋନ୍ନତି
କଟକ ଅଫିସ, ୧୦ା୧୦- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୪୨ଜଣ ହାବିଲଦାର ମେଜରଙ୍କୁ ଡ୍ରିଲ୍ ସବ୍-ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦିଆଯାଇଛି। ଗୁରୁବାର ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ…
ହାତକଡ଼ି ସହ ଅଭିଯୁକ୍ତ ଚମ୍ପଟ ଘଟଣା: ୨ ପୋଲିସ ନିଲମ୍ବିତ
ଚାନ୍ଦବାଲି, ୧୦।୧୦ (ଡି.ଏନ.ଏ.)- ଏକ କମେଣ୍ଟ ମାରିବା ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲକୁ ନିଆଯାଉଥିଲା। ରାସ୍ତାରେ ବାଇକ୍ରୁ ଡେଇଁ ହାତକଡ଼ି ସହିତ ଅଭିଯୁକ୍ତ ଚମ୍ପଟ ମାରିବା ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ ତୁଷାରକାନ୍ତ…
୪ ଆଇଏଫ୍ଏସ୍ ଅଫିସରଙ୍କ ପଦୋନ୍ନତି
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଫ୍ଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟର ୪ ଜଣ ଆଇଏଫ୍ଏସ୍ ଅଫିସରଙ୍କୁ ଅତିରିକ୍ତ ପିସିସିଏଫ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଓ ଓମ୍ ପ୍ରକାଶ ସିଂହଙ୍କୁ ଏହି…
୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ: ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ, ଡାଇଲୋସିସ୍ ୱାର୍ଡ କାନ୍ଥ ନଷ୍ଟ ନେଇ ବିରକ୍ତି
ରାୟଗଡ଼ା ଅଫିସ ,୧୦ା୯- ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଗସ୍ତ କରିଛନ୍ତିି । ସେ କଳାହାଣ୍ଡିରୁ ଏକ ହେଲିକେପ୍ଟର ଯୋଗେ ଆସି ରାୟଗଡ଼ାର ଡ଼ିସିଡ଼ି ଖେଳପଡ଼ିଆରେ ଓହ୍ଲାଇଥିଲେ। ତାଙ୍କ ସହ ଜାତୀୟ ଗ୍ରାମୀଣ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ…
ବିଜେପୁର ଉପନିର୍ବାଚନ: ଶୁକ୍ରବାର ପ୍ରଚାର କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏହି ଉପଲକ୍ଷେ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିବେ। ସେ ଶୁକ୍ରବାର ସକାଳ ୧୧ଟାରେ ବରଗଡ଼ ଜିଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଞ୍ଚି ଏକ…
ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଲାଗି ଜମି କିଣିଲେ ସରକାର
ସାକ୍ଷୀଗୋପାଳ, ୧୦।୧୦( ଡି. ଏନ୍. ଏ.)- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଓଡିଆ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁଷ୍ଠାନିକ ଭାବରେ ଗୁରୁବାର ଜମି କ୍ରୟ କରିଛନ୍ତି। ଏଥିପାଇଁ ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକ୍ରି ଦଲିଲ…
ପାଣିଟାଙ୍କିରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରିଥିବାରୁ ଖସି ପଡ଼ିଥିବା ସନ୍ଦେହ
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୯, ପ୍ଲଟ ନଂ-୧୨୯ରେ ଥିବା ଏକ ପାଣିଟାଙ୍କିରୁ ଗୁରୁବାର ଜଣେ ନାବାଳକଙ୍କ ମୃତଦେହକୁ ଖାରବେଳ ନଗର ପୋଲିସ ଉଦ୍ଧାର କରିଛି। ସେ ହେଲେ ତିର୍ଜକ ତେଜର ଜେନା(୧୨)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।…
ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ନୂଆବର୍ଷ ଅର୍ଥାତ୍ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ। ସପ୍ତାହକୁ ୩ଦିନ ଏୟାର ଇଣ୍ଡିଆ ବିମାନ ଚାଲିବ। ଏ ନେଇ ଗୁରୁବାର ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି। ବିମାନ ଚଳାଚଳ ମନ୍ତ୍ରଣାଳୟ ତାଙ୍କ…
କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ…
ବିଜେପୁର ଉପନିର୍ବାଚନ ପୂର୍ବରୁ ଭାଜପାରେ ଅସନ୍ତୋଷ: ଅଶୋକ କହିଲେ ‘ଦଳରେ ତାଙ୍କୁ ଅଣଦେଖା କରାଯାଉଛି’
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ଭାଜପାରେ ଅସନ୍ତୋଷ ଦେଖାଦେଇଛି। ୨୦୧୮ ନିର୍ବାଚନରେ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଗୁରୁବାର ଦଳ ପ୍ରତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅସନ୍ତୋଷ ପ୍ରକାଶ…
Archives


