ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଠାକୁରମୁଣ୍ଡା,୬ା୧୨(ଡି.ଏନ୍.ଏ.)- ୪ ଦଫା ଦାବି ନେଇ ଜାତୀୟ ଯୁବ ପ୍ରକଳ୍ପର ସଭ୍ୟମାନେ କରଞ୍ଜିଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରତୀକ ଧାରଣାରେ ବସିଥିଲେ। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା,…
ଜବରଦଖଲ ଉଚ୍ଛେଦକୁ ନେଇ ଅଡୁଆ ପରିସ୍ଥିତି
ଭଦ୍ରକ ଅଫିସ/ବନ୍ତ,୬।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତହସିଲଦାର ଇନ୍ଦିରା ସାହୁ ବନ୍ତ ଥାନାରେ ଅଭିଯୋଗ କରିବା ସହ…
ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ
ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଆସନ୍ତା ୧୫ ଦିନ ମଧ୍ୟରେ ମରାମତି ନ ହେଲେ…
ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତ୍ତା: ‘ମହିଳାଙ୍କୁ ସମ୍ମାନ ଦିଅ’
ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଏବେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଦେବାକୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଭାରତ ମାନଚିତ୍ରରେ ମହିଳାଙ୍କୁ ସ୍ଥାନ…
କିଷାନ ସହ ମିଶ୍ରଣ ପ୍ରସଙ୍ଗରେ ବର୍ଷିଲା ନବ ନିର୍ମାଣ କୃଷକ ସଂଗଠନ: କହିଲା ‘ଭୋଟ ହାତେଇବା ପାଇଁ ‘କାଳିଆ’ ଏକ ଚାଲ୍ ଥିଲା’
ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ‘କିଷାନ’ ଯୋଜନା ଓ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ମିଶ୍ରଣ ସୁନିଶ୍ଚିତ ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ନବ ନିର୍ମାଣ କୃଷକ ସଂଗଠନ। ନିର୍ବାଚନ…
ଆଜି ଶେଷ ହେବ କୋଣାର୍କ ଉତ୍ସବ: ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଉତ୍ସବ ଅବସରରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଆମେରିକା, କାନାଡ଼ା, ରୁଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।…
ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍ ଦେଲେ ମାତାଲ ଶିକ୍ଷକ
କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ ହେଲେ ମକରନ୍ଦ ପ୍ରଧାନ। ଗୁରୁବାର ମକରନ୍ଦ ମଦ ପିଇ ବିଳମ୍ବରେ ସ୍କୁଲକୁ ଆସିଥିଲେ। ପିଲାମାନେ…
ଆର୍ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗ: ଏଜେଣ୍ଟଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଥଇଥାନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଆର୍ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟମାନଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସେମାନଙ୍କୁ ଯଥା ସମ୍ଭବ ଥଇଥାନ କରିବାକୁ…
ଖଣ୍ଡଗିରି ଅଞ୍ଚଳର ଯୁବତୀଙ୍କୁ ବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର,୫।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳର ବଳାତ୍କାର ପୀଡ଼ିତାଙ୍କୁ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଗୁରୁବାର ଭେଟିଛନ୍ତି। ପ୍ରଥମେ ଖଣ୍ଡଗିରି ଥାନାରେ ପହଞ୍ଚିବା ପରେ ପୀଡ଼ିତାଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।…
ହାଇକୋର୍ଟକୁ ସ୍ଥାନାନ୍ତର ହେବ ସ୍ୟାଟ୍ ମାମଲା
କଟକ ଅଫିସ,୫।୧୨: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଉଚ୍ଛେଦ ପ୍ରକ୍ରିୟା ଆଉ ପାଦେ ଆଗେଇଛି। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ବେଞ୍ଚରେ ପଡ଼ି ରହିଥିବା ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ହୋଇଛି। ସାଟ୍ ଉଚ୍ଛେଦ ନେଇ ଆଗତ ମାମଲାର ଶୁଣାଣି…
ମହିଳାରୋଗୀଙ୍କୁ ଓ୍ବାଡେନ୍ ଇଞ୍ଜେକ୍ସନ ଦେବା ଘଟଣା: ଚାକିରିରୁ ବିଦା ହେଲେ, ନର୍ସଙ୍କୁ ସୋ-କଜ୍ ନୋଟିସ୍
ଢେଙ୍କାନାଳ ଅଫିସ,୫।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ରୋଗୀଙ୍କୁ ଓ୍ବାଡେନ୍ ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗୁରୁବାର ଦାୟିତ୍ୱରେ ଥିବା ଷ୍ଟାଫ୍ ନର୍ସ ଶାଶ୍ୱତି ବେହେରା ଏବଂ ଓ୍ବାଡେନ୍ ମନୋରମା ବେହେରାଙ୍କ…
‘କିଷାନ’ ସହ ମିଶ୍ରଣ ପରେ ବି ‘କାଳିଆ’ ଯୋଜନା ଚାଲୁ ରହିବ: କୃଷି ମନ୍ତ୍ରୀ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ ‘କାଳିଆ’ର ମିଶ୍ରଣ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନର ମିଶ୍ରଣ ହେବ। କାଳିଆ ଯୋଜନା ଚାଲୁ ରହିବ। ଏପରିକି…
Archives


