ତୀର୍ଥଯାତ୍ରାରେ ଗଲେ ୯୭୬ ବରିଷ୍ଠ ନାଗରିକ

ବ୍ରହ୍ମପୁର ଅଫିସ,୨୯।୨: ଗରିବ ଲୋକମାନଙ୍କ ପାଇଁ ତୀର୍ଥଯାତ୍ରା ସ୍ବପ୍ନ ଥିଲା। ଅର୍ଥାଭାବରୁ ତୀର୍ଥସ୍ଥାନକୁ ଯାଇ ପୂଣ୍ୟ ଅର୍ଜନ କରିବା ଆଶା ମଉଳି ଯାଉଥିଲା। ରାଜ୍ୟରେ ଗରିବ ଶ୍ରେଣୀର ବରିଷ୍ଠ ନାଗରିକମାନଙ୍କ ଏହି ସ୍ବପ୍ନକୁ ସାକାର କରିବା ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବ୍ରହ୍ମପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାରେ ୧୩ଟି ପର୍ଯ୍ୟାୟରେ ୧୨,୦୦୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିବାର ସୁଯୋଗ ପାଇଲେଣି। ଏହା ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି ବୋଲି ଶୁକ୍ରବାର ବ୍ରହ୍ମପୁର ରେଳ ଷ୍ଟେଶନରେ ୧୪ତମ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ ଶୁଭାରମ୍ଭ କରିବା ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି।
ବ୍ରହ୍ମପୁର ରେଳଷ୍ଟେଶନର ୪ନଂ. ପ୍ଲାର୍ଟଫର୍ମରୁ ଏହି ସ୍ବତନ୍ତ୍ର ଟ୍ରେନ ଦକ୍ଷିଣ ଓଡ଼ିଶାର ୮ଟି ଜିଲାରୁ ୯୭୬ ବରିଷ୍ଠ ନାଗରିକଙ୍କୁ ନେଇ ରାମେଶ୍ୱରମ୍‌, ମଦୁରାଇ, ତିରୁପତି ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ମନ୍ତ୍ରୀ ପାଣିଗ୍ରାହୀ ତୀର୍ଥଯାତ୍ରୀମାନଙ୍କୁ ମିଠା, ଟିକେଟ, କିଟ୍‌ ପ୍ରଦାନ କରିଥିଲେ। ଆଗକୁ ଅଧିକରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏଥିରେ ସାମିଲ କରିବା ଲାଗି ପ୍ରୟାସ ଜାରି ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ତୀର୍ଥଯାତ୍ରୀ ଟ୍ରେନ ଯାତ୍ରା ଆରମ୍ଭ କରିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ଟ୍ରେନରେ କୋରାପୁଟ ଜିଲାରୁ ୧୧୩, ନବରଙ୍ଗପୁରରୁ ୮୩, ମାଲକାନଗିରିରୁ ୫୩, କନ୍ଧମାଳରୁ ୫୩, ବୌଦ୍ଧରୁ ୩୦, ରାୟଗଡାରୁ ୯୭, ଗଜପତିରୁ ୫୯, ବ୍ରହ୍ମପୁର ମହାନଗର ସମେତ ଗଞ୍ଜାମ ଜିଲାରୁ ୪୮୮ ତୀର୍ଥଯାତ୍ରୀଙ୍କ ସହ ୩୦ ପ୍ରଶାସନିକ ଅଧିକାରୀ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି । ୫ ଦିନ ଯାତ୍ରା ଶେଷ କରି ଏମାନେ ଆସନ୍ତା ୫ ତାରିଖରେ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?