ସପ୍ତାହରେ ଦିନଟିଏ ଖଦି

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଯୁବପିଢିଙ୍କୁ ଖଦି ପ୍ରତି ଆକର୍ଷିତ କରିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ। ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ପରିଧାନ କରିବା ପାଇଁ ବୋର୍ଡ ପକ୍ଷରୁ ଯୁବବର୍ଗଙ୍କୁ ନିବେଦନ କରାଯାଇଛି। ଏନେଇ ‘ସପ୍ତାହରେ ଦିନଟିଏ ଖଦି’ ଶୀର୍ଷକ ରାଜ୍ୟସ୍ତରୀୟ ଖଦି ସଚେତନତା ସମାରୋହ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସମାରୋହରେ ଖଦିର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରାଯିବା ସହ ଖଦିବସ୍ତ୍ର ପରିଧାନର ଉପାଦେୟତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଦେଶ ପାଇଁ ଗାନ୍ଧିଜୀଙ୍କ ବଳିଦାନ ଓ ଖଦି ପ୍ରତି ଉତ୍ସର୍ଗୀକୃତ ଅବଦାନ ସମ୍ପର୍କରେ କହିଥିଲେ। ଖଦି ବ୍ୟବହାର ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ ଯୁବବର୍ଗ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିବାକୁ କହିଥିଲେ। ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ସମାରୋହକୁ ଉଦ୍‌ଘାଟନ କରି ଖଦିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ଅତିଥିଭାବେ ବିଶିଷ୍ଟ ସ୍ବାଧୀନତା ସଂଗ୍ରମୀ ଭବାନୀଚରଣ ପଟ୍ଟନାୟକ ଯୋଗଦେଇ ଖଦି ସହିତ ଗାନ୍ଧିଜୀଙ୍କର ଥିବା ଆତ୍ମିକ ସମ୍ପର୍କ ବିଷୟରେ ଅବତାରଣା କରିଥିଲେ। ଗାନ୍ଧିଜୀ ନିଜେ ଚରଖାରେ ସୂତା କାଟି ତାହାକୁ ପିନ୍ଧୁଥିଲେ। ନିଜ ରୁଚିରେ ପରିବର୍ତ୍ତନ ଆଣି ଖଦି ପରିଧାନ କରିବା ସହିତ ଜଣେ ଜଣେ ସଚ୍ଚା ଭାରତୀୟ ଭାବେ ଗର୍ବ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଖଦିକୁ ଜନସାଧାରଣଙ୍କ ଅଧିକ ନିକଟତର କରିବା ପାଇଁ ଖଦିବୋର୍ଡର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ତଥା ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ଖଦି ଆମର ପରିଚୟ। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଖଦିକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିଲା। ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ପରିଧାନ କରିପାରିଲେ ତାହା ଗାନ୍ଧିଜୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଦାସ କହିଥିଲେ। ସରକାରୀ ଓ ବେସରକାରୀ କର୍ମଚାରୀ, ସମସ୍ତ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନେ ସପ୍ତାହରେ ଦିନଟିଏ ଖଦିବସ୍ତ୍ର ପରିଧାନ କରିବାକୁ ବିଧାୟକ ସୁଶାନ୍ତ କୁମାର ରାଉତ ଆହ୍ବାନ ଦେଇଥିଲେ। ସମାରୋହରେ ଖଦିବୋର୍ଡ ଦ୍ୱାରା ଆର୍ଥତ୍କ ସହାୟତାପ୍ରାପ୍ତ ସଫଳ ଉଦ୍ୟୋଗୀମାନଙ୍କର ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡର ସଦସ୍ୟ ସୌଭାଗ୍ୟ ରାଉତ, ପୃଥ୍ବୀରାଜ ସାହୁ, ବୋର୍ଡ ଉପସଚିବ ରେଣୁପ୍ରଭା ନାୟକ ଉପସ୍ଥିତ ଥିବାବେଳେ ଶେଷରେ ବୋର୍ଡ ସଚିବ ଅବଦୁଲ ଅଲିମ୍‌ ଖାନ୍‌ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri