ରାଜ୍ୟ

ମରଣଯନ୍ତା ପାଲଟିଛି ୪୯ନଂ ଜାତୀୟ ରାଜପଥ: ଦ୍ୱାରସୁଣୀ ଘାଟିରେ ବସ୍‌କୁ ଧକ୍କା ଦେଇ ଖସିପଡ଼ିଲା ଟ୍ରକ୍‌; ୨ ଗୁରୁତର, ୫ ଆହତ

ବାଙ୍ଗିରିପୋଷି,୪।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। କିଛିଦିନ ହେଲା ଏଠାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ବେଳେ ବୁଧବାର ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ୱାରସୁଣୀ ଘାଟିରେ ଏକ…

ଚାଲିଥିଲା କଂଗ୍ରେସ କର୍ମୀ ସମ୍ମିଳନୀ: ବିନ୍ଧିଲା ମହୁମାଛି

କୁଆଁରମୁଣ୍ଡା,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିକଟସ୍ଥ ଡାଇରେକ୍‌ଟର୍ସ ବଙ୍ଗଳାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ମହୁମାଛି ଉଡ଼ିଆସି କେତେକ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୨/୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ…

ଡରାଇଲାଣି ଘାତକ କରୋନା: ଆଡ୍‌ଭାଇଜରି ଜାରି କଲେ ଏସ୍‌ଆର୍‌ସି, ଜାଣନ୍ତୁ କ’ଣ କରିବେ/ନ କରିବେ

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି। ତଦନୁଯାୟୀ -କାର୍ଯ୍ୟକ୍ଷେତ୍ରକୁ ସ୍ବଚ୍ଛ, ପରିଷ୍କାର ରଖନ୍ତୁ। -ଡେସ୍କ, ଟେବୁଲ, ଟେଲିଫୋନ, କମ୍ପ୍ୟୁଟର, କି-ବୋର୍ଡଗୁଡ଼ିକୁ ନିୟମିତ ସଫା କରନ୍ତୁ। -ହାତକୁ ବାରମ୍ବାର ଭଲଭାବେ ଧୁଅନ୍ତୁ। -ଓ୍ବାଶିଂ ମେଶିନ ନିକଟରେ…

ହାତ ମିଳାଅନି, ଆଲିଙ୍ଗନ କରନି

ଭୁବନେଶ୍ୱର,୪।୩(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା କରାଯାଇଛି। ଏନେଇ ସୂଚନା ଦେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି, ରାଜ୍ୟରେ କରୋନା ରକ୍ତ ପରୀକ୍ଷା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ହେବ। କଟକ ଏସ୍‌ସିବି ଓ…

ମଧୁସୂଦନ ପାଢ଼ୀ ହେଲେ ପରିବହନ ସଚିବ

ଭୁବନେଶ୍ୱର,୪।୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କୁ ପରିବହନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ତାଙ୍କୁ ଚକବନ୍ଦୀ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ପୂର୍ବରୁ ପାଢ଼ୀଙ୍କ ସ୍ଥାନକୁ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ବଦଳି କରାଯାଇଛି। ମେହେର୍ଦ୍ଦା ରାଜ୍ୟପାଳଙ୍କ…

ଏପ୍ରିଲ ୧ରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌ ମନା, ପାନ ଖାଇ ଗଲେ ୫୦୦ ଜରିମାନା

ପୁରୀ ଅଫିସ,୪।୩: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ…

ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ: ସୁର

ଭୁବନେଶ୍ୱର,୪।୩(ବ୍ୟୁରୋ): ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ନୋଟିସ ଜାରି କରାଯିବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି। ସେ…

ଏଯାବତ୍‌ ରାଜ୍ୟରେ କରୋନା ଆକ୍ରାନ୍ତ ନାହାନ୍ତି, ବନ୍ଦ ହେବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଇତିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮ ଛୁଇଁଲାଣି। ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେଶନରେ ରଖାଯାଇଛି। ଏହାକୁ ନେଇ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେ…

କେନ୍ଦୁଝରରେ କରୋନା ସନ୍ଦିଗ୍ଧ ନେଇ ଚର୍ଚ୍ଚା

କେନ୍ଦୁଝର,୪।୩(ସ୍ବ.ପ୍ର.): ଆଣ୍ଡାମାନରୁ ଫେରିଥିବା ଜଣେ କରୋନା ସନ୍ଦିଗ୍ଧଙ୍କୁ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ହରିଚନ୍ଦନପୁର ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ନେଇ ଚର୍ଚ୍ଚା ଚାଲିଛି। ସନ୍ଦିଗ୍ଧ ଜଣକ ହରିଚନ୍ଦନପୁର…

ଛତିଶଗଡ଼, ଓଡ଼ିଶା ସୀମାନ୍ତରେ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଜାତୀୟ ନିରାପତ୍ତା ପରାର୍ମଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ଏବଂ ଓଡ଼ିଶାର ସୀମାନ୍ତରେ ସୁରକ୍ଷାକୁ ନେଇ ଏହି ବୈଠକ ହୋଇଥିବା ସୂଚନା ମିଳିଛି। ତେବେ ଏହିଥିରେ…

ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ ସେକ୍‌…

ବ୍ୟାପୁଛି କରୋନା: ମୁକାବିଲା ଲାଗି ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୪।୩(ବ୍ୟୁରୋ): ପ୍ରାଣଘାତୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିବା ସୂଚନା ମିଳିଛି। ଏ ନେଇ ବୈଠକରେ ଉପସ୍ଥିତ ଡିଏମ୍‌ଇଟି ଡା. ସିବିକେ ମହାନ୍ତି ପ୍ରତିକ୍ରିୟା ରଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri