ଖେଳୁଥିବା ବେଳେ ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ
ହିଞ୍ଜିଳିକାଟୁ,୩।୩(ଡି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡ଼ରୁ ପଥରଫଟା ପାଇଁ ବ୍ୟବହୃତ ଡିଟୋନେଟର ବିସ୍ଫୋରଣରୁ ଏପରି ହୋଇଥିବା କୁହାଯାଉଛି। ଆହତମାନେ ହେଲେ ବାଦଲ ଗାୈଡ଼(୧୦), ନାରାୟଣ ଗାୈଡ(୧୨)…
୫୫ ନଂ. ଏନ୍ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର( ନଂ. ଏନଏଲ୦୧ଡି୨୭୫୮) ଭାରସାମ୍ୟ ହରାଇ ଓଲଟିପଡ଼ିଛି। କଟକରୁ ସମ୍ବଲପୁର ଅଭିମୁଖେ ଉକ୍ତ ଟ୍ୟାଙ୍କରଟି ଯାଉଥିବାବେଳେ…
୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି
ସୁନ୍ଦରଗଡ, ୩।୩(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ…
ଓଭରଟେକ୍ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍: ହେଲ୍ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
କୁଆଁରମୁଣ୍ଡା,୩।୩(ଡି.ଏନ୍.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍ ହେଲ୍ପରଙ୍କ…
୩ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩।୩(ବ୍ୟୁରୋ): ଓଡ଼ିଶାର ୩ ଜିଲାରେ ମଙ୍ଗଳବାର ଝଡ଼ ତୋଫାନ ଓ ସ୍ବଳ୍ପ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବାାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବା ଅନୁମାନ କରାଯାଇଛି। ଏହାକୁ…
କରୋନା ଚିନ୍ତା: ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ିଲା, ବିଦେଶାଗତ ଯାତ୍ରୀଙ୍କ ସ୍ବାସ୍ଥ୍ୟପରୀକ୍ଷା ବାଧ୍ୟତାମୂଳକ
ଭୁବନେଶ୍ୱର,୩।୩(ବ୍ୟୁରୋ): ଦେଶରେ ଆଉ ତିନି ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବିମାନବନ୍ଦରରେ ଯାଞ୍ଚ ବଢ଼ାଇବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସାନି ଆଡଭାଇଜରି ଜାରି କରାଯାଇଛି। ଏହି କ୍ରମରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କଟକଣା ବଢ଼ଛି। ବିଦେଶରୁ ଆସୁଥିବା…
ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍ସିବି ପଠାଗଲା
ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରେ ସିଙ୍ଗାପୁରରୁ ଆସିଥିବା ଉକ୍ତ ଜାହାଜଟି ପାରାଦୀପ ବନ୍ଦରରେ…
ବିଏମ୍ସିର ଅଳିଆବୁହା ଗାଡ଼ିକୁ ୩୨,୫୦୦ ଟଙ୍କା ଜରିମାନା
ଭୁବନେଶ୍ୱର,୩।୩(ବ୍ୟୁରୋ): ରାଜ୍ୟରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହାନଗର ନିଗମ (ବିଏମ୍ସି)ର ୨ ଗାଡ଼ିକୁ ୩୨ ,୫୦୦ ଟଙ୍କା ଜରିମାନା କରାଯାଇଛି। ମଙ୍ଗଳବାର ରଘୁନାଥପୁର ପୋଲ ଉପରେ ଯାଞ୍ଚ ସମୟରେ ବିଏମ୍ସିର ୨ଟି ଅଳିଆବୁହା ଗାଡିକୁ ଆର୍ଟିଓ…
ଦୁଇ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କା ଜରିମାନା
କଟକ ଅଫିସ,୩।୩: ମାର୍ଚ୍ଚ ପହିଲାଠାରୁ ରାଜ୍ୟରେ ନୂତନ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ପରିବହନ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି। ପ୍ରଥମ ଦିନ ଅର୍ଥାତ ରବିବାରଠାରୁ ସୋମବାର ରାତି ୯ଟା ଭିତରେ…
ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ: ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀଙ୍କୁ କାଉନ୍ସେଲିଂ କରାଗଲା
ପୁରୀ ଅଫିସ,୩।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଡ୍ରାଇଭ୍ରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରିମାନଙ୍କୁ କାଉନ୍ସେଲିଂ କରାଯାଇଛି। କାଉନ୍ସେଲିଂ ପରେ ଏମାନଙ୍କୁ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ
ବ୍ରହ୍ମପୁର ଅଫିସ/ଗଞ୍ଜାମ,୩।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘର ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ତେବେ ଆୟ…
ଆଜିଠୁ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର, ୩ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି। ତେବେ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ…
Archives


