ଭୂତଳ ଜଳ କମୁଛି: ଜଳାଭାବରେ ରାଜଧାନୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶାରେ ଭବିଷ୍ୟତରେ ଜଳ ସଙ୍କଟ ଉଗ୍ରରୂପ ନେବ। ରାଜ୍ୟରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ଆସନ୍ତା ୧୦ରୁ ୨୦ବର୍ଷ ମଧ୍ୟରେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବ। ବିଶେଷକରି ଭୂତଳ ଜଳସ୍ତର କ୍ଷେତ୍ରରେ ଏହା ଅଧିକ ପରିଲ୍ଲକ୍ଷିତ ହେବ ଏବଂ ରାଜଧାନୀ ଭୁବନେଶ୍ୱର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବ। ଭୂତଳ ଜଳସ୍ତର ଅହେତୁକଭାବେ ହ୍ରାସ ପାଉଥିବାରୁ ବର୍ତ୍ତମାନ ସୁରକ୍ଷିତ ଜୋନ୍‌ରେ ଥିବା ଭୁବନେଶ୍ୱର ସେମି-କ୍ରିଟିକାଲ ଜୋନ୍‌ରେ ପରିଣତ ହେବାକୁ ଆଉ ବେଶି ସମୟ ଲାଗିବନି ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଡାଇରେକ୍ଟୋରେଟ୍‌ ଅଫ୍‌ ଗ୍ରାଉଣ୍ଡ ଓ୍ବାଟର ସର୍ଭେ ଆଣ୍ଡ୍‌ ଇନ୍‌ଭେଷ୍ଟିଗେଶନ (ଡିଜିଡବ୍ଲ୍ୟୁଏସ୍‌ଆଇ), ଓଡ଼ିଶା ଦ୍ୱାରା ୨୦୧୧ରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ, ଭୁବନେଶ୍ୱରରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ୨୦୦୭ରୁ ୨୦୧୧ ମଧ୍ୟରେ ସହରର ପ୍ରମୁଖ ଅଞ୍ଚଳରେ ଭୂତଳ ଜଳସ୍ତର ୧ ମିଟର ହ୍ରାସ ପାଇଛି। ସେହିଭଳି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। କିଛି କିଛି ସ୍ଥାନରେ ୧୦ମିଟରରୁ ଅଧିକ ଜଳସ୍ତର ହ୍ରାସ ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଉଭୟ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇକ୍ଷେତ୍ରରେ ଜଳର ବ୍ୟବହାର ବଢୁଥିବାବେଳେ ବିପୁଳ ପରିମାଣରେ ଜଳ ଅପଚୟ ଏହା ପଛର କାରଣ ବୋଲି କୁହାଯାଉଛି। ସହରରେ କଂକ୍ରିଟ୍‌ର ଅଧିକ ବ୍ୟବହାର ଏବଂ ବହୁଳଭାବେ ଗଛକଟା ମଧ୍ୟ ଜଳସ୍ତର ହ୍ରାସର ଅନ୍ୟତମ ପ୍ରମୁଖ କାରଣ ସାଜିଛି। ରାଜଧାନୀରେ ଏବେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ରହୁଥିବାବେଳେ ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ୬୪ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଉଥିବାବେଳେ ୭୦ପ୍ରତିଶତ ବ୍ୟବହାର କରାଯିବାକୁ ଆଉ ବେଶି ସମୟ ଲାଗିବନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ହେଲେ ଦେଶର ଅନ୍ୟ ସହର ଭଳି ଏହାକୁ ମଧ୍ୟ ସେମି-କ୍ରିଟିକାଲ ଜୋନ୍‌ଭାବେ ଘୋଷଣା କରାଯିବ। ଅନ୍ୟପକ୍ଷରେ ୨୦୨୦ରେ ହେଉଥିବା ଜଳ ବ୍ୟବହାରକୁ ହିସାବ କଲେ ଦିନକୁ ଜଣ ପିଛା ୧୬୫ଲିଟର ହିସାବରେ ଭୁବନେଶ୍ୱରରେ ପ୍ରାୟ ୪୨୨ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ଭୂତଳ ଜଳ ଦୈନିକ ୧୨୨ ମିଲିୟନ ଲିଟର ଯୋଗାଇପାରିବ। ୨୦୧୦ରେ ଏହି ଦୈନିକ ଆବଶ୍ୟକତା ମାତ୍ର ୨୦୬ ମିଲିୟନ ଲିଟର ରହିଥିଲା। ମାତ୍ର ୧୦ବର୍ଷ ମଧ୍ୟରେ ସହରର ଜଳ ଆବଶ୍ୟକତା ଦୁଇଗୁଣାରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ କ୍ଷେତ୍ରରେ ସହର ବହୁ ପଛରେ ପଡ଼ିଛି। ସହର ଏବଂ ସହର ଉପକଣ୍ଠରେ ଏବେ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟଗୁଡ଼ିକରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରାଯାଉଛି। ଭୂତଳ ଜଳର ବ୍ୟବହାରକୁ ନେଇ କୌଣସି ରେଗୁଲେଶନ ନ ଥିବାରୁ ଜଳ ଅପଚୟ ବୃଦ୍ଧିପାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢୁଛି, ଯାହାର ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥାହେଲା, ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ବହୁ ପରିମାଣରେ କମିଯାଇଛି। ଅପରପକ୍ଷରେ ବର୍ଷାର ଅନିୟମିତତା ଏକ ପ୍ରମୁଖ କାରଣ। ବର୍ଷକର ୩୦ପ୍ରତିଶତ ବର୍ଷା ଗୋଟିଏ ଦିନରେ ହୋଇଯାଉଛି। ତେଣୁ ବର୍ଷାଜଳ ଭୂତଳକୁ ଯିବା ସମ୍ଭବ ହେଉନି ବୋଲି ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଛନ୍ତି।

ରାଜ୍ୟରେ ସ୍ଥିତି ଶୋଚନୀୟ

୨୦୧୯ରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୧୧୨କୋଟି କ୍ୟୁବିକ୍‌ ମିଟର ଅର୍ଥାତ୍‌ ୬.୭୧% ଭୂତଳ ଜଳ ହ୍ରାସ ପାଇଛି। ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ ଓ୍ବାଟର ବୋର୍ଡ(ସିଜିଡବ୍ଲ୍ୟୁବି)ର ତଥ୍ୟ ଅନୁଯାୟୀ, ୨୦୦୯ରେ ରାଜ୍ୟ ଭୂତଳ ଜଳସ୍ତର ୧୬୬୯ କୋଟି କ୍ୟୁବିକ୍‌ ମିଟର ଥିବାବେଳେ ୨୦୧୭ ବେଳକୁ ତାହା ହ୍ରାସପାଇ ୧୫୫୭ କୋଟି କ୍ୟୁବିକ୍‌ ମିଟରରେ ପହଞ୍ଚତ୍ଛି। ୨୦୧୩ରୁ ୨୦୧୭ ମଧ୍ୟରେ ରାଜ୍ୟରେ ଭୂତଳ ଜଳର ବ୍ୟବହାର ୩୦ ପ୍ରତିଶତରୁ ବୃଦ୍ଧିପାଇ ୪୨ପ୍ରତିଶତରେ ପହଞ୍ଚତ୍ଛି। ଚାଷକାର୍ଯ୍ୟରେ ଭୂତଳ ଜଳର ବ୍ୟବହାର ବଢୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଭାରତ ବିଶ୍ୱରେ ସର୍ବାଧିକ ଭୂତଳ ଜଳ ବ୍ୟବହାର କରୁଥିବା ରାଷ୍ଟ୍ର ହୋଇଥିବାରୁ ଆଗାମୀଦିନରେ ଜଳ ସଂକଟ ଉତ୍କଟ ରୂପ ନେବ ବୋଲି ଆଶଙ୍କା କରାଯାଉଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?