ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ରାସ୍ତାରୋକୋ
କଟକ ଅଫିସ,୪ା୩: ମଙ୍ଗଳାବାଗ ଥାନା ଅଧୀନ ମହ୍ଲାସାହିର ବିଶ୍ୱନାଥ ଭୂୟଁା(୨୫) ସୋମବାର ଅପରାହ୍ନ ୫ଟାରେ ବେକରେ ଗାମୁଛା ବାନ୍ଧି ଘରେ ଆତ୍ମହତ୍ୟା କରିଥିଲେ। ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଏହି ଆତ୍ମହତ୍ୟା ପାଇଁ ପ୍ରେମିକାଙ୍କ ପରିବାର…
ନୃତ୍ୟରେ ଡି.ଲିଟ୍. ପାଇଲେ ଶ୍ରୀନିବାସ ଘଟୁଆରୀ
ଭୁବନେଶ୍ୱର,୪ା୩(ବ୍ୟୁରୋ): ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟ ସଂଯୋଜକ ଡ. ଶ୍ରୀନିବାସ ଘଟୁଆରୀ ଆଉଏକ ସଫଳତା ହାସଲ କରିଛନ୍ତି। ସେ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ ଆମେରିକାରୁ ନୃତ୍ୟରେ ଡି. ଲିଟ୍ ଉପାଧି ଲାଭ କରିଛନ୍ତି। ‘ଶାସ୍ତ୍ରୀୟ ନୃତ୍ୟରେ ସଖୀଭାବର ମହତ୍ତ୍ୱପୂର୍ଣ୍ଣ ଭୂମିକା ଓ…
୧୯ ବର୍ଷରେ ବେଷ୍ଟ୍ ସେଲିଂ ଲେଖକ: ଇଞ୍ଜିନିୟର ଟର୍ନଡ୍ ରାଇଟର୍ ‘ପୀୟୂଷ’
ଭୁବନେଶ୍ୱର,୪ା୩(ବ୍ୟୁରୋ): ପ୍ୟାଶନ ଆଗରେ ହାର୍ ମାନିଛି ବୟସ। ଲେଖିବାର ମନିଶା ୧୯ ବର୍ଷୀୟ ପୀୟୂଷ ଗୁପ୍ତାଙ୍କୁ ଦେଇଛି ନୂଆ ପରିଚୟ। ବି.ଟେକ୍ ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଯୁବ ଲେଖକ ଆମାଜନ୍ରେ ବେଷ୍ଟ୍ ସେଲିଂ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି।…
ଓଡ଼ିଶାରେ ବଢ଼ିଲା ଜିଏସ୍ଟି ଆଦାୟ
କଟକ ଅଫିସ,୪ା୩: ଦ୍ରବ୍ୟ ଏବଂ ସେବା କର(ଜିଏସ୍ଟି) ଆଦାୟରେ ଓଡ଼ିଶାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୧୯ ଫେବୃୟାରୀରେ ଓଡ଼ିଶାରେ ରାଜ୍ୟ ଜିଏସ୍ଟି(ଏସ୍ଜିଏସ୍ଟି) ଆଦାୟ ୬୭୨.୯୯ କୋଟି ଟଙ୍କା ଥିବାବେଳେ ୨୦୨୦ ଫେବୃୟାରୀରେ ଏହା ୮୦୪.୮୫ କୋଟି ଟଙ୍କା ରହିଛି। ଏଣୁ ଗୋଟିଏ…
ଯୁକ୍ତ୨ ପରୀକ୍ଷା ଆରମ୍ଭ: କପି କରି ଧରାପଡ଼ିଲେ ୧୧ ବିଜ୍ଞାନ ଛାତ୍ରୀଛାତ୍ର
ଭୁବନେଶ୍ୱର, ୪ା୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରୀଛାତ୍ର ମାତୃଭାଷା ଓଡ଼ିଆ ପରୀକ୍ଷା ଦେଇଛନ୍ତି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିଥିଲା। ୯୭…
୫୦ ସରକାରୀ ଡିଗ୍ରୀ କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ
ଭୁବନେଶ୍ୱର, ୪ା୩(ବ୍ୟୁରୋ): ଓଡ଼ିଶାରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛି। କିନ୍ତୁ ବାସ୍ତବଚିତ୍ର କିଛି ଅଲଗା ରହୁଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଅଧିକାଂଶ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏହା କଲେଜଗୁଡ଼ିକର ପ୍ରଶାସନିକ ପରିଚାଳନା ଓ…
ଆଜି ‘ମୋ ସରକାର’ରେ ସାମିଲ ହେବ ଆଉ ୩ ବିଭାଗ
ଭୁବନେଶ୍ୱର,୪।୩(ବ୍ୟୁରୋ): ବୁଧବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି ଏବଂ ଉଚ୍ଚଶିକ୍ଷା ବିଭାଗ ‘ମୋ ସରକାର’ରେ ସାମିଲ ହେବାର ଅଛି। ସେଦିନ ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୩ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଉପରୋକ୍ତ ୩…
ଆବାସ ଘରେ ବନ୍ଧା ହେଉଛନ୍ତି ଗୋରୁ, ଛେଳି
ଦଶମନ୍ତପୁର,୪ା୩(ଡି.ଏନ୍.ଏ.) – ଗୃହପାଳିତ ପଶୁଙ୍କ ଗୁହାଳ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ। ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଆବାସ ନିର୍ମାଣ ଶେଷ ନ ହେବାରୁ ବାଧ୍ୟହୋଇ ହିତାଧିକାରୀ ଗୋରୁ, ଛେଳିଙ୍କୁ ସେଠାରେ ବାନ୍ଧୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏ ହେଉଛି ନିଚ୍ଛକ ଚିତ୍ର।…
ଧୂଳିର କଷ୍ଟ ଭୋଗୁଛନ୍ତି ଛାତ୍ରୀଛାତ୍ର
ଜୟପୁର,୪ା୩(ନି.ପ୍ର.) – ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳ ରାସ୍ତାଘାଟ ନିର୍ମାଣ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି, ତାକୁ ସାଧାରଣ ଲୋକେ ସ୍ବାଗତ କରୁଛନ୍ତି। କିନ୍ତୁ ଜାତୀୟ ରାଜପଥ କାର୍ଯ୍ୟ ସମୟରେ ଯେଉଁ ନିୟମ ରହିଛି, ତାକୁ ଠିକ ଭାବେ ପାଳନ…
ପଟୁରେ ପୋତିହେଲାଣି ଆଉଁଳି
ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆରମ୍ଭ ହୋଇଥିଲା ଆଉଁଳି ଜଳସେଚନ ପ୍ରକଳ୍ପ। ହେଲେ ଏହି ଦୀର୍ଘବର୍ଷ ମଧ୍ୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ…
ଭୁଶୁଡ଼ିଲା ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ
ପରଜଙ୍ଗ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅଧୀନ କଟାବାହାଳ ଗ୍ରାମରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ମଙ୍ଗଳବାର ଭୁଶୁଡ଼ି ପଡ଼ିଛି। ଘଟଣା ସ୍ଥଳରେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିମ୍ନମାନର କାମ ଯୋଗୁ ଏପରି…
ହ୍ରାସ ପାଉଛି କେନ୍ଦୁପତ୍ର ଉତ୍ପାଦନ
କଣିହାଁ,୪।୩(ଡି.ଏନ.ଏ.) – ଫେବୃୟାରୀ ଯାଇ ମାର୍ଚ୍ଚ ହେଲାଣି। ହେଲେ ଏଯାଏ ତାଳଚେର ଉପଖଣ୍ଡରେ ଆରମ୍ଭ ହୋଇନି କେନ୍ଦୁପତ୍ର ଉତ୍ପାଦନ। ଗତବର୍ଷ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନ ଥିବା ବେଳେ ଚଳିତବର୍ଷ ଗୋଛା କଟେଇରେ ଏପରି ବିଳମ୍ବ ଉତ୍ପାଦନ ହ୍ରାସ ଆଶଙ୍କାକୁ ପୁନଃ…
Archives


