୬ ମାସ ବିତିଲା, ଚିହ୍ନଟ ହୋଇପାରିଲାନି ଜମି
ଯାଜପୁର ଅଫିସ,୧୯।୩: ଯାଜପୁର ଜିଲା ରସୁଲପୁର ବ୍ଲକର ଗୋପାଳପୁର ଗ୍ରାମ ହସ୍ତତନ୍ତ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ତେଣୁ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ ଶିଳ୍ପ ଗ୍ରାମଭାବେ ପ୍ରତିଷ୍ଠା କରିବାକୁ ସେପ୍ଟେମ୍ବର ୧୩ରେ ନିଷ୍ପତ୍ତି ହୋଇଥିଲା। ଏହି ପ୍ରସ୍ତାବର ୬…
କରୋନା ସନ୍ଦିଗ୍ଧଙ୍କୁ ଠାବ କରିପାରୁନି ପୋଲିସ
କୁଜଙ୍ଗ, ୧୯।୩ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ଜଣେ ବ୍ୟକ୍ତି ମହାରାଷ୍ଟ୍ରରେ କିଛି ଦିନ ରହି ନିକଟରେ ଘରକୁ ଫେରିବା ପରେ ଥଣ୍ଡା, ଜ୍ୱର ଆକ୍ରାନ୍ତ ହୋଇଥିଲେ। ତେବେ ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କୁଜଙ୍ଗସ୍ଥିତ ଏକ ଘରୋଇ କ୍ଲିନିକକୁ ବୁଧବାର ଅପରାହ୍ନରେ…
ଭୁବନେଶ୍ୱରରେ ୩ ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା
ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ଏବେ ଭୁବନେଶ୍ୱରର ୩ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା ଜୟଦେବବିହାରସ୍ଥିତ ଜିଞ୍ଜର ହୋଟେଲ, ଶହୀଦନଗରର ଏମ୍ପାୟାର୍ସ ହୋଟେଲ ଓ କଳ୍ପନାସ୍ଥିତ କଳିଙ୍ଗ ଅଶୋକ ହୋଟେଲ।…
ସିବିଏସ୍ଇ ବୋର୍ଡ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୧୮ା୩ କରୋନା ସଂକ୍ରମଣ ରୋକିବା ଦିଗରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଭାରତ ସରକାରଙ୍କ ଉଚ୍ଚଶିକ୍ଷା/ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବଙ୍କ ପରାମର୍ଶକ୍ରମେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା…
ପରୀକ୍ଷା ବନ୍ଦ କଲା ଓପିଏସ୍ସି
କଟକ ଅଫିସ,୧୮ା୩: କରୋନା ଯୋଗୁ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଓପିଏସ୍ସି ଆନୁକୂଲ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ଓପିଏସ୍ସି କାର୍ଯ୍ୟାଳୟ ବୁଧବାର ଏକ ନୋଟିସ ନଂ. ୧୯୯୪/୧୮।୩।୨୦୨୦…
ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ
ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା ବାଇପେଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଶୁଣାଇଛନ୍ତି।…
୫ ବାଂଲାଦେଶ ଫେରନ୍ତାଙ୍କ ହେଲା ମେଡିକାଲ ଯାଞ୍ଚ
କୋରୁକୋଣ୍ଡା,୧୮ା୩(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅନ୍ତର୍ଗତ ଏମଭି-୧୦୪ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଦେଶ ଯାଇ ଫେରିଥିବାରୁ ସେମାନଙ୍କୁ ସନ୍ଦେହରେ ମେଡିକାଲ ପରୀକ୍ଷା କରାଯାଇଛି। ଗତ ଦୁଇ ମାସ ତଳେ ଏହି ପରିବାର ବାଂଲାଦେଶକୁ…
ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ
ଜଳେଶ୍ୱର,୧୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।…
ସୁସ୍ଥ ଅଛନ୍ତି ରାଜ୍ୟର ଏକମାତ୍ର କରୋନା ରୋଗୀ, ସାଧାରଣ ଲୋକେ ଅଯଥାରେ ମାସ୍କ ପିନ୍ଧନ୍ତୁ ନାହିଁ: ବାଗ୍ଚୀ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାର ଏକମାତ୍ର କରୋନା ଚିହ୍ନଟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ସକାଳ ଭୋଜନ ଓ ଦ୍ୱିପ୍ରହର ଭୋଜନ ଠିକ୍ ଭାବେ ଖାଇଛନ୍ତି। ଏଣୁ ସେ ଧୀରେଧୀରେ ସୁସ୍ଥ ହେଉଥିବା ଆଶା କରାଯାଉଛି ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ…
ଦଶଗୁଣା ବଢ଼ିଛି ନଂ.୧୦୪କୁ କଲ୍: ୪୮ଘଣ୍ଟାରେ ୨୧୩୧ ପଞ୍ଜୀକୃତ, ଖୋର୍ଦ୍ଧା ଜିଲାର ସର୍ବାଧିକ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମ୍ଭାବ୍ୟ କରୋନା ଭୂତାଣୁ(କୋଭିଡ-୧୯)ର ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟହ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନେଇ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା…
କରୋନାକୁ ରୋକିବାରେ ଆଦର୍ଶ ଭୂମିକା ନେବ ଓଡ଼ିଶା; ଲଢ଼ିବା ପାଇଁ ପ୍ରସ୍ତୁତ ରୁହ: ରାଜ୍ୟପାଳ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ଭୟଭୀତ ନ ହୋଇ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟପାଳ ପ୍ରଫେସର ଗେଣେଶୀ ଲାଲ ବୁଧବାର ପରାମର୍ଶ ଦେଇଛନ୍ତି। ସୁରକ୍ଷୀତ ରହିବା ସହ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ…
କରୋନା କଟକଣା: କଳକାରଖାନା କର୍ମଚାରୀଙ୍କ ଲାଗି ଜାରିହେଲା ଗାଇଡ୍ଲାଇନ
ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଲାଗି କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଲାଗି ସାବୁନ ଓ ହ୍ବାଣ୍ଡଓ୍ବାଶ୍ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ମଧ୍ୟରୁ କେହି ଅସୁସ୍ଥତା ଅନୁଭବ କଲେ ଘରେ ରହିବାକୁ କୁହାଯାଇଛି।…
Archives


