ରାଜ୍ୟ

୬୦ବର୍ଷ ବ୍ୟକ୍ତିଙ୍କୁ କାମ କରିବାକୁ ମନା: କାର୍ଯ୍ୟସ୍ଥଳରେ ଗୁଟଖା, ଛେପ ପକାଇବା ଉପରେ କଟକଣା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ସରକାରୀ ଓ ବେସରକାରୀ ନିର୍ମାଣ କ୍ଷେତ୍ରରେ କୋଭିଡ଼-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଏହାକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସମସ୍ତ ବିଭାଗ, ରାଜସ୍ବ କମିଶନର…

କରୋନା ଯୋଦ୍ଧାଙ୍କୁ ମିଳୁନି ଦରମା

ଅନୁଗୋଳ ଅଫିସ, ୧୯।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ୧୦୪ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ଏହି କରୋନା ଯୋଦ୍ଧାମାନେ…

ସୁନ୍ଦରଗଡ଼ରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ

ସୁୁନ୍ଦରଗଡ଼,୧୯ା୪(ଡି.ଏନ୍‌.ଏ.) ସୁନ୍ଦରଗଡ଼ରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ଓ୍ବାର୍ଡର କାମ ସରିଛି ା ଏହି ହସ୍ପିଟାଲକୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏଥିରେ ଥିବା ୧୪ଟି ଓ୍ବାର୍ଡରେ ୧୮ଟି କୋଠରି ରହିଛି।…

ଲକ୍‌ଡାଉନ୍‌ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍‌ ରକ୍ତ

ସୋନପୁର,୧୯।୪(ନି.ପ୍ର.) କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନି। ତେଣୁ ରକ୍ତର ଅଭାବ ଦୂର କରିବା ପାଇଁ ସୋନପୁର ବ୍ଲକ କୀର୍ତ୍ତିପୁରଠାରେ ଶନିବାର…

ସମାଜିକ ଦୂରତା ରଖି ରାସ୍ତାରୋକୋ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଏହାକୁ ନେଇ ସ୍ଥାନୀୟ ମହିଳମାନେ ଗ୍ରାମ୍ୟ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଉପରେ ମାଠିଆ ଗରା ରଖି ମହିଳାମାନେ ସାମାଜିକ ଦୂରତା ନିୟମ ଅନୁଯାୟୀ ରାସ୍ତା…

ପେନସନ ଟଙ୍କାରୁ ସହାୟତା

ସମ୍ବଲପୁର, ୧୯।୪ (ବ୍ୟୁରୋ)- କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।…

ମାସ୍କ ପିନ୍ଧିଲେନି, ଜରିମାନା ଦେଲେ

ଦେବଗଡ,୧୯।୪ (ଡି.ଏନ.ଏ.)-ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର ଦେବଗଡ ଜିଲାର ୧୨୯ଜଣ ଅମାନିଆଙ୍କଠାରୁ ୨୫ହଜାର ୮୦୦ଟଙ୍କା ଜରିମାନା ଆଦାୟ କରାଯାଇଛି ା

ବ୍ୟାଙ୍କ ଭିତରେ ସାମାଜିକ ଦୂରତା ପାଳନ, ବାହାରେ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୧୯ା୪- କରୋନା ଲକ୍‌ଡାଉନ୍‌ ସମୟରେ ବ୍ୟାଙ୍କ କାର୍ଯ୍ୟକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଯାଉଥିବାରୁ ଅଧିକ ଉପଭୋକ୍ତଙ୍କୁ ବ୍ୟାଙ୍କ ଭିତରକୁ ପ୍ରବେଶ କରାଇ ଦିଆଯାଉନାହିଁ ା ଫଳରେ ଲୋକେ…

ବଜ୍ରପାତ ନେଲା ୨ ଜୀବନ

ବସ୍ତା,୧୮।୪(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଆଳୁମେଦା ଗ୍ରାମରେ ଶନିବାର  କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିମଳ ପ୍ରଧାନଙ୍କ ପୁଅ ଜଗନ୍ନାଥ (୨୨)…

ଓଡ଼ିଶାର ଆଉ ଏକ ଜିଲାକୁ ଡେଇଁଲା କରୋନା: ୬୧ ନଂ ଆକ୍ରାନ୍ତ ବାଲେଶ୍ୱରର

ଭୁବନେଶ୍ୱର,୧୮ା୪(ବ୍ୟୁରୋ) : ଶନିବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଶନିବାର ରାଜ୍ୟରେ ୩ କରୋନା ଆକ୍ରାନ୍ତ…

ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ ବାସଭବନରେ ଅପରାହ୍ନରେ ତାଙ୍କର ବିୟୋଗ ହୋଇଛି। ଏହି ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ସୁସ୍ଥ ହେଲେ ଭୁବନେଶ୍ୱରର ୩ ଆକ୍ରାନ୍ତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ପୁଣି ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜଧାନୀର। ସେହିଭଳି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ପଜିଟିଭ୍‌ ସଂଖ୍ୟା ୬୧କୁ ବୃଦ୍ଧି ପାଇଥିବା ଶନିବାର ରାଜ୍ୟ ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri