୨୫, ୨୬ରେ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୨।୧୧(ବ୍ୟୁରୋ)-ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।…
ରାଜ୍ୟରେ ସୁସ୍ଥ ହେଲେ ୯୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ ୪୧,…
ପୋଖରୀରେ ବୁଡିଗଲେ ୨ ଭଉଣୀ
ମାଲକାନଗିରି, ୨୨।୧୧(ଡି.ଏନ.ଏ)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ପୁଶୁଗୁଡା ପଞ୍ଚାୟତ ମୁକାନପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬ ଓ ୩ ବର୍ଷ ବୋଲି…
ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି
ଭୁବନେଶ୍ୱର,୨୨।୧୧(ବ୍ୟୁରୋ)- ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି…
ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର
ଦିଗପହଣ୍ଡି,୨୨।୧୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର ସକାଳେ…
ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୩୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ଆଜି ମଧ୍ୟରାତ୍ରିରୁ ହେବ କାର୍ଯ୍ୟକାରୀ
ସାକ୍ଷୀଗୋପାଳ,୨୨ା୧୧(ଡି.ଏନ୍.ଏ.): ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ଜିଲାର ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ମହାମାରୀ ଏବଂ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରବିବାର…
ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର। ଭାରତ ସରକାରଙ୍କ ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ବିଭାଗ ପକ୍ଷରୁ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ଇଚ୍ଛା ଡ୍ୟାମ୍ ନିର୍ମାଣ ସାରିବାକୁ ଅନୁରୋଧ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ସୁବର୍ଣ୍ଣରେଖା ନଦୀ ଉପରେ ଥିବା ବହୁମୁଖୀ ପ୍ରକଳ୍ପ ଚାନ୍ଦିଲ ଡ୍ୟାମ୍ର ବନ୍ୟା ନିୟନ୍ତ୍ରଣ ଆଧୁନିକୀକରଣ ଏବଂ ଇଚ୍ଛା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାଡ଼ଖଣ୍ଡ ପ୍ରତିପକ୍ଷ ହେମନ୍ତ ସୋରେନ୍ଙ୍କ ସହଯୋଗ ଲୋଡ଼ିଛନ୍ତି। ଶନିବାର ଏ…
ବଜ୍ରପାତରେ ୫ବର୍ଷରେ ଯାଇଛି ୧୮୩୬ ଜୀବନ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୧୮୩୬ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ୩୨ଜଣ ବଜ୍ରପାତରେ ଆହତ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏଭଳି ତଥ୍ୟ…
୮୩୧ ପଡ଼ାଗ୍ରାମକୁ ନାହିଁ ବିଦ୍ୟୁତ ସଂଯୋଗ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟର ୮୩୧ ପଡ଼ାଗ୍ରାମ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୁଅରୁ ବଞ୍ଚତ୍ତ । ସାଉଥ୍କୋ ଅଧୀନସ୍ଥ ଗଜପତି ଜିଲାର ୪୪୭ଟି ଗ୍ରାମ ଏବେ ବି ଅନ୍ଧାରରେ ଥିବାବେଳେ କୋରାପୁଟ ଜିଲାର ୩୫୩ ଏବଂ କନ୍ଧମାଳ ଜିଲାର ୩୧ ଗ୍ରାମ ଅନ୍ଧାରରେ ରହିଛି। କଂଗ୍ରେସ…
ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍ ଲୁଟ୍ ଉଦ୍ୟମ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଥିବା ବ୍ୟାଙ୍କ୍ ଓ ଏଟିଏମ୍ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଲୁଟେରାମାନେ ଆଉ ଏକ ଏଟିଏମ୍କୁ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଶନିବାର ଭୋର୍ ସମୟରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଇଣ୍ଡିଆନ ବ୍ୟାଙ୍କ ଝାରପଡା ବ୍ରାଞ୍ଚର ଏଟିଏମ୍…

