ରାଜ୍ଗୋପାଳ ମିଶ୍ର ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’
ଭୁବନେଶ୍ୱର(ବ୍ୟୁରୋ),୨ା୯: ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ଚଳିତବର୍ଷ କୋଭିଡ୍-୧୯ କଟକଣା…
ଜଗନ୍ନାଥ ବିଶ୍ରାମସ୍ଥଳୀ ସ୍ଥାନାନ୍ତର କାହା ସ୍ବାର୍ଥରେ: ସମ୍ବିତ
ଭୁବନେଶ୍ୱର,୧।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ବାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଅନୁମତି ମଧ୍ୟ ପ୍ରଦାନ…
ଶର୍ଟସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର,୨ା୯(ବ୍ୟୁରୋ): ବିଦ୍ୟୁତ୍ ଶର୍ଟ ସର୍କିଟ ଅଗ୍ନିକାଣ୍ଡରେ ଓଡ଼ିଶାରେ ସବୁଠୁ ଅଧିକ ଜୀବନ ଯାଇଛି। ମୋଟ ୨୭୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ୨୬୫ଜଣ ପୁରୁଷ ଓ ୧୪ଜଣ ମହିଳା ରହିଛନ୍ତି। ତେବେ ପୂର୍ବ ଦୁଇବର୍ଷଠାରୁ ଏହା ୨୩ଗୁଣ ଅଧିକ। ଅର୍ଥାତ୍ ୨୦୧୭ରେ ୧୧ଜଣ…
ଆପୋସ ସମାଧାନ କରି ଅଦାଲତଙ୍କୁ ଜଣାଅ
କଟକ ଅଫିସ,୨।୯: ରାଜ୍ୟରେ ବେସରକାରୀ ସ୍କୁଲ ଫି’ ବୃଦ୍ଧି ପ୍ରସଙ୍ଗରେ ଆଗତ ମାମଲାର ମଙ୍ଗଳବାର ଶୁଣାଣି କରି ଆପୋସ ସମାଧାନ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି। ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମହାସଂଘ, ଶିକ୍ଷକ ଓ ବେସରକାରୀ ସ୍କୁଲ…
ରାଜ୍ୟରେ ଆରମ୍ଭ ହେବ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ
ଭୁବନେଶ୍ୱର(ବ୍ୟୁରୋ),୨ା୯: କେନ୍ଦ୍ର ସରକାରଙ୍କ ‘ଏକ ଜିଲା ଏକ ଉତ୍ପାଦ’ ସ୍କିମ୍ ଅଧୀନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଔପଚାରିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ…
ଅଭିନେତା ଅଜିତ ଦାସଙ୍କୁ କରୋନା
ଭୁବନେଶ୍ୱର(ବ୍ୟୁରୋ),୨ା୯: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ତଥା ନାଟ୍ୟକାର ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ସୋମବାର ଦାସ କରୋନା ପରୀକ୍ଷା ପାଇଁ ସ୍ବାବ୍ ନମୁନା ଦେଇଥିଲେ। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା…
୨ ବିଧାୟକଙ୍କୁ କରୋନା
ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦୁଇଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ବିଜେଡି ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍…
ଜେଇଇ ମେନ୍ ଆରମ୍ଭ
ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର ୭ ସହରରେ ହୋଇଥିବା ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି।…
୬ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର
କୋଣାର୍କ,୨।୯(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ମଙ୍ଗଳବାର ଖୋଲିଛି। ଏହା କେନ୍ଦ୍ର ସରକାରଙ୍କ ଅନଲକ ୪.୦ ଗାଇଡ୍ଲାଇନ ଅନୁଯାୟୀ ପର୍ଯ୍ୟଟକ ପରିଦର୍ଶନ ପାଇଁ ଖୋଲାଯାଇଛି। ସୂଚନା ଥାଉ କି, ଦେଶ…
ପାଣି ଖସୁନି, ଦୁର୍ଦ୍ଦଶା ବଢୁଛି
ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଆଉ ବନ୍ୟା ବିପଦ ନାହିଁ। ତେବେ ବନ୍ୟା ଛାଡିବା ପରେ ମଧ୍ୟ ଦୁର୍ଦ୍ଦଶା କମିନାହିଁ। ଧାନଜମିରେ ପାଣି ବୁଡି ରହିଥିବା ବେଳେ ଏବେ…
ଜମି ଗଲେ ଓୟୁଏଟି କରିବ କ’ଣ
ଭୁବନେଶ୍ୱର,୨ା୯(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ୨୧୩.୮୧ ଏକର ମୂଲ୍ୟବାନ ଜମିକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାଧାରଣ ପ୍ରଶାସନ (ଜି.ଏ.) ବିଭାଗକୁ ହସ୍ତାନ୍ତର କରିଛି। ପାଠପଢ଼ା, ଗବେଷଣା, ନୂଆ ବିହନ ସୃଷ୍ଟି ପାଇଁ ବ୍ୟବହାର…
ବଜ୍ରପାତ ନେଲା ୬ ଜୀବନ
ଆନନ୍ଦପୁର/ବାଲେଶ୍ୱର ଅଫିସ,୨ା୯(ସ୍ବ.ପ୍ର.): ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲାର ୪ ଓ ବାଲେଶ୍ୱରର ୨ ଜଣ ରହିଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର…
Archives


