ଯୋଜନାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା

ଅନୁଗୋଳ ଅଫିସ, ୧୯।୧ – ରାଜ୍ୟରେ ବଢ଼ୁଛି ଶିଶୁ ନିର୍ଯାତନା ଓ ନିଖୋଜ ଘଟଣା। ପ୍ରତିବର୍ଷ ପାଖାପାଖି ୪ ହଜାର ଶିଶୁଙ୍କ ପତ୍ତା ମିଳୁନାହିଁ। ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। କିନ୍ତୁ ଏପରି ଅବସ୍ଥାରୁ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ସରକାର କରିଥିବା ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନୁଗୋଳ ଜିଲାରେ କେବଳ ଯୋଜନାରେ ରହିଯାଇଥିବା ଅଭିଯୋଗ ହେଉଛି। ଅନେକ ପଞ୍ଚାୟତରେ ଏହି ଯୋଜନା ଥିବା ଖୋଦ୍‌ ଜନପ୍ରତିନିଧି ଜାଣି ନ ଥିବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରୁଛି। କେତେକ ସଂସ୍ଥା କରିଥିବା ସର୍ଭେରୁ ଏହି ତଥ୍ୟ ଜଣାପଡ଼ିବା ପରେ ବିଭାଗର ପାରିବା ପଣିଆ ଏବେ ପଦାରେ ପଡ଼ିଛି।
ଯୋଜନା ଅନୁଯାୟୀ, ଜିଲାର ସବୁ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯିବ। ସରପଞ୍ଚ ଏହି କମିଟିର ସଭାପତି ଦାୟିତ୍ୱରେ ରହିବେ। ସମ୍ପାଦକ ଭାବେ ଅଙ୍ଗନୱାଡିର ସୁପରଭାଇଜର, ସଦସ୍ୟ ଭାବେ ଜଣେ ଏଏନ୍‌ଏମ୍‌, ଅଙ୍ଗନୱାଡି କର୍ମୀ, ଦୁଇ ଜଣ ପିଲା, କ୍ଲବ କି ଏନ୍‌ଜିଓ ସଂସ୍ଥାରୁ ଜଣେ ସଦସ୍ୟ ଓ ଉକ୍ତ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ କମିଟିରେ ନିଆଯିବ। ପଞ୍ଚାୟତସ୍ତରରେ ଅବହେଳିତ ପିଲାମାନଙ୍କ ସୁରକ୍ଷା ପାଇଁ ଏହି କମିଟି କାମ କରିବ। ବିଶେଷକରି ଅସୁରକ୍ଷିତ ପିଲାଙ୍କୁ ଉଦ୍ଧାର କରି ଜିଲା ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଥଇଥାନ କରାଯିବ। ଜିଲାରେ ସବୁ ପଞ୍ଚାୟତରେ ଏହି କମିଟି ଗଠନ ହେବା ସହିତ କାମ ଠିକ୍‌ ଭାବେ ହେଉଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି। କିନ୍ତୁ ପ୍ରକୃତରେ ଅନେକ ପଞ୍ଚାୟତରେ ଏହି କମିଟି ଓ ଯୋଜନା ସମ୍ପର୍କରେ ଜନପ୍ରତିନିଧିମାନଙ୍କୁ ଜଣା ନ ଥିବା ଅଭିଯୋଗ ହେଉଛି। ଜିଲାର ୮ଟି ବ୍ଲକରେ ଥିବା ୨୨୫ଟି ପଞ୍ଚାୟତ ମଧ୍ୟରୁ ବହୁ ପଞ୍ଚାୟତରେ କେତେକ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେ ବେଳେ ସଂସ୍ଥା ଜାଣିବାକୁ ପାଇଥିଲା ଯେ, ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ବହୁ ପଞ୍ଚାୟତର ସରପଞ୍ଚଙ୍କୁ କିଛି ଜଣାନାହିଁ। ଶିଶୁ ସୁରକ୍ଷା କମିଟି ଗୁଡ଼ିକରେ ଶିଶୁ ପ୍ରତିନିଧିଙ୍କ ନାମ ନାହିଁ। ଏପରି କି କମିଟି ବାବଦରେ ଅଧିକାଂଶ ଲୋକ ଅବଗତ ନାହାନ୍ତି। ହାତଗଣତି କେତେକ ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ପଞ୍ଚାୟତରେ କାର୍ଯ୍ୟ ତ ଦୂରର କଥା କମିଟି ସମ୍ପର୍କରେ ବିନ୍ଦୁ ବିସର୍ଗ କାହାକୁ ଜଣାନାହିଁ। ଫଳରେ ଜିଲାରେ ଏହି ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କମିଟି ଗଢ଼ାଯାଇ ତାଲିମ ଦିଆଯିବ
୨୦୧୩-୧୪ରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ସେ ସମୟରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ୨୦୧୭ରେ ପ୍ରତି ବ୍ଲକରେ ପ୍ରଶିକ୍ଷଣ ଦିଆଯାଇଥିଲା। ନୂତନଭାବେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଯଦି ଏ ନେଇ ଅବଗତ ନାହାନ୍ତି, ସେମାନଙ୍କୁ ତାଲିମ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ କରୋନା ପାଇଁ ବିଳମ୍ବ ହୋଇଛି।
-ଗୌରୀ ଶଙ୍କର ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ
ପ୍ରଶିକ୍ଷଣ ପ୍ରଦାନ କରାଯାଇ ନାହିଁ
ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା କ’ଣ ଜାଣି ନାହୁଁ। ଏହି କମିଟି କେବେ ଗଢ଼ା ଯାଇଥିଲା ଓ ଏହାର କାର୍ଯ୍ୟ କ’ଣ ସେ ସମ୍ପର୍କରେ ଅବଗତ କରାଯାଇ ନାହିଁ। ଯଦି ଏପରି କିଛି କମିଟି ଗଢ଼ିବାକୁ ସରକାରଙ୍କ ପକ୍ଷରୁ ଯୋଜନା ରହିଛି, ତା’ହେଲେ ଏହାକୁ କ୍ରିୟାଶୀଳ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିବା ଆବଶ୍ୟକ। ଏହା ହେଲେ ଅବହେଳିତ ଅବସ୍ଥାରେ ଥିବା ଶିଶୁମାନଙ୍କ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାଯାଇପାରିବ।
-ମମତା ସାହୁ, ରାଣୀଗୁଡ଼ା ସରପଞ୍ଚ
ଯୋଜନା କଥା ପ୍ରଥମ ଥର ଶୁଣୁଛି
ପ୍ରଶିକ୍ଷଣ ତ ଦୂରର କଥା, ଏ ନେଇ ପଞ୍ଚାୟତସ୍ତରୀୟ କମିଟି ସମ୍ପର୍କରେ ଜଣା ନାହିଁ। ପଞ୍ଚାୟତରେ ଶିଶୁ ସୁରକ୍ଷା ଯୋଜନା ଥିବା ପ୍ରଥମ ଥର ପାଇଁ ଶୁଣିବାକୁ ପାଉଛି। ତୁରନ୍ତ ଏହି କମିଟି ଗଢ଼ାଯାଉ। ଏହାର ମୂଳ ଲକ୍ଷ୍ୟ କ’ଣ ରହିବ, କାହା ଉପରେ କାର୍ଯ୍ୟ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଉପେକ୍ଷିତ ଶିଶୁମାନେ ଉପକୃତ ହେବ।
-ଜ୍ୟୋତ୍ସ୍ନାରାଣୀ ନାୟକ, ଶୁଶୁଡ଼ା ସରପଞ୍ଚ
ଶିଶୁମାନେ ନିର୍ଯାତନାରୁ ବର୍ତ୍ତିପାରିବେ
ଏହି ଯୋଜନା ସବୁ ପଞ୍ଚାୟତରେ କାର୍ଯ୍ୟକାରୀ ହେଲେ ସମାଜ ପାଇଁ ଭଲ ହେବ। ଏହାଦ୍ୱାରା ସମସ୍ତେ ସତର୍କ ରହିବା ସହ ନିର୍ଯାତିତ ଶିଶୁମାନେ ଏଥିରୁ ରକ୍ଷାପାଇ ପାରିବେ। ବିଭିନ୍ନ ଅଞ୍ଚଳରେ ବାଲ୍ୟ ବିବାହ ଠାରୁ ଆରମ୍ଭ କରି ଶିଶୁ ଶ୍ରମିକମାନେ ଦେଖିବାକୁ ମିଳୁଛନ୍ତି। କେତେଜଣ ପ୍ରଶାସନ ନଜରକୁ ଆସୁଥିବା ବେଳେ ବହୁ ଦୃଷ୍ଟି ଆଢ଼ୁଆରେ ରହି ଯାଉଛନ୍ତି। ପଞ୍ଚାୟତସ୍ତରୀୟ କମିଟି ହେଲେ ଏପରି ଶିଶୁ ଉପକୃତ ହେବେ।
-ସୁଜାତା ସାହୁ, ଅଙ୍ଗନୱାଡି କର୍ମୀ
ଯୋଜନା ଥାଇ କାର୍ଯ୍ୟକାରୀ ହେଉନାହିଁ
ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। କିନ୍ତୁ ଏହାକୁ ଠିକ୍‌ ଭାବେ ରୂପାୟନ କରାଯାଉ ନାହିଁ। ଫଳରେ ଏହାର ସୁଫଳ ଲୋକଙ୍କୁ ମିଳିପାରୁ ନାହିଁ। ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା ଯୋଜନା ଏକ ଅଭିନବ ଉପାୟ। କମିଟି ଗଢ଼ାହେଲେ କୌଣସି ଶିଶୁ ଅବହେଳିତ ହୋଇ ରହିବେ ନାହିଁ। ସମସ୍ତେ ଭଲରେ ଥଇଥାନ ହୋଇପାରିବେ। କିନ୍ତୁ ପ୍ରଶାସନ ଆନ୍ତରିକତା ନ ଦେଖାଇବା ସନ୍ଦେହ ସୃଷ୍ଟି କରୁଛି।
-ଅଭୟ ରାୟ, ବରିଷ୍ଠ ନାଗରିକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?