ଯୋଜନାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା

ଅନୁଗୋଳ ଅଫିସ, ୧୯।୧ – ରାଜ୍ୟରେ ବଢ଼ୁଛି ଶିଶୁ ନିର୍ଯାତନା ଓ ନିଖୋଜ ଘଟଣା। ପ୍ରତିବର୍ଷ ପାଖାପାଖି ୪ ହଜାର ଶିଶୁଙ୍କ ପତ୍ତା ମିଳୁନାହିଁ। ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। କିନ୍ତୁ ଏପରି ଅବସ୍ଥାରୁ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ସରକାର କରିଥିବା ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନୁଗୋଳ ଜିଲାରେ କେବଳ ଯୋଜନାରେ ରହିଯାଇଥିବା ଅଭିଯୋଗ ହେଉଛି। ଅନେକ ପଞ୍ଚାୟତରେ ଏହି ଯୋଜନା ଥିବା ଖୋଦ୍‌ ଜନପ୍ରତିନିଧି ଜାଣି ନ ଥିବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରୁଛି। କେତେକ ସଂସ୍ଥା କରିଥିବା ସର୍ଭେରୁ ଏହି ତଥ୍ୟ ଜଣାପଡ଼ିବା ପରେ ବିଭାଗର ପାରିବା ପଣିଆ ଏବେ ପଦାରେ ପଡ଼ିଛି।
ଯୋଜନା ଅନୁଯାୟୀ, ଜିଲାର ସବୁ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯିବ। ସରପଞ୍ଚ ଏହି କମିଟିର ସଭାପତି ଦାୟିତ୍ୱରେ ରହିବେ। ସମ୍ପାଦକ ଭାବେ ଅଙ୍ଗନୱାଡିର ସୁପରଭାଇଜର, ସଦସ୍ୟ ଭାବେ ଜଣେ ଏଏନ୍‌ଏମ୍‌, ଅଙ୍ଗନୱାଡି କର୍ମୀ, ଦୁଇ ଜଣ ପିଲା, କ୍ଲବ କି ଏନ୍‌ଜିଓ ସଂସ୍ଥାରୁ ଜଣେ ସଦସ୍ୟ ଓ ଉକ୍ତ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ କମିଟିରେ ନିଆଯିବ। ପଞ୍ଚାୟତସ୍ତରରେ ଅବହେଳିତ ପିଲାମାନଙ୍କ ସୁରକ୍ଷା ପାଇଁ ଏହି କମିଟି କାମ କରିବ। ବିଶେଷକରି ଅସୁରକ୍ଷିତ ପିଲାଙ୍କୁ ଉଦ୍ଧାର କରି ଜିଲା ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଥଇଥାନ କରାଯିବ। ଜିଲାରେ ସବୁ ପଞ୍ଚାୟତରେ ଏହି କମିଟି ଗଠନ ହେବା ସହିତ କାମ ଠିକ୍‌ ଭାବେ ହେଉଛି ବୋଲି କାଗଜପତ୍ରରେ ଦର୍ଶାଯାଉଛି। କିନ୍ତୁ ପ୍ରକୃତରେ ଅନେକ ପଞ୍ଚାୟତରେ ଏହି କମିଟି ଓ ଯୋଜନା ସମ୍ପର୍କରେ ଜନପ୍ରତିନିଧିମାନଙ୍କୁ ଜଣା ନ ଥିବା ଅଭିଯୋଗ ହେଉଛି। ଜିଲାର ୮ଟି ବ୍ଲକରେ ଥିବା ୨୨୫ଟି ପଞ୍ଚାୟତ ମଧ୍ୟରୁ ବହୁ ପଞ୍ଚାୟତରେ କେତେକ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେ ବେଳେ ସଂସ୍ଥା ଜାଣିବାକୁ ପାଇଥିଲା ଯେ, ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ବହୁ ପଞ୍ଚାୟତର ସରପଞ୍ଚଙ୍କୁ କିଛି ଜଣାନାହିଁ। ଶିଶୁ ସୁରକ୍ଷା କମିଟି ଗୁଡ଼ିକରେ ଶିଶୁ ପ୍ରତିନିଧିଙ୍କ ନାମ ନାହିଁ। ଏପରି କି କମିଟି ବାବଦରେ ଅଧିକାଂଶ ଲୋକ ଅବଗତ ନାହାନ୍ତି। ହାତଗଣତି କେତେକ ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ପଞ୍ଚାୟତରେ କାର୍ଯ୍ୟ ତ ଦୂରର କଥା କମିଟି ସମ୍ପର୍କରେ ବିନ୍ଦୁ ବିସର୍ଗ କାହାକୁ ଜଣାନାହିଁ। ଫଳରେ ଜିଲାରେ ଏହି ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କମିଟି ଗଢ଼ାଯାଇ ତାଲିମ ଦିଆଯିବ
୨୦୧୩-୧୪ରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ସେ ସମୟରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ୨୦୧୭ରେ ପ୍ରତି ବ୍ଲକରେ ପ୍ରଶିକ୍ଷଣ ଦିଆଯାଇଥିଲା। ନୂତନଭାବେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଯଦି ଏ ନେଇ ଅବଗତ ନାହାନ୍ତି, ସେମାନଙ୍କୁ ତାଲିମ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ କରୋନା ପାଇଁ ବିଳମ୍ବ ହୋଇଛି।
-ଗୌରୀ ଶଙ୍କର ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ
ପ୍ରଶିକ୍ଷଣ ପ୍ରଦାନ କରାଯାଇ ନାହିଁ
ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା କ’ଣ ଜାଣି ନାହୁଁ। ଏହି କମିଟି କେବେ ଗଢ଼ା ଯାଇଥିଲା ଓ ଏହାର କାର୍ଯ୍ୟ କ’ଣ ସେ ସମ୍ପର୍କରେ ଅବଗତ କରାଯାଇ ନାହିଁ। ଯଦି ଏପରି କିଛି କମିଟି ଗଢ଼ିବାକୁ ସରକାରଙ୍କ ପକ୍ଷରୁ ଯୋଜନା ରହିଛି, ତା’ହେଲେ ଏହାକୁ କ୍ରିୟାଶୀଳ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିବା ଆବଶ୍ୟକ। ଏହା ହେଲେ ଅବହେଳିତ ଅବସ୍ଥାରେ ଥିବା ଶିଶୁମାନଙ୍କ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାଯାଇପାରିବ।
-ମମତା ସାହୁ, ରାଣୀଗୁଡ଼ା ସରପଞ୍ଚ
ଯୋଜନା କଥା ପ୍ରଥମ ଥର ଶୁଣୁଛି
ପ୍ରଶିକ୍ଷଣ ତ ଦୂରର କଥା, ଏ ନେଇ ପଞ୍ଚାୟତସ୍ତରୀୟ କମିଟି ସମ୍ପର୍କରେ ଜଣା ନାହିଁ। ପଞ୍ଚାୟତରେ ଶିଶୁ ସୁରକ୍ଷା ଯୋଜନା ଥିବା ପ୍ରଥମ ଥର ପାଇଁ ଶୁଣିବାକୁ ପାଉଛି। ତୁରନ୍ତ ଏହି କମିଟି ଗଢ଼ାଯାଉ। ଏହାର ମୂଳ ଲକ୍ଷ୍ୟ କ’ଣ ରହିବ, କାହା ଉପରେ କାର୍ଯ୍ୟ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଉପେକ୍ଷିତ ଶିଶୁମାନେ ଉପକୃତ ହେବ।
-ଜ୍ୟୋତ୍ସ୍ନାରାଣୀ ନାୟକ, ଶୁଶୁଡ଼ା ସରପଞ୍ଚ
ଶିଶୁମାନେ ନିର୍ଯାତନାରୁ ବର୍ତ୍ତିପାରିବେ
ଏହି ଯୋଜନା ସବୁ ପଞ୍ଚାୟତରେ କାର୍ଯ୍ୟକାରୀ ହେଲେ ସମାଜ ପାଇଁ ଭଲ ହେବ। ଏହାଦ୍ୱାରା ସମସ୍ତେ ସତର୍କ ରହିବା ସହ ନିର୍ଯାତିତ ଶିଶୁମାନେ ଏଥିରୁ ରକ୍ଷାପାଇ ପାରିବେ। ବିଭିନ୍ନ ଅଞ୍ଚଳରେ ବାଲ୍ୟ ବିବାହ ଠାରୁ ଆରମ୍ଭ କରି ଶିଶୁ ଶ୍ରମିକମାନେ ଦେଖିବାକୁ ମିଳୁଛନ୍ତି। କେତେଜଣ ପ୍ରଶାସନ ନଜରକୁ ଆସୁଥିବା ବେଳେ ବହୁ ଦୃଷ୍ଟି ଆଢ଼ୁଆରେ ରହି ଯାଉଛନ୍ତି। ପଞ୍ଚାୟତସ୍ତରୀୟ କମିଟି ହେଲେ ଏପରି ଶିଶୁ ଉପକୃତ ହେବେ।
-ସୁଜାତା ସାହୁ, ଅଙ୍ଗନୱାଡି କର୍ମୀ
ଯୋଜନା ଥାଇ କାର୍ଯ୍ୟକାରୀ ହେଉନାହିଁ
ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। କିନ୍ତୁ ଏହାକୁ ଠିକ୍‌ ଭାବେ ରୂପାୟନ କରାଯାଉ ନାହିଁ। ଫଳରେ ଏହାର ସୁଫଳ ଲୋକଙ୍କୁ ମିଳିପାରୁ ନାହିଁ। ପଞ୍ଚାୟତସ୍ତରରେ ଶିଶୁ ସୁରକ୍ଷା ଯୋଜନା ଏକ ଅଭିନବ ଉପାୟ। କମିଟି ଗଢ଼ାହେଲେ କୌଣସି ଶିଶୁ ଅବହେଳିତ ହୋଇ ରହିବେ ନାହିଁ। ସମସ୍ତେ ଭଲରେ ଥଇଥାନ ହୋଇପାରିବେ। କିନ୍ତୁ ପ୍ରଶାସନ ଆନ୍ତରିକତା ନ ଦେଖାଇବା ସନ୍ଦେହ ସୃଷ୍ଟି କରୁଛି।
-ଅଭୟ ରାୟ, ବରିଷ୍ଠ ନାଗରିକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri