ଦ୍ୱିତୀୟ ଦିନରେ ଟିକା ନେଲେ ୩୦,୧୬୧

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ସୁରୁଖୁରୁରେ ଚାଲିଛି। ଇତିମଧ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଥିବାବେଳେ ସୋମବାର ଦ୍ୱିତୀୟ ଦିନରେ ୩୮୦ ସେସନରେ ପ୍ରାୟ ୩୦,୧୬୧ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି। ମୋଟ ୩୧,୯୦୨ଜଣଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲାବେଳେ ୯୫ ପ୍ରତିଶତ ଟିକା ନେଇଛନ୍ତି। ତେବେ ଟିକା ନେବାପରେ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଖୁବ୍‌ଶୀଘ୍ର ସମସ୍ତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟିକାକରଣ ପାଇଁ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେବ। ମଙ୍ଗଳବାର ଓଡ଼ିଶାରେ ‘କୋଭିଶିଲ୍ଡ’ ଟିକାର ୩,୩୪,୫୦୦ ଡୋଜ୍‌ ପହଞ୍ଚତ୍ବ। ତେଣୁ ସମସ୍ତ ପଞ୍ଜୀକୃତ ହିତାଧିକାରୀଙ୍କୁ ଟିକାକରଣ ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି। ଏହା ଏକ ସ୍ବେଚ୍ଛାକୃତ ଟିକାକରଣ କାର୍ଯ୍ୟକ୍ରମ। ଯେଉଁମାନେ ଏହି ଟିକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ସେମାନେ ମାଗଣା କୋଭିଡ୍‌ ଟିକା ନେବାର ସୁଯୋଗ ପାଇବେ ନାହିଁ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ସୋମବାରଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧,୬୯୮ ସେସନରେ ଟିକାକରଣ ହେବ। ଏଥିରେ ୧ଲକ୍ଷ ୭୫ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ତେବେ କେଉଁଦିନ କେତୋଟି ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରିଛି। ୧୯ ତାରିଖରେ ୧୯୨ ସେସନରେ ଟିକାକରଣ ହେବାକୁ ଥିବାବେଳେ ୨୦ରେ ୯୨ଟି, ୨୧ରେ ୪୩୬ଟି, ୨୨ରେ ୧୪୧ଟି, ୨୩ରେ ୧୭୮ଟି ଓ ୨୫ରେ ୨୭୯ଟି ସେସନରେ ଟିକା ପ୍ରଦାନ କରାଯିବ। ଯେଉଁମାନେ ଟିକା ନେଇଛନ୍ତି ସେମାନେ ୨୮ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବେ। ଏଥିପାଇଁ ପର୍ଯ୍ୟପ୍ତ ଟିକା ମହଜୁଦ ରହିଛି। ଦ୍ୱିତୀୟ ଡୋଜ୍‌ର ଦୁଇଦିନ ପୂର୍ବରୁ ଏ ସଂକ୍ରାନ୍ତରେ ହିତାଧିକାରୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ଦିନରେ ୧୩ହଜାର ୮୯୦ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା।
ଅପରପକ୍ଷରେ ରାଜସ୍ବ ବିଭାଗ ଅଧୀନରେ ଥିବା ଆଗଧାଡ଼ିର କର୍ମଚାରୀ ଟିକାକରଣ ପାଇଁ ତାଲିକାଭୁକ୍ତ ହେବା ନେଇ ସୋମବାର ସମସ୍ତ ଜିଲା ସହିତ ଭିଡିଓ କନ୍‌ଫରରେନ୍ସିଂରେ ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri