ପରିବେଶ ପାଇଁ ଦିନକୁ ୨ ଘଣ୍ଟା

ବାରିପଦା ଅଫିସ,୧୮ା୧: ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଦିନକୁ ୨ ଘଣ୍ଟା ପରିଶ୍ରମ କରୁଥିବା ବ୍ୟକ୍ତି ସମାଜରେ ଖୁବ୍‌ କମ୍‌ ଦେଖିବାକୁ ମିିଳନ୍ତି। ସ୍ବଚ୍ଛତାର ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଦୀର୍ଘ ୨୦ ବର୍ଷ ହେଲା ନିରନ୍ତର ପ୍ରୟାସ ଜାରି ରହିଥିବା ଏଭଳି ଜଣେ ବ୍ୟକ୍ତି ହେଲେ ମୟୂରଭଞ୍ଜ ଜିଲା ସାରସକଣା ଅଞ୍ଚଳର ରବୀନ୍ଦ୍ର ନାଥ ସାହୁ। ବୟସ ୬୦ ହେଲେ ମଧ୍ୟ ସୁସ୍ଥ ସମାଜ ଗଠନ ଲାଗି ଯୁବ ସମାଜକୁ ସେ ପ୍ରେରଣା ଦେଇ ଆସୁଛନ୍ତି। ପେଶାରେ ବ୍ୟବସାୟୀ ହୋଇଥିଲେ ମଧ୍ୟ ନିଶା ତାଙ୍କର ପରିବେଶ ସୁରକ୍ଷା ।
ରାତି ପାହିବା କ୍ଷଣି ହସହସ ମୁହଁରେ ହାତରେ ଝାଡୁ ଓ କିଛି ସଫେଇ ସାମଗ୍ରୀ ଧରି ବାହାରି ପଡ଼ନ୍ତି। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ପରିବେଶ ସୁରକ୍ଷା କାମରେ ଲାଗି ପଡ଼ନ୍ତି। ୨୦୦୨ରେ ପୁରୀ ଗଜପତି ମହାରାଜାଙ୍କ ଆଗମନକୁ ସ୍ବାଗତ ଜଣାଇବା ପାଇଁ ସାରସକଣା ସ୍ଥିତ ସାରସକ୍ଷେତ୍ରକୁ ସଫା କରିବା ପାଇଁ କିଛି ଯୁବସାଥୀଙ୍କ ସହଯୋଗ ଲୋଡ଼ିଥିଲେ। ଏଥିରେ ସଫଳତା ହାସଲ କରି ଏହାକୁ ବଜାୟ ରଖିଥିଲେ। ଲୋକଙ୍କ ଟାହିଟାପରା ଓ ବ୍ୟଙ୍ଗ୍ୟାତ୍ମକ କଥାକୁ ଭ୍ରୁକ୍ଷେପ ନ କରି ଦୀର୍ଘ ବର୍ଷ ଧରି ଏଭଳି କାର୍ଯ୍ୟ ସେ କରିଆସୁଛନ୍ତି। ସମାଜ ପ୍ରତି ପ୍ରତିଦିନ ୨ଘଣ୍ଟା ସମୟ ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇ ଆସୁଛନ୍ତି। ସାରସକଣା ବ୍ଲକ କାର୍ଯ୍ୟାଳୟ, ପୋଖରୀଘାଟ, ନଳକୂଅ, ବଜାର, ଜଗନ୍ନାଥ ମନ୍ଦିର ସାମ୍ନା, ମେଡିକାଲ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଏବଂ ଆଖପାଖ ଗ୍ରାମଗୁଡ଼ିକୁ ସ୍ବଚ୍ଛ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ନେଇ ସେ ଏଭଳି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସିଥିବା ବେଳେ ଜଣେ ସଫଳ ସମାଜସେବୀ ଭାବେ ତାଙ୍କୁ ସମ୍ମାନିତ କରିଥିଲେ। ଏଥି ସହିତ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ସଂସ୍କୃତି ମଞ୍ଚ, ଓଡ଼ିଶା ସମାଜସେବୀ ମହାସଂଘ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ବିଶେଷ କରି ଛାତ୍ର ଓ ଯୁବ ସମାଜ ଜାଗ୍ରତ ହେଲେ ପରିବେଶ ପ୍ରଦୂଷଣ ରୋକାଯିବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?