ପରିବେଶ ପାଇଁ ଦିନକୁ ୨ ଘଣ୍ଟା

ବାରିପଦା ଅଫିସ,୧୮ା୧: ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଦିନକୁ ୨ ଘଣ୍ଟା ପରିଶ୍ରମ କରୁଥିବା ବ୍ୟକ୍ତି ସମାଜରେ ଖୁବ୍‌ କମ୍‌ ଦେଖିବାକୁ ମିିଳନ୍ତି। ସ୍ବଚ୍ଛତାର ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଦୀର୍ଘ ୨୦ ବର୍ଷ ହେଲା ନିରନ୍ତର ପ୍ରୟାସ ଜାରି ରହିଥିବା ଏଭଳି ଜଣେ ବ୍ୟକ୍ତି ହେଲେ ମୟୂରଭଞ୍ଜ ଜିଲା ସାରସକଣା ଅଞ୍ଚଳର ରବୀନ୍ଦ୍ର ନାଥ ସାହୁ। ବୟସ ୬୦ ହେଲେ ମଧ୍ୟ ସୁସ୍ଥ ସମାଜ ଗଠନ ଲାଗି ଯୁବ ସମାଜକୁ ସେ ପ୍ରେରଣା ଦେଇ ଆସୁଛନ୍ତି। ପେଶାରେ ବ୍ୟବସାୟୀ ହୋଇଥିଲେ ମଧ୍ୟ ନିଶା ତାଙ୍କର ପରିବେଶ ସୁରକ୍ଷା ।
ରାତି ପାହିବା କ୍ଷଣି ହସହସ ମୁହଁରେ ହାତରେ ଝାଡୁ ଓ କିଛି ସଫେଇ ସାମଗ୍ରୀ ଧରି ବାହାରି ପଡ଼ନ୍ତି। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ପରିବେଶ ସୁରକ୍ଷା କାମରେ ଲାଗି ପଡ଼ନ୍ତି। ୨୦୦୨ରେ ପୁରୀ ଗଜପତି ମହାରାଜାଙ୍କ ଆଗମନକୁ ସ୍ବାଗତ ଜଣାଇବା ପାଇଁ ସାରସକଣା ସ୍ଥିତ ସାରସକ୍ଷେତ୍ରକୁ ସଫା କରିବା ପାଇଁ କିଛି ଯୁବସାଥୀଙ୍କ ସହଯୋଗ ଲୋଡ଼ିଥିଲେ। ଏଥିରେ ସଫଳତା ହାସଲ କରି ଏହାକୁ ବଜାୟ ରଖିଥିଲେ। ଲୋକଙ୍କ ଟାହିଟାପରା ଓ ବ୍ୟଙ୍ଗ୍ୟାତ୍ମକ କଥାକୁ ଭ୍ରୁକ୍ଷେପ ନ କରି ଦୀର୍ଘ ବର୍ଷ ଧରି ଏଭଳି କାର୍ଯ୍ୟ ସେ କରିଆସୁଛନ୍ତି। ସମାଜ ପ୍ରତି ପ୍ରତିଦିନ ୨ଘଣ୍ଟା ସମୟ ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇ ଆସୁଛନ୍ତି। ସାରସକଣା ବ୍ଲକ କାର୍ଯ୍ୟାଳୟ, ପୋଖରୀଘାଟ, ନଳକୂଅ, ବଜାର, ଜଗନ୍ନାଥ ମନ୍ଦିର ସାମ୍ନା, ମେଡିକାଲ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଏବଂ ଆଖପାଖ ଗ୍ରାମଗୁଡ଼ିକୁ ସ୍ବଚ୍ଛ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ନେଇ ସେ ଏଭଳି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସିଥିବା ବେଳେ ଜଣେ ସଫଳ ସମାଜସେବୀ ଭାବେ ତାଙ୍କୁ ସମ୍ମାନିତ କରିଥିଲେ। ଏଥି ସହିତ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ସଂସ୍କୃତି ମଞ୍ଚ, ଓଡ଼ିଶା ସମାଜସେବୀ ମହାସଂଘ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ବିଶେଷ କରି ଛାତ୍ର ଓ ଯୁବ ସମାଜ ଜାଗ୍ରତ ହେଲେ ପରିବେଶ ପ୍ରଦୂଷଣ ରୋକାଯିବା ସହିତ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri