ରାଜ୍ୟ

କରୋନାରୁ ସୁସ୍ଥ ହେଲେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ମହିଳା

କଟକ ଅଫିସ,୨୪।୭: ପ୍ଲାଜମା ଦେଲା ନୂଆ ଜୀବନ। ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତଥା ପ୍ରଥମ ପ୍ଲାଜମା ନେଇଥିବା ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇଛନ୍ତି। ତାଙ୍କୁ ଶୁକ୍ରବାର ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା ବେଳେ ଜଣେ ଗଜପତି, ଜଣେ ରାୟଗଡ଼ା, ଜଣେ ଭଦ୍ରକ ଜିଲାର ଥିବା ରାଜ୍ୟ ସ୍ବାସ୍ଥ୍ୟ…

CORONAVIRUS UPDATE: ଆଜି ୨୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧,୫୯୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪ା୭(ବ୍ୟୁରୋ) : ଶୁକ୍ରବାର ୨୮ଟି ଜିଲାରୁ ସର୍ବାଧିକ ୧,୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୨୨,୬୯୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ…

ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୪ା୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।…

ଗ୍ରାମସଭା ବିନା ବେଦାନ୍ତକୁ ଜମି ପ୍ରଦାନ ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୪ା୭: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟ ସରକାରୀ ଜମିରେ ବେଦାନ୍ତ କମ୍ପାନୀ କୋଠା ନିର୍ମାଣ କରୁଛି। ବିନା ଗ୍ରାମସଭାରେ ବେଦାନ୍ତକୁ ଜମି ହସ୍ତାନ୍ତର ନେଇ ଗ୍ରାମବାସୀଙ୍କ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ…

ରେଳ ବିଭାଗର ମହିଳା ଯୋଦ୍ଧା

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ଯୋଗାଇବା ସହ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଳ ମନ୍ତ୍ରଣାଳୟ। ଟ୍ରେନ୍‌ ଯୋଗେ ବାହାର ରାଜ୍ୟରେ ଫସି ରହିଥିବା ଲୋକେ ନିଜ ଘରକୁ ଫେରିଛନ୍ତି।…

ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ଆଦିତ୍ୟ

ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ ରେଳଧାରଣାରୁ ତାଙ୍କର ମୃତଦେହ ମିଳିଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି…

ଏସ୍‌ଓପି ଜାରି: ପ୍ଲାଜ୍‌ମା ଦାନ କରିବେ ପୋଲିସ କର୍ମଚାରୀ

କଟକ ଅଫିସ,୨୪।୭: କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ନିଜର ପ୍ଲାଜ୍‌ମା ଦାନ କରିବେ। ଏ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଏସ୍‌ପି ଏବଂ ବିଭିନ୍ନ…

ୟୁଜି, ପିଜି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗ: ୟୁଜିସି ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରାଯାଉ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ରାଜ୍ୟରେ ସ୍ନାତକ(ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ଶେଷବର୍ଷ ସେମିଷ୍ଟର ପରୀକ୍ଷାକୁ ୟୁଜିସି ବାଧ୍ୟତାମୂଳକ କରିଛି। ଏନେଇ ଜୁଲାଇ ୬ରେ ଜାରି ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବାକୁ ରାଜ୍ୟ ସରକାର ପୁଣିଥରେ ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ବିକଳ୍ପ ମୂଲ୍ୟାୟନ…

୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା ଓ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।…

ଶିଳ୍ପାନୁଷ୍ଠାନ କର୍ମଚାରୀଙ୍କ ପାଇଁ ୧୩ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀଙ୍କ ଲାଗି ୧୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଭିନ୍ନ ଶିଳ୍ପସଂସ୍ଥା ଏବଂ ନିଗମ କାର୍ଯ୍ୟାଳୟ ପରିସରରେ ଏଗୁଡ଼ିକ ଆରମ୍ଭ ହୋଇଛି। ଗୁରୁବାର ଅନୁଷ୍ଠିତ ଏକ…

ବଦଳିଲେ ୨୮ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ୨୮ ମେଡିକାଲ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ଜେନେରାଲ ହସ୍ପିଟାଲ(ଆର୍‌ଜିଏଚ୍‌)ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri