ଗ୍ରାମସଭା ବିନା ବେଦାନ୍ତକୁ ଜମି ପ୍ରଦାନ ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୪ା୭: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟ ସରକାରୀ ଜମିରେ ବେଦାନ୍ତ କମ୍ପାନୀ କୋଠା ନିର୍ମାଣ କରୁଛି। ବିନା ଗ୍ରାମସଭାରେ ବେଦାନ୍ତକୁ ଜମି ହସ୍ତାନ୍ତର ନେଇ ଗ୍ରାମବାସୀଙ୍କ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ବିଚାରପତି ବିଶ୍ୱନାଥ ରଥ ମାମଲାର ଶୁଣାଣି କରି ଗ୍ରାମବାସୀଙ୍କ ଅଭିଯୋଗର ତଦନ୍ତ ପାଇଁ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀର ନିର୍ମାଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ବ୍ୟକ୍ତି ଏବଂ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣି ସହ ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଯଦି ବିବାଦୀୟ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ଚାଲିଛି, ତେବେ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଗ୍ରାମ ନିକଟ ପ୍ରାୟ ୫୦ ଏକର ଜମିରେ ବେଦାନ୍ତ କମ୍ପାନୀ ତରଫରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲିଛି। ଏକ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଛି। ଉଭୟ ଜଗନ୍ନାଥପୁର ଓ କେନ୍ଧୁବଡ଼ି ଗ୍ରାମ ହେଉଛି ଅନୁସୂଚିତ ଅଞ୍ଚଳ। ବିଭିନ୍ନ ଶିଳ୍ପ ସଂସ୍ଥା ଧୀରେ ଧୀରେ ଗ୍ରାମର ପତିତ ଜମିକୁ ଦଖଲ କରୁଛନ୍ତି। ପୂର୍ବରୁ ପ୍ରାୟ ୧୫୦ ଏକର ଜମି ଏଭଳି ଭାବେ ଦଖଲକୁ ଚାଲିଯାଇଛି। ଗ୍ରାମର ସରକାରୀ ଜମିକୁ ଶିଳ୍ପସଂସ୍ଥାଗୁଡ଼ିକ ଦଖଲ କରୁଥିବା ନେଇ ୨୦୧୮ ଜୁନ୍‌ ୨୩ରେ କଳାହାଣ୍ଡି ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଅନୂସୂଚିତ ଅଞ୍ଚଳ ହୋଇଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ଜମି ହସ୍ତାନ୍ତର କରିବା ପୂର୍ବରୁ ଗ୍ରାମସଭାର ଅନୁମୋଦନ ଆବଶ୍ୟକ। ଏଥିପାଇଁ ପ୍ରୋଭିଜନ୍ସ ଅଫ୍‌ ଦ ପଞ୍ଚାୟତ (ଏକ୍ସଟେନ୍‌୍‌ସନ୍‌ ଟୁ ଦ ସିଡିଲ୍ୟୁଡ୍‌ ଏରିଆ) ଆକ୍ଟ-୧୯୯୬ ରହିଛି। କିନ୍ତୁ ପ୍ରଶାସନ ଏହାକୁ ଅଣଦେଖା କରୁଛି। ଏହି ଜମିରେ ଗ୍ରାମବାସୀ ଦୀର୍ଘବର୍ଷ ହେଲା ଚାଷ କରିଆସୁଛନ୍ତି। ତେଣୁ ଜମି କିପରି ହସ୍ତାନ୍ତର କରାଗଲା ସେନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି ସହ ଗ୍ରାମସଭାର ଅନୁମତି ବିନା ଜମି ହସ୍ତାନ୍ତର ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଥିଲା। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କଳାହାଣ୍ଡି ଜିଲାପାଳ, ଲାଞ୍ଜିଗଡ଼ ତହସିଲଦାର, ବେଦାନ୍ତକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୯।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ...

୨୫.୬୫ ଲକ୍ଷ ଉପଭୋକ୍ତା ଖାଇବେ ବଟିକା

କଟକ ଅଫିସ,୧୦ା୨: ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଜିଲା ସ୍ବାସ୍ଥ୍ୟ ବିଭାଗ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା...

ଅମାପ ଶକ୍ତିର ଅଧିକାରୀ ଯୁବପିଢ଼ି

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨।୮: ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମାଜର ପ୍ରମୁଖ ଅଙ୍ଗ। ଯୁବସମାଜ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ...

ଘରେ ଘରେ ଔଷଧ ପହଞ୍ଚାଉଛି ପୋଲିସ

ଆରଡି, ୧୧ା୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଭଦ୍ରକ ଜିଲା ଆରଡି ଫାଣ୍ଡିର କର୍ମଚାରୀମାନେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ୨୩ଖଣ୍ଡ ଗାଁରେ ଔଷଧ ପହଞ୍ଚାଉଛନ୍ତି। ସୂଚନା...

ଫଟୋ ଖବରଦାତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୭(ବ୍ୟୁରୋ): ବରିଷ୍ଠ ଫଟୋ ଖବରଦାତା ଅଶୋକ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବରିଷ୍ଠ...

ବସ୍‌ ଓଲଟି ୩୦ରୁ ଊର୍ଦ୍ଧ୍ୱ ଆହତ: ୨ ଗୁରୁତର

ଢେଙ୍କାନାଳ ଅଫିସ,୨୨।୩: ଢେଙ୍କାନାଳ ଜିଲା ସଦର ଥାନା ବଣସିଂମେଡିକାଲ ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ମା ସମଲେଈ ନାମକ ଏକ ଯାତ୍ରୀ ବାହି ବସ୍‌ ଦୁର୍ଘଟଣାଗ୍ରସ୍ତ...

ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଜାତୀୟ ଶିକ୍ଷାନୀତି ଭାରତୀୟ ସଂସ୍କୃତି, ଶୈକ୍ଷିକ ପରମ୍ପରା, ଚିନ୍ତନ ଓ ତତ୍ତ୍ବ ଉପରେ ଆଧାରିତ। ଏହା ମାଧ୍ୟମରେ ଭାରତୀୟତା ସ୍ପଷ୍ଟ ଭାବରେ ପ୍ରକାଶିତ ଓ...

ଲାଞ୍ଚ ନେଇ ଧରାପଡ଼ିଲେ ଏବିଇଓ

ଡେରାବିଶ,୧୦ା୬(ସ୍ବ.ପ୍ର.): ଜଣେ ଶିକ୍ଷକଙ୍କ ଦୁଇମାସର ଦରମା କରାଇଦେବାକୁ କହି ତାଙ୍କ ଠାରୁ ଶୁକ୍ରବାର ପୂର୍ବାହ୍ନରେ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ...

Advertisement
Archives

Model This Week