ଗ୍ରାମସଭା ବିନା ବେଦାନ୍ତକୁ ଜମି ପ୍ରଦାନ ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୪ା୭: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟ ସରକାରୀ ଜମିରେ ବେଦାନ୍ତ କମ୍ପାନୀ କୋଠା ନିର୍ମାଣ କରୁଛି। ବିନା ଗ୍ରାମସଭାରେ ବେଦାନ୍ତକୁ ଜମି ହସ୍ତାନ୍ତର ନେଇ ଗ୍ରାମବାସୀଙ୍କ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ବିଚାରପତି ବିଶ୍ୱନାଥ ରଥ ମାମଲାର ଶୁଣାଣି କରି ଗ୍ରାମବାସୀଙ୍କ ଅଭିଯୋଗର ତଦନ୍ତ ପାଇଁ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀର ନିର୍ମାଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ବ୍ୟକ୍ତି ଏବଂ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣି ସହ ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଯଦି ବିବାଦୀୟ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ଚାଲିଛି, ତେବେ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଗ୍ରାମ ନିକଟ ପ୍ରାୟ ୫୦ ଏକର ଜମିରେ ବେଦାନ୍ତ କମ୍ପାନୀ ତରଫରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲିଛି। ଏକ ଠିକା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଛି। ଉଭୟ ଜଗନ୍ନାଥପୁର ଓ କେନ୍ଧୁବଡ଼ି ଗ୍ରାମ ହେଉଛି ଅନୁସୂଚିତ ଅଞ୍ଚଳ। ବିଭିନ୍ନ ଶିଳ୍ପ ସଂସ୍ଥା ଧୀରେ ଧୀରେ ଗ୍ରାମର ପତିତ ଜମିକୁ ଦଖଲ କରୁଛନ୍ତି। ପୂର୍ବରୁ ପ୍ରାୟ ୧୫୦ ଏକର ଜମି ଏଭଳି ଭାବେ ଦଖଲକୁ ଚାଲିଯାଇଛି। ଗ୍ରାମର ସରକାରୀ ଜମିକୁ ଶିଳ୍ପସଂସ୍ଥାଗୁଡ଼ିକ ଦଖଲ କରୁଥିବା ନେଇ ୨୦୧୮ ଜୁନ୍‌ ୨୩ରେ କଳାହାଣ୍ଡି ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଅନୂସୂଚିତ ଅଞ୍ଚଳ ହୋଇଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ଜମି ହସ୍ତାନ୍ତର କରିବା ପୂର୍ବରୁ ଗ୍ରାମସଭାର ଅନୁମୋଦନ ଆବଶ୍ୟକ। ଏଥିପାଇଁ ପ୍ରୋଭିଜନ୍ସ ଅଫ୍‌ ଦ ପଞ୍ଚାୟତ (ଏକ୍ସଟେନ୍‌୍‌ସନ୍‌ ଟୁ ଦ ସିଡିଲ୍ୟୁଡ୍‌ ଏରିଆ) ଆକ୍ଟ-୧୯୯୬ ରହିଛି। କିନ୍ତୁ ପ୍ରଶାସନ ଏହାକୁ ଅଣଦେଖା କରୁଛି। ଏହି ଜମିରେ ଗ୍ରାମବାସୀ ଦୀର୍ଘବର୍ଷ ହେଲା ଚାଷ କରିଆସୁଛନ୍ତି। ତେଣୁ ଜମି କିପରି ହସ୍ତାନ୍ତର କରାଗଲା ସେନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି ସହ ଗ୍ରାମସଭାର ଅନୁମତି ବିନା ଜମି ହସ୍ତାନ୍ତର ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଥିଲା। ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କଳାହାଣ୍ଡି ଜିଲାପାଳ, ଲାଞ୍ଜିଗଡ଼ ତହସିଲଦାର, ବେଦାନ୍ତକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri