ୟୁଜି, ପିଜି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗ: ୟୁଜିସି ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରାଯାଉ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ରାଜ୍ୟରେ ସ୍ନାତକ(ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ଶେଷବର୍ଷ ସେମିଷ୍ଟର ପରୀକ୍ଷାକୁ ୟୁଜିସି ବାଧ୍ୟତାମୂଳକ କରିଛି। ଏନେଇ ଜୁଲାଇ ୬ରେ ଜାରି ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବାକୁ ରାଜ୍ୟ ସରକାର ପୁଣିଥରେ ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ଗୁରୁବାର ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି। ପ୍ରଥମେ ଗତ ୯ ତାରିଖରେ ମନ୍ତ୍ରୀ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ମାତ୍ର ଏପର୍ଯ୍ୟନ୍ତ ଉକ୍ତ ପତ୍ରର କୌଣସି ଉତ୍ତର ମିଳି ନ ଥିବାରୁ ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷାକୁ ନେଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ସେହିଭଳି ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦ୍ୱିତୀୟଥର ପତ୍ର ଲେଖିଥିବା ଜଣାପଡଛି।
ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ଯେ, ଗତ ୧୫ ଦିନ ମଧ୍ୟରେ କରୋନା ସ୍ଥିତି ଅଧିକ ଜଟିଳ ହୋଇଛି। ଆଗାମୀ ମାସରେ ଅଧିକ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ୟୁଜିସିର ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଅନୁଯାୟୀ ୟୁଜି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା କରାଇବା ସମ୍ଭବ ନୁହେଁ। ରାଜ୍ୟର ପ୍ରାୟ ୨ ଲକ୍ଷ ୟୁଜି ଓ ପିଜି ଛାତ୍ରୀଛାତ୍ର ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର। ସେମାନଙ୍କ ନିକଟରେ କମ୍ପ୍ୟୁଟର, ଲାପ୍‌ଟପ୍‌ କିମ୍ବା ସ୍ମାର୍ଟଫୋନ୍‌ ନାହିଁ। ସେହିଭଳି ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର ଉନ୍ନତ ଇଣ୍ଟରନେଟ୍‌ ସୁବିଧା ଅଭାବରୁ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ମଧ୍ୟ ସମ୍ଭବ ନୁହେଁ। ଖାତାକଲମରେ କ୍ଲାସ୍‌ରୁମ୍‌ରେ ପରୀକ୍ଷା ଦେବା ଦ୍ୱାରା ମଧ୍ୟ ସଂକ୍ରମଣ ଆଶଙ୍କା ରହିଛି। ସୀମିତ ହଷ୍ଟେଲରେ ସାମାଜିକ ଦୂରତ୍ୱ ରକ୍ଷା ନ କରିପାରିବା, ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ନ ହେବା, ବେସରକାରୀ ଭଡ଼ାଘରେ ରହିବାକୁ ମାଲିକମାନେ ଅନୁମତି ନ ଦେବା ଭଳି ସମସ୍ୟା ରହିଛି। ଏହାବ୍ୟତୀତ ଅନେକ ମହାବିଦ୍ୟାଳୟକୁ କ୍ବାରାଣ୍ଟାଇନ୍‌ ସେଣ୍ଟର, କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହସ୍ପିଟାଲ କରାଯାଇଥିବାରୁ ସେପ୍ଟେମ୍ବର ସୁଦ୍ଧା ଏହି ପରୀକ୍ଷା କରାଇବା ସମ୍ଭବପର ହେବନାହିଁ ବୋଲି ମନ୍ତ୍ରୀ ସାହୁ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିସହ ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ବିଳମ୍ବରେ ପରୀକ୍ଷା କଲେ ଶିକ୍ଷାବର୍ଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବାସହ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କ୍ଷତିଗ୍ରସ୍ତ ହେବାର ସମ୍ଭବାନ ରହିଛି। ତେଣୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଯେଉଁ ସୀମିତ ସଂଖ୍ୟକ ଛାତ୍ରୀଛାତ୍ର ବିକଳ୍ପ ମୂଲ୍ୟାୟନରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ସ୍ଥିତି ସୁଧୁରିଲେ ନଭେମ୍ବର/ଡିସେମ୍ବରରେ ପରୀକ୍ଷା ଦେବାକୁ ନିଶ୍ଚିତ ସୁଯୋଗ ପାଇବେ। ବିକଳ୍ପ ମୂଲ୍ୟାୟନର ଫଳ ଅଗଷ୍ଟ ୩୧ ସୁଦ୍ଧା ଘୋଷଣା କରାଗଲେ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବ ନାହିଁ। ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ ପାଇଁ ଅନୁମତି ଦେବା ସହ ୟୁଜିସିର ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବାକୁ ମନ୍ତ୍ରୀ ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?