ରାଜ୍ୟ

ପୋଲିସକୁ ନ ଜଣାଇ ଜାଳିଦେଲେ ଛାତ୍ରୀଙ୍କ ମୃତଦେହ

ଚିକିଟି,୨ା୪: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଡାଳପଲଙ୍କ ଅଞ୍ଚଳର ଜଣେ ଦଶମ ଛାତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ହେଲେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।…

ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଚେନ୍ନାଇକୁ ଶୁକ୍ରବାର ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ ଜେଟ୍‌ ବିମାନ ଚେନ୍ନାଇରୁ ୮୪ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅପରାହ୍ନ ୩ଟା ୨୦ରେ ପହଞ୍ଚତ୍ଥିଲା। ପରେ ଏହି…

ପୋଲିସ ଟୋପି ପିନ୍ଧି ହଟହଟା ହେଲେ ଯନ୍ତ୍ରୀ

ମାଲକାନଗିରି,୨ା୪: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର ଏବଂ ଅବମାନନା କରିଥିବାରୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ…

୨ ଦିନରେ ଜବତ ହେଲାଣି ୩୪୪ ଗ୍ରାମ ବ୍ରାଉନସୁଗାର

ଭଦ୍ରକ ଅଫିସ, ୨।୪: ଭଦ୍ରକ ଟାଉନ ଥାନା ପୋଲିସ ଶୁକ୍ରବାର ମୋଟେଲ ଛକ ନିକଟରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଧୂଷୁରୀ ଥାନା ଅଧୀନ ବାଲିପାଟଣା ଗାଁର ପ୍ରଦୀପ କୁମାର ମହାନ୍ତି ଓରଫ ଟୁଲୁ। ପୋଲିସ ତାଙ୍କ…

ପାଠ ପଢ଼ାନାଁରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ଶିକ୍ଷୟିତ୍ରୀ

ବାସୁଦେବପୁର,୨ା୪: ପାଠ ପଢ଼ାଇବା ଆଳରେ ଛାତ୍ରୀ ତଥା ୨ ଭଉଣୀଙ୍କୁ ଘରେ ରଖି ନିର୍ଯାତନା ଦେବା ଭଳି ଘଟଣା ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ବାସୁଦେବପୁର ଥାନା ପୋଲିସ ଅଢୁଁଆ ନୋଡାଲ…

୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା ଅଫିସ,୨।୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲାକୁ ଲାଗି ରହିଛି ଝାରସୁଗୁଡ଼ା ଜିଲା। ଉଭୟ ରାଜ୍ୟ ସୀମାନ୍ତରେ ଲୋକଙ୍କ ଯାତାୟାତ ରହିଥିବା ବେଳେ କରୋନା ସଂକ୍ରମଣ…

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୨।୪(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଯାଇଛନ୍ତି। ସେଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୪.୪୫ ମିନିଟ୍‌ରେ ରାଜଭବନରୁ ବାହାରି ସଡ଼କପଥରେ…

ଆଜି ରାଜ୍ୟରେ ୪୦୦ ପାର୍‌ କଲା କରୋନା

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୪୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ସମସ୍ୟାରେ ଶତାୟୁ ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ଅଫିସ,୨।୪: ଢେଙ୍କାନାଳର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ (ବି.ବି ହାଇସ୍କୁଲ) ସମ୍ପ୍ରତି ସମସ୍ୟା ଭିତରେ ଗତି କରୁଛି। ଏହି ଐତିହ୍ୟସମ୍ପନ୍ନ ପୁରାତନ ଶିକ୍ଷାନୁଷ୍ଠାନରେ ୫ମାସ ହେଲା ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୬ଷ୍ଠରୁ ୮ମ…

ଆଣ୍ଡାମାନରେ ନାଁ ରଖିଲେ ଓଡ଼ିଆ ପୁଅ ରାମପ୍ରସାଦ

ଭୁବନେଶ୍ୱର,୨।୪(ବ୍ୟୁରୋ): ଅଣ୍ଡାମାନରେ ଜଣେ ଓଡ଼ିଆ ପୁଅ ଏବେ ଚର୍ଚ୍ଚାରେ। ଜଣେ ସଫଳ ଉଦ୍ୟୋଗପତି ଭାବେ ପରିଚୟ ପାଇବା ସହ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ସେ ହେଉଛନ୍ତି ସୋନର ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରାମପ୍ରସାଦ ମୁଦୁଲି। ତାଙ୍କ…

ଜାତୀୟ ସ୍ତରରେ ପୁଣି ଚମକିଲେ ଓଡ଼ିଆ ଝିଅ: ‘ଇଣ୍ଡିଆ ନେକ୍ସଟ୍‌ ଟପ୍‌ ମଡେଲ’ରେ ମୁକୁଟ ପିନ୍ଧିଲେ ସୋନାଲୀ

ଭୁବନେଶ୍ୱର,୨।୪ (ବ୍ୟୁରୋ): ଜାତୀୟ ସ୍ତରରେ ଆଉଜଣେ ଓଡ଼ିଆ ଝିଅ ନିଜର ପ୍ରତିଭା ଦେଖାଇଛନ୍ତି। ‘ଇଣ୍ଡିଆ ନେକ୍ସଟ ଟପ୍‌ ମଡେଲ’ ପ୍ରତିଯୋଗିତାରେ ଭୁବନେଶ୍ୱରର ଝିଅ ସୋନାଲୀ ସାହୁ ଦ୍ୱିତୀୟ ରନର୍ସ ଅପ୍‌ ଟାଇଟଲ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଏକ…

ସାଇବର ଠକେଇ ରୋକିବାରେ ପୋଲିସ ବିଫଳ: ୨ମାସରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ସାଇବର ଠକେଇ ରୋକିବାରେ ରାଜ୍ୟ ପୋଲିସ ବିଫଳ ହୋଇଛି। କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସାଇବର ଠକମାନେ ସକ୍ରିୟ ହୋଇଉଠିଛନ୍ତି। ତଦନ୍ତରେ ବୈଷୟିକ ଜ୍ଞାନକୌଶଳର ଅଭାବ ଓ ଲୋକଙ୍କ ଅସଚେତନତାର ଫାଇଦା ଉଠାଉଛନ୍ତି ସେମାନେ। ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?