ରାଜ୍ୟ

ଅଙ୍ଗନଓ୍ବାଡି କର୍ମୀଙ୍କଠାରୁ ଲାଞ୍ଚ ନେବା ମାମଲା: ପୂର୍ବତନ ସିଡିପିଓଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଅଙ୍ଗନଓ୍ବାଡ଼ି କର୍ମୀଙ୍କ ପାଣ୍ଠି ମଞ୍ଜୁର କରାଇବା ପାଇଁ ଲାଞ୍ଚ ନେବା ମାମଲାରେ ଖୋର୍ଦ୍ଧା ଜିଲା ବାଣପୁରର ପୂର୍ବତନ ସିଡିପିଓ ରାଜକୁମାରୀ ଦେଈ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଚୂଡ଼ାନ୍ତ ଶୁଣାଣି କରି ଭୁବନେଶ୍ୱର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ତାଙ୍କୁ ୩…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ଲାଗି…

‘ଅଙ୍ଗଦାନ ପାଇଁ ରାଜ୍ୟରେ ବ୍ୟାପକ ସମ୍ଭାବନା ଅଛି’

କଟକ ଅଫିସ,୨୮ା୧୧: ଗତ ଫେବୃୟାରୀ ୪ତାରିଖରେ ଓଡ଼ିିଶାରେ କାଡାଭରିକ (ମୃତ୍ୟୁବେଳେ ଅଙ୍ଗଦାନ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେବଳ ୩ଜଣ ଅଙ୍ଗଦାନ କରିଛନ୍ତି। କିଡ୍‌ନୀ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗ ଯେପରିକି ଫୁସ୍‌ଫୁସ୍‌, ଯକୃତ ମଧ୍ୟ କାଡାଭରିକ ପ୍ରକ୍ରିୟାରେ…

୬୨୭ ସଂସ୍ଥାର ଜଳକର ବକେୟା ୩୯୩୬.୮୬ କୋଟି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଓ ସହରୀକରଣ କାରଣରୁ ରାଜ୍ୟର ଅଧିକାଂଶ ନଦୀରେ ଜଳ ପ୍ରବାହ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ଏଭଳି…

ଆଲୋକୀକରଣ ହେଲା ମଣିକର୍ଣ୍ଣିକା ପୁଷ୍କରିଣୀ

ପୁରୁଣା ଭୁବନେଶ୍ୱର, ୨୮ା୧୧(ଡି.ଏନ୍‌.ଏ.): କପିଳେଶ୍ୱର ମନ୍ଦିର ପରିସରରେ ରହିଥିବା ଐତିହ୍ୟ ମଣିକର୍ଣ୍ଣିକା ପୁଷ୍କରିଣୀକୁ ଶୁକ୍ରବାର ଆଲୋକୀକରଣ କରାଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ। ଟୁରିଜମ ବିଭାଗ ପକ୍ଷରୁ ୧୧ଲକ୍ଷ ଟଙ୍କା ବ୍ୟୟବରାଦ…

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। କୋଭିଡ୍‌ କଟକଣା ମଧ୍ୟରେ କେତେଜଣ ଭକ୍ତ ନାଗାର୍ଜୁନ ବେଶ ଦର୍ଶନ କରିଛନ୍ତି।…

ସୌମ୍ୟ କହିଲେ ଛୋଟ ଘଟଣା, ଲେଖାଶ୍ରୀ ପଚାରିଲେ ବଡ଼ କ’ଣ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବିଜେଡି ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନାବାଳିକା ପରୀ ହତ୍ୟାକାଣ୍ଡକୁ ଏକ ଛୋଟ ଘଟଣା ବୋଲି ମତ ଦେଇଛନ୍ତି। ଏହାକୁ ନେଇ ଭାଜପା ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛି। ନୟାଗଡ଼ ଜିଲାର ୫ ବର୍ଷର ଝିଅ ପରୀ…

ମିଳିଲାନି ଦର୍ଶନ, କାନ୍ଦିଲା ଭକ୍ତ ପ୍ରାଣ

ପୁରୀ ଅଫିସ,୨୮ା୧୧: କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ୱନିୟନ୍ତା ପୁଣି ଭାବର ଠାକୁର। ତାଙ୍କ ସେବାପୂଜା, ବେଶ ସବୁକିଛି ସ୍ବତନ୍ତ୍ର। ଦୈନିନ୍ଦିନ ବେଶ ଅପେକ୍ଷା ବର୍ଷତମାମ୍‌ ବିଭିନ୍ନ ସ୍ବତନ୍ତ୍ର ବେଶରେ ବିଭୂଷିତ ହୋଇଥାନ୍ତି ଚତୁର୍ଦ୍ଧାବିଗ୍ରହ। ତାଙ୍କର ୨ଟି ବେଶକୁ…

ପୁଅ ଆକାଶଙ୍କ ସହ ଜେଲଗଲେ ଅଭୟକାନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ପରେ ଉଭୟଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।…

୫ବର୍ଷର ଧର୍ମପଦ ପୁରସ୍କାର, ଶିଳ୍ପୀ ସମ୍ବର୍ଦ୍ଧନା ଘୋଷଣା

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ଘୋଷଣା କରାଯାଇଛି। ଏହାସହ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀଙ୍କ ନାମ…

ମୋବାଇଲରେ ବେଶ ଫଟୋ ଉଠାଇବା ଚର୍ଚ୍ଚା

ପୁରୀ ଅଫିସ,୨୮ା୧୧: ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଏବଂ ସୁରକ୍ଷା କର୍ମଚାରୀ କେହି ବି ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବେ ନାହିଁ। ସମସ୍ତଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ। ସେହିପରି କେହି ବେଶ ବଦଳାଇ ଭିତରକୁ ଯିବାକୁ ଚେଷ୍ଟା କରିବେ ନାହିଁ।…

ବିନା ଭକ୍ତରେ ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୮ା୧୧: ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଛି। ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି। ଦୀର୍ଘ ୨୫ବର୍ଷ ପରେ ପଡ଼ିିଥିବା ଏହି ବେଶ କିନ୍ତୁ ଦେଖିପାରି ନାହାନ୍ତି ଭକ୍ତ। ବିଷାଦ ଓ ଅବସୋସ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri