ରାଜ୍ୟ

ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର ପରିବେଶ ଶୀତଳ ରହୁଥିଲା । ହେଲେ କାଠଚୋରମାନଙ୍କ ଲୋଲୁପ ଦୃଷ୍ଟି ସେହି ଜଙ୍ଗଲ ଉପରେ…

ରାଜ୍ୟରେ ନୂଆ ୨୫୧ କରୋନା ପଜିଟିଭ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର, ୨।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆଖି ବୁଜୁଛନ୍ତି। ତେବେ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା…

ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ

ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’ ବରୁଣେଇ ଓ କରୁଣେଇଙ୍କ ଦର୍ଶନ ସହ ପାହାଡ଼ ଉପରେ ବୁଲି ପ୍ରାକୃତିକ ପରିବେଶ ଉପଭୋଗ…

ରାଜଧାନୀରେ ଡବଲ ହେଲ୍‌ମେଟ୍‌ ଚେକିଂ: ୫୦ରୁ ଊର୍ଦ୍ଧ୍ୱ ଅମାନିଆ ଜରିମାନା ଗଣିଲେ

ଭୁବନେଶ୍ୱର,୨।୧(ବ୍ୟୁରୋ): କିଛିଦିନର ନିସ୍ତାର ଓ ସଚେତନତା ପରେ ଜାନୁୟାରୀ ୧ରୁ ଡବଲ ହେଲମେଟ୍‌ ଚେକିଂ ଆରମ୍ଭ ହୋଇଛି। ବାଇକ ଚଲାଇବା ସମୟରେ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ଶୁକ୍ରବାର ରାଜଧାନୀର ବିଭିନ୍ନ ସ୍ଥାନରେ…

ମହିଳା କଏଦୀ ବିକିବେ ଖାଦ୍ୟସାମଗ୍ରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଝାରପଡା ସ୍ବତନ୍ତ୍ର ଜେଲରେ ରହୁଥିବା ବିଚାରାଧୀନ ମହିଳା କଏଦୀମାନେ ବିଭିନ୍ନ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ହଳଦୀ, ଅଟା, ବେସନ ଓ ମୁଢ଼ି ଆଦି ସାମଗ୍ରୀ ତିଆରି କରୁଛନ୍ତି। ଏହାର ବିକ୍ରି ନିମନ୍ତେ ଜେଲ ବାହାରେ କାରାଗାର ଶିଳ୍ପ…

ସମ୍ବଲପୁରରେ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ହେବ ଶିକ୍ଷାର ହବ୍‌’

ସମ୍ବଲପୁର,୨।୧ (ବ୍ୟୁରୋ)- ବୁର୍ଲା ନିକଟ ବସନ୍ତପୁରରେ ସମ୍ବଲପୁର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ନିର୍ମାଣର ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ…

ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଫୁଟ୍‌ ତଳକୁ ଖସିଲା ଗାଡ଼ି

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବ୍ୟକାମ ମହାନ୍ତିଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟରେ ଶନିବାର ସକାଳେ ହୋଇଥିବା ଏହି ଦୁର୍ଘଟଣାରେ…

ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର,୨।୧(ବ୍ୟୁରୋ): ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ପୁରୀ ଧାମରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ…

ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,୨ା୧(ଡି.ଏନ.ଏ)-ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିକାଶ ମଞ୍ଚ ପକ୍ଷରୁ ସକାଳେ ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ,…

ପେଟ ଚିନ୍ତାରେ କୁମ୍ଭକାର ପରିବାର

ଖଇରା, ୨।୧: କାହାର ଅଷ୍ଟପ୍ରହର ନାମଯଜ୍ଞ ହେଉ କି ବିବାହ ବ୍ରତ ଭଳି ଶୁଭକର୍ମ ହେଉ ଏଭଳି ସମୟରେ ଦରକାର ପଡେ ମାଟି ପାତ୍ର। ବୈଶାଖ ମାସ ଆରମ୍ଭ ନ ହେଉଣୁ ଥଣ୍ଡା ପାଣି ପାଇଁ ଖୋଜାପଡେ ସୁରେଇ। ଏହି ମାଟି…

ଅନ୍‌ଲାଇନରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କେନ୍ଦୁଝର,୨।୧(ସ୍ବ.ପ୍ର.)-ପ୍ରତ୍ୟେକ ବର୍ଷ ଆରମ୍ଭରେ ମା’ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼ ଜମେ। ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ନବବର୍ଷ କିପରି ଭଲରେ କଟିବ ଓ ସମସ୍ତଙ୍କର ମଙ୍ଗଳ ହେବ ସେ ଆଶିଷ ନେଇ ଫେରିଥାନ୍ତି।…

‘ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ନାହିଁ’

ଭୁବନେଶ୍ୱର, ୧।୧(ବ୍ୟୁରୋ)- ଓଡ଼ିଶା ଆସିଥିବା ବ୍ରିଟେନ ଫେରନ୍ତାଙ୍କଠାରେ ଏଯାଏ କରୋନାର ନୂଆ ଷ୍ଟ୍ରେନ୍‌ ଠାବ ହୋଇନାହିଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri