Posted inରାଜ୍ୟ

‘ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ନାହିଁ’

ଭୁବନେଶ୍ୱର, ୧।୧(ବ୍ୟୁରୋ)- ଓଡ଼ିଶା ଆସିଥିବା ବ୍ରିଟେନ ଫେରନ୍ତାଙ୍କଠାରେ ଏଯାଏ କରୋନାର ନୂଆ ଷ୍ଟ୍ରେନ୍‌ ଠାବ ହୋଇନାହିଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟକୁ ଆସିଥିବା ସମସ୍ତ ବ୍ରିଟେନ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ନମୁନା ପରୀକ୍ଷା ହୋଇଛି। ଯେଉଁମାନଙ୍କର କରୋନା ପଜିଟିଭ୍‌ ବାହାରିଛି ସେମାନଙ୍କଠାରେ ନୂଆ ଷ୍ଟ୍ରେନ୍‌ ଅଛି କି ନାହିଁ ତାହାର ପରୀକ୍ଷା ପାଇଁ ନମୁନାକୁ ପୁଣେ ପଠାଯାଇଥିଲା। ଇତିମଧ୍ୟରେ ସେଠାରୁ କେତେଜଣଙ୍କ ରିପୋର୍ଟ ଆସିଛି। ସେଥିରୁ କେହି ବି ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇ ନାହାନ୍ତି। ତେବେ ଅନ୍ୟ କେତେକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି।
ଅପରପକ୍ଷେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୪୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ ଜିଲାରୁ ଆଦୌ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚତ୍ଛି। ସେହିପରି ଆଉ ୩ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୭୬କୁ ଛୁଇଁଛି। ଏପଟେ ଆଉ ୩୦୧ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ମୋଟ ଆରୋଗ୍ୟ ସଂଖ୍ୟା ୩,୨୫,୭୩୩କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ପ୍ରତି ଧ୍ୟାନ ନାହିଁ

ଭୁବନେଶ୍ୱର,୧୦। ୧୦(ବ୍ୟୁରୋ): ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ତଥା ଗ୍ୟାସ ଫିଲିଂ ଷ୍ଟେଶନଗୁଡ଼ିକର ସୁରକ୍ଷା ପ୍ରତି ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ଗୁରୁତ୍ୱ ଦେଉନାହିଁ।...

ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ

ସୁନ୍ଦରଗଡ଼,୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକ...

ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲଭ୍‌ଲୀ ପ୍ରଥମ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଜାତୀୟ ସ୍ତରର ପତ୍ରିକା କମ୍ପିଟିଶନ୍‌ ସକ୍‌ସେସ୍‌ ରିଭିୟୁ ପକ୍ଷରୁ ଗତ ମାର୍ଚ୍ଚରେ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ଝିଅ...

ରାଜ୍ୟରୁ ସୁସ୍ଥ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ ୭୯ ହଜାର୦୫୨ଜଣ ଆକ୍ରାନ୍ତ...

ରାଜ୍ୟରେ ପୁଣି ୩୮୬ କରୋନା ପଜିଟିଭ ଚିହ୍ନଟ: ୫ ମୃତ

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୩୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ...

ଅସହ୍ୟ ହେଲା ଋଣ ବୋଝ, ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର ଅଫିସ,୨୩।୭-ଋଣ ବୋଝ ସହି ନ ପାରି ବାଲେଶ୍ୱର ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଚାଷୀ ସୁମନ୍ତ ବେହେରା (୪୬) ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା...

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, ୨୪।୪ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଶନିବାର ଅଭିଭାବକମାନେ ମୁଖ୍ୟ ଫାଟକରେ...

Advertisement
Archives

Model This Week