ରାଜସ୍ବ ଆଦାୟ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର,୧୭।୪(ବ୍ୟୁରୋ): କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ସଂଗ୍ରହରେ ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୧୯-୨୦ ତୁଳନାରେ ୨୦ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି। ୨୦୨୦-୨୧ରେ ରାଜସ୍ବ ଆଦାୟ ୫୬,୩୬୩ କୋଟି ଟଙ୍କା ହୋଇଛି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ…
ଧାମରାରେ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ
ଭୁବନେଶ୍ୱର,୧୭।୪: କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର (ଧାମରା) କାଣୀନାଳିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଆରଓ-ପ୍ୟାକ୍ସ (ରୋଲ-ଅନ୍ ଓ ରୋଲ୍ ଅଫ ଯାତ୍ରୀବାହୀ) ଜେଟି ପ୍ରକଳ୍ପ ସହ ଉକ୍ତ ଅଞ୍ଚଳର ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ…
ନାଲ୍କୋକୁ ଉତ୍କଳ-ଇ କୋଇଲା ବ୍ଲକ ଲିଜ୍
ଭୁବନେଶ୍ୱର,୧୭।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)କୁ ଓଡ଼ିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଲିଜ୍ ମଞ୍ଜୁର କରିଛନ୍ତି। ଏ ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧୨ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍କଳ- ଇ…
ପୁଅ ପଛେ ପଛେ ଚାଲିଗଲେ ମା’
ଭୁବନେଶ୍ୱର,୧୭।୪(ବ୍ୟୁରୋ): କଂଗ୍ରେସର ପିପିଲି ପାର୍ଥୀ ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣିଙ୍କ ଶନିବାର ପରଲୋକ ଘଟିଛି। ପୁଅ ଆଖିବୁଜିବାର ୪ ଦିନ ପରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କ୍ଷେତ୍ରମଣିଙ୍କ ହୃଦଘାତ…
ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୪ ଜୀବନ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜ୍ୟରେ କରୋନାଜନିତ ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ…
ରାଜ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ: ସର୍ବାଧିକ ସୁନ୍ଦରଗଡ଼, ଖୋର୍ଦ୍ଧାରୁ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…
ମେଶିନରେ ଏମ୍ଜିଏନ୍ଆର୍ଇଜିଏସ୍ କାମ: ତଦନ୍ତ ଆରମ୍ଭ କଲେ ଅଧିକାରୀ
ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ଜେସିବି ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଟୁଇଟର ମାଧ୍ୟମରେ ଅଭିଯୋଗ ପରେ ଏମ୍ଜିଏନ୍ଆର୍ଇଜିଏସ୍ ୱେବସାଇଟ୍ରୁ ଉକ୍ତ କାର୍ଯ୍ୟ ସମ୍ପର୍କିତ ତଥ୍ୟ ଡିଲିଟ୍…
ପଦ ହରାଇଲେ ଦୈସିଂ ସରପଞ୍ଚ
ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ସରପଞ୍ଚ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଦ ହରାଇଛନ୍ତି। ଜିଲା ଜଜ୍ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଭଦ୍ରକ ବିଡିଓ ତୁରନ୍ତ ସରପଞ୍ଚ ପଦ…
ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ
ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍ ଆସୋସିଏଶନ ଅଫିସ୍ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ ଅନ୍ୟ ଆଇନଜୀବୀମାନ ୨ ଆକ୍ରମଣକାରୀଙ୍କୁ କାବୁ କରି ସହଦେବଖୁଣ୍ଟା ମଡେଲ ଥାନାକୁ ହସ୍ତାନ୍ତର କରିଛନ୍ତି।…
ଗରା ବାଲ୍ଟି ଧରି ରାସ୍ତା ଅବରୋଧ କଲେ ମହିଳା
ଉଦଳା,୧୭ା୪(ଡି.ଏନ.ଏ.)- ଜଳକଷ୍ଟ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶାଳମୁଣ୍ଡଳି ଗ୍ରାମର ଶତାଧିକ ମହିଳା ଗରା ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଗ୍ରାମର ୮୦ରୁ ଅଧିକ ପରିବାର ଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି।…
ରୋଜଗାର ବାଟ ଦେଖାଇଛି ପିଜୁଳିଚାଷ
ଚିତ୍ରଡ଼ା,୧୭।୪(ଡି.ଏନ.ଏ.)- ଦିନେ ଯେଉଁଠି ଦୂବ କଅଁଳୁ ନ ଥିଲା ଏବେ ସେହି ଚାଷ ଜମି ହସୁଛି। ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ପିଜୁଳି ଚାଷ କରି ଉଦାହରଣ ସାଜିଛନ୍ତି ୪୦ ଚାଷୀ। ପ୍ରାୟ ୫୦ ଏକର ଡାହି ପଡ଼ିଆ ଜମିରେ ଉନ୍ନତମାନର ପିଜୁଳି…
କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ
ଢେଙ୍କାନାଳ ଅଫିସ, ୧୭।୪ ଭୟଙ୍କର ରୂପ ନେଇ ବାହୁଡ଼ିଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଦ୍ୱିତୀୟ ଲହରିର ମୁକାବିଲା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି ଜାରି କରାଯାଇଛି ବିଭିନ୍ନ କଟକଣା। ଏହି ପରିପ୍ରେକ୍ଷୀରେ…
Archives


