ଶିବାଶିଷ ରାଉତ ଓଡ଼ିଶା ଟପ୍ପର
ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବାବେଳେ ୪୩,୨୦୪ଜଣ ପାସ୍ କରିଛନ୍ତି। କମନ୍ ର଼୍ୟାଙ୍କ୍ ଲିଷ୍ଟ (ସିଆର୍ଏଲ୍)ରେ ଚିରାଗ ଫାଲୋର...
ଏମ୍ଏସ୍ପି ଚାଷୀଙ୍କ ଆଇନଗତ ଅଧିକାର: ନରସିଂହ
ଭୁବନେଶ୍ୱର,୬।୧୦(ବ୍ୟୁରୋ): କୃଷି ଆଇନକୁ ନେଇ ଭାଜପା ଓ ବିଜେଡିକୁ ସମାନଭାବେ ସମାଲୋଚନା କରିଛି କଂଗ୍ରେସ। ବିଧାନସଭାରେ କୃଷି ଆଇନକୁ ଦୃଢ଼ ବିରୋଧ କରି ଭାଜପା ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। କୃଷି ଓ କୃଷକଙ୍କ ସମସ୍ୟା...
ଖଣି ଦୁର୍ନୀତି: ଘେରିଲେ ବିରୋଧୀ
ଭୁବନେଶ୍ୱର,୬।୧୦(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ ଓ ଅଫିସର ଲକ୍ଷେ କୋଟି ଟଙ୍କା ଲୁଟି ନେଇଛନ୍ତି। ସରକାର ଜାଣିଶୁଣି କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। କରୋନା ମହାମାରୀ ବେଳେ ରାଜ୍ୟର...
ସାହା ହେଲା ମା’ ହାତୀ
ଢେଙ୍କାନାଳ ଅଫିସ,୬ା୧୦ ଗଁ। ପାଖ ଦେଇ ଜଙ୍ଗଲକୁ ଯିବାବେଳେ ଏକ କଂକ୍ରିଟ୍ ନାଳ ମଧ୍ୟରେ ଖସି ପଡ଼ିଥିଲା ଛୁଆ ହାତୀ। ଦଳରେ ଥିବା ସାଥୀମାନେ ଆଗକୁ ବଢ଼ିଯାଇଥିଲେ ବି ନିଜ ଛୁଆ ପାଇଁ ଅଟକି ଯାଇଥିଲା ମା’। ଅଣଓସାରିଆ ନାଳ...
ଏନ୍ଏସି ହେଲେ ଜଳନ୍ତା ବିକାଶ ବତି
ବଇଣ୍ଡା,୬ା୧୦(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ ୨୨ ବର୍ଷ ହେଲା ଦାବି କରାଯାଇ ଆସୁଥିଲେ ମଧ୍ୟ ଏ ଦିଗରେ ସରକାର...
ଶ୍ରମ କାର୍ଡ କରାଇବା ନାଁରେ ଅର୍ଥ ଶୋଷଣ
ବଲାଙ୍ଗୀର ଅଫିସ, ୬ା୧୦ ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକଙ୍କ ଶୋଷଣ ଓ ନିର୍ଯାତନା ନୂଆକଥା ନୁହେଁ ା ଏବେ ଦାଦନ ଶ୍ରମିକଙ୍କୁ ଶ୍ରମକାର୍ଡ କରାଇଦେବା ନାଁରେ କେତେକ ମଧ୍ୟସ୍ଥ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ବେଲପଡା ବ୍ଳକ ଧୁମାଭଟା...
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାଓ୍ବାର ପ୍ଲାଣ୍ଟ
ଆନନ୍ଦପୁର,୬।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସିଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି ପାଇବାକୁ ଯାଉଛି। ଶୀତ ଦିନେ ଏହା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେବା...
ବନ୍ଧୁକ ଦେଖାଇ ନେଇଗଲେ ୬.୬୮ ଲକ୍ଷ
ଜଟଣୀ,୫ା୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ମ୍ୟୁନିସିପାଲିଟି ଅଫିସ ରାସ୍ତାରେ ସୋମବାର ୩ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ୬୮ହଜାର ୨୭ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଟଣୀ ପୋଲିସ ୨...
କରୋନାରେ ସିଏମ୍ସି ଅଧିକାରୀଙ୍କ ମୃତ୍ୟୁ
କଟକ ଅଫିସ, ୫।୧୦-କଟକ ମହାନଗର ନିଗମ (ସିଏମ୍ସି) ପରିସଂଖ୍ୟାନ ଅଧିକାରୀ ବିଶ୍ୱନାଥ ଲେଙ୍କା(୪୯)ଙ୍କ କରୋନାରେ ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ବିଶ୍ୱନାଥ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହୋମ୍...
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୯୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୫।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୮୬, ବାଲେଶ୍ୱରରୁ ୩୩୬, ନୂଆପଡାରୁ ୨୦୯, ଅନୁଗୋଳରୁ ୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି...
ଘରେ ଥିବା କୋଭିଡ-୧୯ ରୋଗୀଙ୍କୁ ଏହି ମେଡିସିନ ଖାଇବାକୁ ପରାମର୍ଶ
ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି। ଏପରି ସ୍ଥଳେ ସେହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାବିପିରାଭିର ଟାବଲେଟ...
କଟକ ସହରରୁ ୯୩ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୫।୧୦-କଟକ ସହରରୁ ସୋମବାର ମୋଟ ୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୪୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ...
Archives


