ଜଙ୍ଗଲ ସୁରକ୍ଷାରେ ମଦନ

ବନ୍ତ,୧୨।୨(ଡି.ଏନ.ଏ.)-ଆଧୁନିକ ଚାକଚକ୍ୟ ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି କାହାରି ନିଘା ନାହିଁ। କଳ କାରଖାନା ଗଢ଼ିବା ପାଇଁ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ଶିକ୍ଷିତ ସମାଜ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଜଣେ ଅପାଠୁଆ ଅଭାବୀ ମଣିଷ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ସଚେତନ ବୋଲାଉଥିବା ଲୋକେ ଅବାଧରେ ଗଛ କାଟି ଚାଲିଥିବା ବେେଳେ ସେ ତାଙ୍କ ଗାଁ ମୁଣ୍ଡରେ ଥିବା ଏକ ଛୋଟିଆ ଜଙ୍ଗଲକୁ ଜଗି ରହିଛନ୍ତି। କୌଣସି ଲୋକଙ୍କୁ ସେହି ଜଙ୍ଗଲରୁ ଗଛ କାଟିବାକୁ ଦିଅନ୍ତି ନାହିଁ। ଏମିତି ଏକ ନିଆରା ଭାବନାର ମଣିଷ ହେଉଛନ୍ତି ମଦନ ମୋହନ ଦାସ ା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତର ନିମଗଢ଼ିଆ (ଜିରିଣା) ଗ୍ରାମରେ ତାଙ୍କ ଘର।
ଗାଁର ପଶ୍ଚିମରେ ଥିବା ଏକ ଛୋଟିଆ ଜଙ୍ଗଲର ସେବା ଯନତ୍ ନେବା ସହିତ ଦୀର୍ଘ ୨୦ ବର୍ଷ ଧରି ଏହାକୁ ସୁରକ୍ଷା ଦେଇ ଆସୁଛନ୍ତି ା ପରିବେଶ ସୁସ୍ଥ ରଖିବାକୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସେ। ତାଙ୍କର ଏହି ଛୋଟ ଜଙ୍ଗଲରେ କୋରେଇ, କଣ୍ଟାକସି, ଶିମିଳି, ଅର୍ଜୁନ, ଲୁଣିକୋଳି ଓ ପଳାସ ଆଦି ବିଭିନ୍ନ ପ୍ରକାରର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗଛ ରହିଛି। ଆଗରୁ କିଛି ଗଛ ଥିବା ବେଳେ ସେ ପ୍ରତି ବର୍ଷ ବୃକ୍ଷରୋପଣ କରୁଛନ୍ତି। ମାତ୍ର ୧୨ ଗୁଣ୍ଠ ଜମି ତାଙ୍କର ନିଜସ୍ବ ସମ୍ବଳ ହୋଇଥିବା ବେଳେ ପରଘରେ ମୂଲ ମଜୁରୀ ଲାଗି ପରିବାର ଚଳାଇଥାନ୍ତି। ଏତେ ଅସୁବିଧାରେ ଥାଇ ମଧ୍ୟ ସମାଜର ମଙ୍ଗଳ ପାଇଁ ତାଙ୍କର ଏହି ସୁନ୍ଦର ଚିନ୍ତାଧାରାକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ। ମଦନ କୁହନ୍ତି ବର୍ତ୍ତମାନ ନୂତନ ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଲୋକେ ଅବାଧରେ ଗଛ କାଟି ଚାଲିଛନ୍ତି। ପ୍ରଚଣ୍ଡ ଖରାରେ ବିଶ୍ରାମ ନେବା ପାଇଁ ମନୁଷ୍ୟ ଓ ପଶୁପକ୍ଷୀ ଛାଇ ଟିକିଏ ପାଉନାହାନ୍ତି। ଏଥିପାଇଁ ମୁଁ ଏ ଜଙ୍ଗଲକୁ ଜଗିବା ସହିତ ଗଛଗୁଡ଼ିକର ଯନତ୍ ନେଉଛି। ଏହି ଜଙ୍ଗଲରେ ବନଦେବୀଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଛି। ପ୍ରତିବର୍ଷ ମାଘ ସପ୍ତମୀରେ ଗାଁର ଯୁବକମାନଙ୍କ ସହାୟତାରେ ବନ ଦେବୀଙ୍କ ପୂଜା ଧୁମ୍‌ଧାମ୍‌ରେ କରାଯାଏ। ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗର କୌଣସି ଅଧିକାରୀଙ୍କର ଏହି ଜଙ୍ଗଲ ପ୍ରତି ଦୃଷ୍ଟି ପଡ଼ିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri