ନୂଆ ରୂପ ପାଇବ ତାଳସାରୀ-ଉଦୟପୁର ବେଳାଭୂମି

ଭୋଗରାଇ, ୧୨।୨(ଡି.ଏନ.ଏ.)-ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସରେ ୩୬କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ତାଳସାରୀ ହେଲିପ୍ୟାଡ୍‌ ପଡ଼ିଆରେ ଭୋଗରାଇ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅନନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ସ୍ଥଳୀକୁ ଭାରତର ଟପ୍‌ ଥ୍ରୀ ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ସରକାର ପ୍ରୟାସ କରୁଛନ୍ତି। ଉଦୟପୁର-ତାଳସାରୀ-ଚନ୍ଦନେଶ୍ୱର ପର୍ଯ୍ୟଟନସ୍ଥଳୀ ରାସ୍ତା ଓ ସମୁଦ୍ରକୂଳରେ ୭କୋଟି ୧୦ଲକ୍ଷ ଟଙ୍କାର ହାଇମାଷ୍ଟ ଲାଇଟ୍‌ ଲଗାଯାଇ ଅଧିକ ଆକର୍ଷଣ କରାଯିବା ସହିତ ୨୯କୋଟି ଟଙ୍କାର ବ୍ୟୟରେ ସମୁଦ୍ରତଟର ବିକାଶ ହେବ। ଏଥିନିମନ୍ତେ ସମସ୍ତଙ୍କର ସହଭାଗିତା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସମୁଦ୍ର କୂଳକୁ ସ୍ବଚ୍ଛ, ସତେଜ ଓ ସବୁଜ କରିବାକୁ ମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଚେୟାରମ୍ୟାନ୍‌ ମଞ୍ଜୁରାଣୀ ବେହେରାଙ୍କ ସମେତ ଜିଲାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରଥରେ ସାମାନ୍ୟ ଫାଟ, ଚାଲିଛି ମରାମତି

ପୁରୀ ଅଫିସ,୧୫ା୭: ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ଼। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ତିନିରଥର ଯାଞ୍ଚ ହୋଇଛି। ଶ୍ରୀଗୁଣ୍ଡିଚା...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୪୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

‘ବାଲେଶ୍ୱର ପୌରପାଳିକା କର୍ପୋରେଶନ ମାନ୍ୟତାରୁ ବଞ୍ଚିତ’

ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜନସାଧାରଣଙ୍କ ବହୁଦିନର ଦାବି ବାଲେଶ୍ୱର ପୌରପାଳିକାକୁ କର୍ପୋରେଶନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଲେଶ୍ୱର ପୂର୍ବତନ...

ଅମ୍ଫନ ସମୟରେ ଜନ୍ମିତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଓଡ଼ିଶାର ଅଗ୍ନିଶମ ବାହିନୀର ଉତ୍ସର୍ଗୀକୃତ ତଥା ମାନବୀୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ

ପୁରୀ ଅଫିସ,୫।୭:ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା। ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ...

ଭତା, ପୋରଛାହନ୍‌ରୁ ବଁଚିତ୍‌ ଗଣ୍ଡାବଜା କଳାକାର: ବିପଦ୍‌ରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି

  ଲାଠୋର, ୨୮ା୧୨ (ଡି.ଏନ୍‌.ଏ.)- ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍‌ ପ୍ରାଚୀନ। ସେନ୍‌ତା ଇଠାନର ଜାନିଯାତ୍‌ରା, ପରବ୍‌, ଉଛବ୍‌, ବିହାବରୁ ସଂଗେ ଯୁଡ଼ି ହେଇରହିଛେ...

ଖୁବ୍‌ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ: ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି।...

କୋଲକାତା ପରେ ଭଦ୍ରକରେ ଚିନ୍ତା ବଢ଼ାଇଛନ୍ତି ସୁରଟ ଫେରନ୍ତା: ୧୯ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା,୩୨ ପଞ୍ଚାୟତ ସର୍ଭିଲାନ୍ସ ଜୋନ୍‌

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ଏହା ରେଡ୍‌ ଜୋନ୍‌ ତାଲିକାରେ ରହିଛି। ଏଥିମଧ୍ୟରୁ ପର୍ଯ୍ୟାୟକ୍ରମେ ଜିଲାର ମୋଟ...

Advertisement
Archives

Model This Week