ଗାଁ ସ୍ୱଚ୍ଛ, ସହର ଅସ୍ୱଚ୍ଛ

ଛେଣ୍ଡିପଦା,୧୨ା୨(ସ୍ବ.ପ୍ର.): ସ୍ବଚ୍ଛ ଭାରତ ଯୋଜନାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକକୁ ସଫଳତା ମିଳିଛି। ବ୍ଲକ ଅଞ୍ଚଳର ଗାଁଗୁଡ଼ିକ ବାହ୍ୟମଳମୁକ୍ତ ହୋଇପାରିଥିବା ଦାବି କରାଯାଉଛି। ଏଥିପାଇଁ ପ୍ରଶାସନ ପ୍ରଶଂସା ମଧ୍ୟ ସାଉଣ୍ଟିଛି। ହେଲେ ସହର କିପରି ସ୍ବଚ୍ଛ ହେବ ସେକଥା ବ୍ଲକ ପ୍ରଶାସନ ଭୁଲିଯାଇଥିବା ଅଭିଯୋଗ ହେଉଛି। ବିଳମ୍ବରେ ହେଲେ ବି ସଦରମହକୁମା ଡେଲି ମାର୍କେଟ୍‌ ପରିସରରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ଏହା ସମସ୍ୟାର ସମାଧାନ କରିପାରୁ ନାହିଁ। କାରଣ ବ୍ଲକ, ଓଏଲ୍‌ଏମ୍‌ ଅଫିସ, କୋର୍ଟ ଓ ବସ୍‌ଷ୍ଟାଣ୍ଡଠାରୁ ଏହି ଶୌଚାଳୟ ଦୂରରେ ଥିବାରୁ ବିଭିନ୍ନ କାର୍ଯ୍ୟରେ ସରକାରୀ କାର୍ଯ୍ୟାଳୟ ଆସୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସାଧାରଣ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚ ପାଇଁ ସେମାନଙ୍କୁ ନିକଟସ୍ଥ ଖୋଲା ପଡ଼ିଆକୁ ଯିବାକୁ ପଡ଼ୁଛି। ଏହାଦ୍ୱାରା ସେମାନଙ୍କ ସମ୍ମାନହାନି ହେଉଥିଲେ ବି ବ୍ଲକ ପ୍ରଶାସନର ଏଥିପ୍ରତି ଧ୍ୟାନ ଦେଉ ନ ଥିବରୁ ଅସନ୍ତୋଷ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି। ଛେଣ୍ଡିପଦାରେ ୨ଟି, ବାଗଡିଆରେ ଗୋଟିଏ, କୋଶଳାରେ ଗୋଟିଏ, ପାତ୍ରପଡା ବାୟାଣୀ ପୀଠରେ ଗୋଟିଏ ଏବଂ ଜରପଡାଠାରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ତିଆରି କରାଯାଇଛି। କିନ୍ତୁ ଛେଣ୍ଡିପଦା ବ୍ଲକ ପରିସର, ରାଜୀବ ଭବନ, ବସ୍‌ଷ୍ଟାଣ୍ଡ ଓ କୋର୍ଟ ନିକଟରେ ଗୋଟିଏ ହେଲେ ବି ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ଫଳରେ ବ୍ଲକ କାର୍ଯ୍ୟାଳୟ ଓ ଜୀବିକା ମିଶନ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଆସୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନଓ୍ବାଡି କର୍ମୀ, ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳା ଜନପ୍ରତିନିଧିମାନେ ସଭାଘର ଶୌଚାଳୟ ବ୍ୟବହାର କରୁଥିବା ବେଳେ ଅନ୍ୟମାନେ ବ୍ଲକ କାର୍ଯ୍ୟାଳୟଠାରୁ ଏକ କିଲୋମିଟର ଦୂରରେ ଥିବା ନରେନ୍ଦ୍ର ପୋଖରୀ ନିକଟକୁ ଶୌଚ ହେବା ପାଇଁ ଯାଉଛନ୍ତି। ସେହିପରି ଜୀବିକା ମିଶନ କାର୍ଯ୍ୟାଳୟ ଓ ଜେଏମ୍‌ଏଫ୍‌ସି କୋର୍ଟକୁ ଆସୁଥିବା ମହିଳାମାନେ ନିକଟରେ ଥିବା ପଡିଆରେ ଖୋଲାରେ ଶୌଚ ହେଉଛନ୍ତି। ବର୍ଷ ବର୍ଷ ଧରି ଏପରି ସମସ୍ୟା ମା’ମାନଙ୍କ ସମ୍ମାନହାନି କରୁଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, ରାଜୀବ ଭବନ ନିକଟରେ ଶୌଚାଳୟ ନିର୍ମାଣ ପାଇଁ ଜୋରଦାର ଦାବି ହେଉଛି।

ମହିଳାମାନେ ସମସ୍ୟାରେ ପଡ଼ୁଛନ୍ତି
ଛେଣ୍ଡିପଦା ବ୍ଲକ ଅଫିସ ପରିସରରେ ମହିଳା ଜନପ୍ରତିନିଧିମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ। ଫଳରେ ଦୈନିକ ଆସୁଥିବା ମହିଳା ପ୍ରତିନିଧିମାନେ ମିଟିଂ ହଲ ଭିତରେ ଥିବା ଶୌଚାଳୟକୁ ଶୌଚ ପାଇଁ ଯାଉଛନ୍ତି। ତେବେ ଜନପ୍ରତିନିଧିମାନଙ୍କ ବ୍ୟତୀତ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ ଓ ମହିଳାମାନେ ଏ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ସରୋଜିନୀ ବେହେରା, ସରପଞ୍ଚ, ଛେଣ୍ଡିପଦା
ଖୋଲା ପଡ଼ିଆରେ ଶୌଚ ହେଉଛୁ
ଛେଣ୍ଡିପଦା ଓଏଲ୍‌ଏମ୍‌ ଅଫିସକୁ ବ୍ଲକରେ ଥିବା ୩୪ ପଞ୍ଚାୟତର ସିଆର୍‌ପି, ଏମ୍‌ବିକେ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ କାମ ସହ ଟ୍ରେନିଂ ପାଇଁ ଆସୁଛନ୍ତି। ଏହି ଅଫିସ ପରିସରରେ ଶୌଚାଳୟ ନ ଥିବାରୁ ମହିଳାମାନେ ତହସିଲ ପଡିଆରେ ଖୋଲାରେ ଶୌଚ ହେଉଛନ୍ତି। ତେଣୁ ଏଠାରେ ଏକ ଶୌଚାଳୟ ନିର୍ମାଣ ହେଲେ ସମସ୍ତଙ୍କ ପାଇଁ ସୁବିଧା ହୋଇପାରନ୍ତା।
-ସୁଜାତା ବେହେରା, ପଞ୍ଚାୟତସ୍ତରୀୟ ମହାସଂଘ ସମ୍ପାଦିକା
ଅସମ୍ମାନ କରୁଛି ପ୍ରଶାସନ
ଶୌଚାଳୟ ସୁବିଧା ନ ଥିବାରୁ ମହିଳା ଜନପ୍ରତିନିଧି, ଗୋଷ୍ଠୀ ସଦସ୍ୟାମାନେ ଅସୁବିଧାର ସମ୍ମୁଖୀନ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ମା’ମାନଙ୍କୁ ସମ୍ମାନ ପରିବର୍ତ୍ତେ ପ୍ରଶାସନ ଅପମାନିତ କରୁଛି। ଯଥାଶୀଘ୍ର ଓଏଲ୍‌ଏମ୍‌ ଅଫିସ, ବ୍ଲକ କାର୍ଯ୍ୟାଳୟ ଏବଂ କୋର୍ଟ ନିକଟରେ ମହିଳାମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କଲେ ସେମାନେ ଉପକୃତ ହୋଇପାରନ୍ତେ।
-ପଦ୍ମଚରଣ ମାଝି, ସଭାପତି, ଛେଣ୍ଡିପଦା ବାର୍‌ ଆସୋସିଏଶନ
ସମସ୍ୟା ଶୀଘ୍ର ଦୂରହେବ
ଛେଣ୍ଡିପଦା ବ୍ଲକ ଭିତରେ ଗୋଟିଏ, କୋର୍ଟ ଏବଂ ଓଏଲ୍‌ଏମ୍‌ ଅଫିସ ମଝିରେ ଆଉ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖାଯାଇଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କିପରି କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ମା’ମାନଙ୍କ ସମସ୍ୟା ଶୀଘ୍ର ଦୂର ହୋଇପାରିବ।
-ବିଶ୍ୱନାଥ ସାହୁ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri