୧୫ରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି

କଟକ ଅଫିସ,୧୨।୨: ଆସନ୍ତା ୧୫ ତାରିଖରୁ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କରୋନା ମହାମାରୀ ଯୋଗୁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ ହେଉଥିଲା। ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଗୁରୁବାର ଏସ୍‌ଓପି ଜାରି କରାଯାଇଛି। କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବାକୁ ଥିଲେ ମଧ୍ୟ ଭର୍ଚୁଆଲ ଶୁଣାଣିକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇନାହିଁ। ଜଣେ ଆଇନଜୀବୀ ଯଦି ଭର୍ଚୁଆଲ୍‌ ମାଧ୍ୟମରେ ଶୁଣାଣି ଚାହିଁବେ, ତେବେ ସେ ଏହି ବ୍ୟବସ୍ଥା ଜରିଆରେ ଭାଗ ନେଇପାରିବେ ବୋଲି ଏସ୍‌ଓପିରେ ସ୍ପଷ୍ଟ କରାଯାଇଛି। କିନ୍ତୁ ସିଧାସଳଖ ଶୁଣାଣିବେଳେ କୋର୍ଟ ରୁମ୍‌ରେ ୫ଜଣ ଆଇନଜୀବୀଙ୍କୁ ଏକକାଳୀନ ଉପସ୍ଥିତ ରହିବାକୁ ଅନୁମତି ମିଳିବ। ଯଦି କେହି ଆଇନଜୀବୀ ଉପାନ୍ତ ଅଞ୍ଚଳରୁ ଭର୍ଚୁଆଲ୍‌ ମୋଡ୍‌ରେ ମାମଲା ପରିଚାଳନା କରିବାକୁ ଚାହୁଁଥାଆନ୍ତି, ଏହାପୂର୍ବରୁ ତାଙ୍କୁ କୋର୍ଟ ମାଷ୍ଟରଙ୍କ ନିକଟକୁ ତାଙ୍କ ନାମ, କେସ୍‌ ନମ୍ବର, କେସ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଜଣାଇବାକୁ ପଡ଼ିବ। ଆଇନଜୀବୀ, କ୍ଲର୍କ, କୌଣସି ପକ୍ଷ, ହାଇକୋର୍ଟ ବାର୍‌ ଆସୋସିଏଶନ୍‌ କିମ୍ବା ଆଇନଜୀବୀ ପରିଷଦ ଦ୍ୱାରା ଦିଆଯାଇଥିବା ପାସ୍‌ ଦେଖାଇ କୋର୍ଟକୁ ପ୍ରବେଶ କରିପାରିବେ। ବରିଷ୍ଠ ଆଇନଜୀବୀଙ୍କ ସାଥିରେ ଜଣେ ସହକାରୀ ଆଇନଜୀବୀ କୋର୍ଟକୁ ଯାଇପାରିବେ। ଯଦି ଅଧିକ ଡକ୍ୟୁମେଣ୍ଟ ଥାଏ, ତା’ହେଲେ ଆଇନଜୀବୀ କ୍ଲର୍କର ସହାୟତା ନେଇପାରିବେ। ହେଲେ ସମ୍ପୃକ୍ତ କ୍ଲର୍କଙ୍କୁ ପ୍ରତୀକ୍ଷାଗୃହ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ପାଇଁ ଦାଦା-ଖୁଡ଼ୀଙ୍କୁ ହତ୍ୟା, କୁଅରେ ଫିଙ୍ଗିଲେ: ପୁତୁରା ଅଟକ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୬ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ପଞ୍ଚାୟତ କୁଟୁରାବେଡା ଗାଁରେ ପାରିବାରିକ ଜମି ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି । ଜମିଲାଗି...

ଜୀବନ ସଜାଡିଛି କଣ୍ଢେଇ

ବାରିପଦା ଅଫିସ,୩୦ା୧୨-ବିଶ୍ୱ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପରିସ୍ଥିତି। ଘରୁ କେହି ପଦାକୁ ବାହାରୁ ନ ଥିବା ବେଳେ ଜୀବନ ଜୀବିକା ହୋଇ ପଡ଼ିଥିଲା ବିପନ୍ନ।...

ଛେନାପଦୀ ରାସ୍ତାରେ ଜମୁଛି ପାଣି

ହାଟଡିହୀ, ୧୪ା୬ (ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀ ରାସ୍ତାରେ ଅସରାଏ ବର୍ଷା ହେଲେ ପାଣି ଜମୁଛି ା ବିଭିନ୍ନ...

ମହାପ୍ରଭୁଙ୍କ କରୁଣାରୁ କରୋନା ସଙ୍କଟ ଦୂର ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ” ପବିତ୍ର...

ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଧର୍ମଗୁରୁ

ଅନୁଗୋଳ ଅଫିସ୍‌/ତାଳଚେର, ୩ା୪ – ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ଠାରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁଙ୍କ ମଧ୍ୟରୁ ୫ଜଣ ମହିଳା ଓ ପୁରୁଷ ନିକଟରେ ଅନୁଗୋଳ...

୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ...

ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ...

ଶଟ୍‌ଡାଉନ୍‌ରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କଲେ ତହସିଲଦାର

ଗଞ୍ଜାମ,୨୦।୬(ଡି.ଏନ୍‌.ଏ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜାର ଯାଏ ଉନ୍ନତିକରଣ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ କରୋନା ପାଇଁ...

Advertisement


Archives

Model This Week