ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ ନେଇ ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାବେଳେ ‘ଷ୍ଟପ୍ କରୋନା’ ନାମକ ଔଷଧ…
ଘରେ ରହି ରଜ ପାଳନ କରନ୍ତୁ: ଏଡିଜି
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ ଓ ଶଟ୍ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି। ତେଣୁ ଜନସାଧାରଣ ବାହାରକୁ ନ ବାହାରି ନିଜ ଘରେ ରହି ରଜ ପାଳନ କରନ୍ତୁ…
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୨୨୭୮ଟି ହେଉଛି…
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏହି ଟ୍ରିବ୍ୟୁନାଲ ଗଠନ କରିଥିଲେ। ୩ ବର୍ଷ ଧାର୍ଯ୍ୟ ସମୟ…
ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି
ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ସହର ପରିବେଶ ପରିଷ୍କାର ପରିବର୍ତ୍ତେ ଅପରିଷ୍କାର ହେଉଥିବା ନେଇ ଆପତ୍ତି ଅଭିଯୋଗ…
ବିଦେଶରେ ମୟୂରଭଞ୍ଜ ଛତୁ
ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍ ଚାହିଦା ରହଛି। ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ୨୪ଶହରୁ ଊର୍ଦ୍ଧ୍ୱ ସ୍ବୟଂସହାୟିକା ଗୋଷ୍ଠୀ(ଏସଏଚ୍ଜି)ଙ୍କ…
କସିବଣୀ ଗାଁକୁ ଛୁଇଁନି କରୋନା
କୁଆମରା,୧୧।୬(ଡି.ଏନ.ଏ.)- ଦୁଇବର୍ଷ ହେଲା ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଆମରା ପଞ୍ଚାୟତ ଅନ୍ତର୍ଗତ କସିବଣୀ ଗଁାକୁ ଛୁଇଁ ପାରିନାହିଁ। ପ୍ରବାହିତ ନାଲୁହା ନଦୀର ଉପରମୁଣ୍ଡରେ ଅବସ୍ଥିତ ଏହି…
ଛେଚିବ ୩ ଦିନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶାକୁ ପ୍ରବେଶ କରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ, ଜିଲାକୁ ମୌସୁମୀ ସମ୍ପୂର୍ଣ୍ଣ ଏବଂ ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ…
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ: ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ
ଖଇରା,୧୦।୬- ପ୍ରେମ ନିବେଦନରେ ବିଫଳ ହେବାରୁ ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ ଯୁବକ। ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ…
ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର
ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଭଦ୍ରାସାହି…
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି। ଗୋରୁପଲ ବାରଖମା ଫାଣ୍ଡି ନିକଟରେ ଚରୁଥିବା ବେଳେ ବର୍ଷା ହେବାରୁ ଏକ ଗଛମୂଳକୁ ଆସି…
Archives


