ରାଜ୍ୟ

ପିପିଲି ଉପନିର୍ବାଚନ: ଅଧିକ ୭୫ ବୁଥ୍‌, କୋଭିଡ୍‌ କଟକଣାରେ ହେବ ନିର୍ବାଚନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ ମତଦାନ କେନ୍ଦ୍ରସଂଖ୍ୟା ବଢ଼ିବ। ପୂର୍ବରୁ ୨୭୧ଟି ବୁଥ୍‌ ଥିଲା। ଏବେ ଏହାକୁ ବୃଦ୍ଧି କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ଅତିରିକ୍ତ ଭାବେ ୭୫ଟି ସହାୟକ ବୁଥ୍‌ କରାଯାଉଛି ବୋଲି…

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛିି।…

ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍‌ କ୍ଲାସ୍‌, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ପଢ଼ିବେ ପୁରୁଣା ପାଠ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ। ୨ରୁ ୩ ମାସ ପର୍ଯ୍ୟନ୍ତ ପୁରୁଣା କ୍ଲାସର ପାଠ ରିଭିଜନ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ ଓ…

ଆଚରଣଗତ ପରିବର୍ତ୍ତନ ପାଇଁ ନିୟୋଜିତ ୨୧୬୮ ସ୍ବଚ୍ଛସାଥୀ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ସହରାଞ୍ଚଳରେ ପରିମଳ ପରିଚାଳନା ବିଶେଷକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମେନ୍ତ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ସହରରେ ଥିବା ପ୍ରତିଟି ଘରୁ, ଦୋକାନ ବଜାର, ଅନୁଷ୍ଠାନ,ପ୍ରତିଷ୍ଠାନ ଆଦିରୁ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ଅଲଗା ଅଲଗା ଭାବେ ସଂଗ୍ରହ ଉପରେ ଗୁରୁତ୍ୱ…

ଘର ଦଖଲକୁ କେନ୍ଦ୍ର କରି ତୁମୁଳକାଣ୍ଡ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ରେ ଏକ ଘର ଦଖଲକୁ କେନ୍ଦ୍ର କରି ମଙ୍ଗଳବାର ସନ୍ଧ୍ୟାରେ ତୁମୁଳକାଣ୍ଡ ଘଟିଛି। ଜଣେ ବିଧାୟକଙ୍କ ସମ୍ପର୍କୀୟ ଘର କିଣିବାପରେ ସେଠାରେ ରହୁଥିବା ଭଡ଼ାଟିଆ ଘର ଖାଲି ନ କରିବାରୁ ଉଭୟଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି…

୧୧ଜଣଙ୍କୁ ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ ସମ୍ମାନ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟକୁ ବିଧାୟକ ଦେବୀପ୍ରସାଦ ମିଶ୍ର ଉଦ୍‌ଘାଟନ କରିଥିଲେ। ପ୍ରଥମେ ତ୍ରିଧାରାର ଶିଳ୍ପୀମାନଙ୍କ ଦ୍ୱାରା ପଞ୍ଚଦେବ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ…

କଳିଙ୍ଗ ହର୍ବାଲ ମେଳା ଆରମ୍ଭ

ଭୁବନେଶ୍ୱର, ୧୭।୩ (ବ୍ୟୁରୋ): ଓଡ଼ିଶା ରାଜ୍ୟ ଓଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ମଙ୍ଗଳବାର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିିଆରେ ୧୩ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ହୋଇଛି। ଏହି ହର୍ବାଲ ମେଳାକୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗ…

ପୋଲିସକୁ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୭।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ଏକ ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା ମଙ୍ଗଳବାର କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ତଦନ୍ତ…

୧.୨୪ ଲକ୍ଷ ଲୋକଙ୍କର ଛାତଘର ନାହିଁ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରଞ୍ଚଳରେ ବାସଗୃହ ଯୋଗାଇ ଦେବାକୁ ଚଳିତ ବଜେଟରେ ୩୧୭.୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଭାଜପା ସଭ୍ୟ ମୋହନ ଚରଣ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ…

ଫେଲ୍‌ ମାରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ଧାନ ପ୍ରସଙ୍ଗ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା’ ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ନଚେତ୍‌ ବିଧାନସଭା ଚଳାଇ ଦିଆଯିବ…

ଗୋଏଲଙ୍କ ହସ୍ତକ୍ଷେପ ଲୋଡ଼ିଲେ ଓଡ଼ିଶା ଭାଜପା ଏମ୍‌ପି

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଓଡ଼ିଶାରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ନେଇ ରାଜ୍ୟର ଭାଜପା ଏମ୍‌ପିମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ରାଜ୍ୟରେ ଚାଷୀଙ୍କ କଲ୍ୟାଣକୁ…

ଯାଜପୁର ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଥର୍ମାଲ କଟିଂ ଏବଂ ୱେଲ୍‌ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ୬ମାସ ମଧ୍ୟରେ କାର୍ଯ୍ୟକାରୀ ହେବ। ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri