Posted inରାଜ୍ୟ

ଗୋଏଲଙ୍କ ହସ୍ତକ୍ଷେପ ଲୋଡ଼ିଲେ ଓଡ଼ିଶା ଭାଜପା ଏମ୍‌ପି

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଓଡ଼ିଶାରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ନେଇ ରାଜ୍ୟର ଭାଜପା ଏମ୍‌ପିମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ରାଜ୍ୟରେ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବିକ୍ରି ହୋଇ ନ ଥିବା ସମସ୍ତ ଧାନକୁ ରାଜ୍ୟ ସରକାର ଯେଭଳି ତୁରନ୍ତ କିଣିବେ ସେନେଇ ହସ୍ତକ୍ଷେପ କରନ୍ତୁ ବୋଲି ଭାଜପା ଏମ୍‌ପିମାନେ ଗୋଏଲଙ୍କୁ ଅନୁରୋଧ କରିଛନ୍ତି।
ସ୍ମାରକପତ୍ର ଜରିଆରେ ଭାଜପାର ଏମ୍‌ପିମାନେ ଦର୍ଶାଇଛନ୍ତି ଯେ, ଧାନକିଣା ନେଇ ଆନୁଷଙ୍ଗିକ ସମସ୍ୟା ରହିଛି। ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା, ଏମ୍‌ଏସ୍‌ପି ମୂଲ୍ୟ ଆଧାରରେ ସ୍ବଚ୍ଛ ଏବଂ ଶୀଘ୍ର ଧାନ କ୍ରୟ କରିବା ଦିଗରେ ସହଯୋଗ ଆବଶ୍ୟକ। ଏହି ସମସ୍ୟାର ସମାଧାନ ହେଲେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ଲକ୍ଷ୍ୟ ପୂରଣ ହୋଇପାରିବ। ସେହିପରି ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ଅନୁସନ୍ଧାନ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ ହେଉ ବୋଲି ଦାବି କରିଛନ୍ତି। ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଧାନ କ୍ରୟ ନେଇ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୧୪ ପରଠାରୁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଆଧାରରେ ଓଡ଼ିଶାର ଚାଷୀଙ୍କଠାରୁ ୩୭୦ ଲକ୍ଷ ମେଟ୍ରିକ୍‌ ଟନ୍‌(ଏଲ୍‌ଏମ୍‌ଟି) ଧାନ ୬୦ ହଜାର ୫୯୪ କୋଟି ଟଙ୍କା ମୂଲ୍ୟରେ କିଣିଛନ୍ତି। ପିଏମ୍‌-କିଷାନ ଯୋଜନାରେ ପ୍ରତି ୩ ମାସରେ ପ୍ରତ୍ୟେକ ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏ ହସ୍ତାନ୍ତର କରାଯାଇଛି। ଓଡ଼ିଶାର ସମସ୍ତ ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୩ ହଜାର ୨୭୪.୨୧ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ପିଏମ୍‌ ଫସଲ ବୀମା ଯୋଜନା ଅଧୀନରେ ୨୦.୯୪ ଲକ୍ଷ ବୀମାକୃତ ଚାଷୀଙ୍କୁ ଫସଲ ନଷ୍ଟ ଅଭିଯୋଗ ସ୍ବରୂପ ୪ ହଜାର ୪୨୪.୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶାସକ ଦଳ ଧାନ କ୍ରୟ ପାଇଁ କେନ୍ଦ୍ରର ଆର୍ଥତ୍କ ସହାୟତା ଗ୍ରହଣ କରି ନ ଥିବା ଭଳି ବିଭ୍ରାନ୍ତିକର ତଥ୍ୟ ଦେବା ସହ ପରିଚାଳନାରେ ନିଜର ବିଫଳତାକୁ ଲୁଚାଇବା ପାଇଁ ପ୍ରୟାସ କରୁଛି। ଓଡ଼ିଶାରେ ବ୍ୟାପକ ଫସଲ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅପାରଗତା, ପ୍ରଶାସନିକ ଅବ୍ୟବସ୍ଥା ଏବଂ ସରକାରୀ ଅଧିକାରୀଙ୍କ ଶାସନ କଳର ଅପବ୍ୟବହାର ଯୋଗୁ ରାଜ୍ୟରେ ଧାନକ୍ରୟରେ ବିଳମ୍ବ ହେବା ମୁଖ୍ୟ କାରଣ ହୋଇଛି। ଧାନ ସଂଗ୍ରହ କେନ୍ଦ୍ର (ପିପିସି) ପାଇଁ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ବଣ୍ଟାଯାଇଥିବା ଧାନ କିଣା ଟୋକନ ୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାର ସମୟ ସୀମା ରହିଥିଲା। ହେଲେ ଧାନ କିଣାରେ ବିଳମ୍ବ ଯୋଗୁ ସରକାରଙ୍କ ଏହି ଟୋକନ ବ୍ୟବସ୍ଥା ବିଫଳ ହୋଇଛି, ଯାହା ସରକାରଙ୍କ ପ୍ରଶାସନିକ ବିଫଳତାକୁ ଦର୍ଶାଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଗୋଏଲ ପ୍ରତିଶ୍ରୁତି ଦେଇଥିବା ଭାଜପା ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା,୩।୮( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

ଶ୍ରାବଣ ମାସର ପ୍ରଥମ ସୋମବାର; ଏହି ରାଶି ଉପରେ ରହିବ ମହାଦେବଙ୍କ କୃପା, ହେବ ଧନବର୍ଷା

ଶ୍ରାବଣ ମାସର ଏହି ପ୍ରଥମ ସୋମବାରରେ, ଚନ୍ଦ୍ର କୁମ୍ଭ ରାଶିରୁ ମୀନ ରାଶିକୁ ଗୋଚର କରିଛନ୍ତି । ମଙ୍ଗଳ ବୃଷ ରାଶିରୁ ମିଥୁନ ରାଶିକୁ ସ୍ଥାନାନ୍ତରିତ ହୋଇଛନ୍ତି…

ବୀମା ଟଙ୍କା ଲୋଭରେ ସ୍ତ୍ରୀ ଉପରେ ଗାଡ଼ି ଚଢାଇ ଦେଲେ ସ୍ବାମୀ

ହମ୍ମିରପୁର, ୩ା୮ (ଉତ୍ତର ପ୍ରଦେଶ): ୪୪ ଲକ୍ଷ ଟଙ୍କାର ବୀମା ରାଶି ହଡ଼ପ କରିବା ଲୋଭରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।…

ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୩ା୮: ଭୁବନେଶ୍ବରସ୍ଥିତ ପାତ୍ରପଡ଼ାରେ ଥିବା ସୂତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ସୂତା ଫ୍ୟାକ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri