ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛିି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ କ୍ୱାରାଣ୍ଟାଇନରୁ ରହିଥିବା ବେଳେ ୩୪ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୨ଜଣ ରହିଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୭, ବଲାଙ୍ଗୀରରୁ ୪, କଟକରୁ ୫, ଦେଓଗଡ଼ରୁ ୧, ଢେଙ୍କାନାଳରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୧୧, ନବରଙ୍ଗପୁରରୁ ୪, ନୂଆପଡ଼ାରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡ଼ରୁ ୭ ଏବଂ ଷ୍ଟେଟ ପୁଲରୁ ୨ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩୮୪୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୩୮ ଆକ୍ଟିଭ କେସ ରହିଥିବା ବେଳେ ୩୩୫୭୯୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନ ପାଇଁ ଲଢ଼େଇ

ବାରିପଦା ଅଫିସ,୧।୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକରେ ୩୨୨ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ବ୍ଲକ ଅଧୀନ ଦୁଇଟି ଜିଲାପରିଷଦ...

ସୁସ୍ଥ ହେଲେ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୩ : ଓଡ଼ିଶାରେ ରବିବାର ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୫,୬୬୦ରେ...

ବିଧାନସଭାରେ ଉପସ୍ଥାପିତ ହେଲା ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ)-ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟକୁ...

ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କୁ ବିବାହ କରିବେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ଫେବୃୟାରୀ ୨୬ରେ ବରମୁଣ୍ଡାଠାରେ ଥିବା ବିଜୁ...

୪.୭୯ କୁଇଣ୍ଟାଲ ଗଞ୍ଜେଇ, ୯.୭୭ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୩ା୯ (ବ୍ୟୁରୋ)/ ସୁବର୍ଣ୍ଣପୁର (ନି.ପ୍ର) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଉଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ଧରିଛି। ରବିବାର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା...

ଏ ବର୍ଷ ଭଲ ବର୍ଷିବ

ଭୁବନେଶ୍ୱର, (ବ୍ୟୁରୋ)/ ନୂଆଦିଲ୍ଲୀ, ୧୪ା୪: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ପ୍ରଶାନ୍ତ ମହାସାଗରରେ ଏଲ-ନିନ୍ୟୋର ପ୍ରଭାବ ନାହିଁ। ପାଗ ଅନୁକୂଳ ରହିବ।...

ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ

କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...

ଜ୍ବାଇଁଙ୍କୁ ପରଷାଗଲା ୭୫ ପ୍ରକାର ଖାଦ୍ୟ

ଗୋପ,୨୨।୧୨(ଡି.ଏନ୍‌.ଏ.): କଥାରେ ଅଛି ଓଡ଼ିଆ ଘରେ ଜ୍ବାଇଁର ସମ୍ମାନ ସବୁଠାରୁ ଉଚ୍ଚରେ। ଜ୍ବାଇଁ ଯେବେ ଘରକୁ ଅତିଥି ଭାବରେ ଆସିଥାଏ ସେତେବେଳେ ଶ୍ୱଶୁର ଘର ପକ୍ଷରୁ...

Advertisement
Archives

Model This Week