ଫେଲ୍‌ ମାରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ଧାନ ପ୍ରସଙ୍ଗ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା’ ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ନଚେତ୍‌ ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦ୍‌ରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ନ ଓହରିବାରୁ ଲଗାତର ୪ ଦିନ ଲାଗି ବିଧାନସଭା ଅଚଳ ହୋଇଛି। ଧାନ କିଣା ବ୍ୟବସ୍ଥାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଆକ୍ରମଣ ଜାରି ରଖିଥିବା ବେଳେ ବିଧାନସଭାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ କ୍ଷମା ମାଗନ୍ତୁ ଦାବିରେ ଶାସକ ବିଜେଡି ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରୁଛନ୍ତି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଧାନସଭା ରଣକ୍ଷେତ୍ର ପାଲଟି ଯାଉଛି। ଅଧା ମିନିଟ୍‌ କିମ୍ବା ଅତିବେଶିରେ ମିନିଟିଏ ଗୃହକାର୍ଯ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଚାଲି ଯାଉଛି। ବିରୋଧୀ ଓ ଶାସକ ଦଳ ସଭ୍ୟଙ୍କ ହଟ୍ଟଗୋଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି। ଗୃହକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍‌ ମାରିଛି। ବିନା ନିଷ୍କର୍ଷରେ ଦୀର୍ଘ ଆଲୋଚନା ଶେଷ ହୋଇଛି।
ମଙ୍ଗଳବାର ବିଧାନସଭାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଭା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ଧାନ ସମସ୍ୟାକୁ ନେଇ ଗୃହର ମଧ୍ୟଭାଗକୁ ଧସେଇ ପଶିଥିଲେ। ଶାସକ ଦଳର ସଦସ୍ୟମାନେ ମଧ୍ୟ ଭାଜପା ବିଧାୟକ କ୍ଷମା ମାଗିବା ଦାବିରେ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ। ସମସ୍ତ ସଦସ୍ୟ ହଟ୍ଟଗୋଳରେ ମାତିଥିବାରୁ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ପାରି ନ ଥିଲେ। କିପରି ଗୃହକୁ ସ୍ବାଭାବିକ ଅବସ୍ଥାକୁ ଆଣିବେ ସେ କଥା ମଧ୍ୟ ବୁଝିପାରି ନ ଥିଲେ। କେବଳ ସଦସ୍ୟମାନଙ୍କୁ ଚାହିଁ ରହିବା ଛଡ଼ା ବାଚସ୍ପତିଙ୍କ ପାଖରେ କୌଣସି ଉପାୟ ନ ଥିଲା। ପରିସ୍ଥିତି ବିଗୁଡୁଥିବା ଦେଖି ବାଚସ୍ପତି ମାତ୍ର ୧ ମିନିଟ ପରେ ୧୦ଟା ୩୧ରୁ ୧୧ଟା ୩୦ ମିନିଟ୍‌ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଓ ଶାସକ ସଭ୍ୟମାନେ ପୁଣି ହୋହଲ୍ଲା କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୧ଟା ୩୧ରୁ ପୁଣି ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨ଟା ୧ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶାସକ ବିରୋଧୀ ହଟ୍ଟଗୋଳରେ ମାତି ଯାଇଥିଲେ। ବାଚସ୍ପତି ସଦସ୍ୟମାନଙ୍କୁ ନିଜ ସିଟ୍‌କୁ ଯିବାକୁ ଯେତେ ଅନୁରୋଧ କରିଥିଲେ ସୁଦ୍ଧା ପରିସ୍ଥିତିରେ ସୁଧାର ଆସି ନ ଥିଲା। ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷିମନ୍ତ୍ରୀ ଅରୁଣ ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଣବ ପ୍ରକାଶ ଦାସ, ମୋହନ ମାଝି, ତାରା ପ୍ରସାଦ ବାହିନୀପତିଙ୍କୁ ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ। ୧୨ଟା ୧ ମିନିଟ୍‌ରୁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ତିନି ଦଳ ଭିନ୍ନ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲେ। ବୈଠକରେ ପ୍ରଥମେ ଚାଷୀମାନଙ୍କ ଧାନ ଉଠାଇବା କଥା ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା। ଅନ୍ୟପକ୍ଷରେ ବିଧାନସଭାର ମର୍ଯ୍ୟାଦା ହାନି ହୋଇଥିବା ଦର୍ଶାଇ ଭାଜପା ବିଧାୟକ ଗୃହରେ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଥିଲା। ଭାଜପା ଧାନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇଥିଲା। କୌଣସି ଦଳ ନିଜ ଜିଦ୍‌ରୁ ଓହରିବାକୁ ରାଜି ନ ହେବାରୁ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରୁ ନାହିଁ। ନିଜ ପ୍ରସ୍ତାବ ଗ୍ରହଣୀୟ ନ ହେବାରୁ କଂଗ୍ରେସ ସଦସ୍ୟ ବୈଠକର ଅଧାରୁ ଉଠି ଚାଲି ଯାଇଥିଲେ। ଦୀର୍ଘ ୧ ଘଣ୍ଟା କାଳ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ପୁଣି ଅପରାହ୍ନରେ ସର୍ବଦଳୀୟ ବୈଠକ ବସିଥିଲା। ଅପରାହ୍ନ ୪ଟାରୁ ୫ଟା ଯାଏ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନାହିଁ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି: ମୁତୟନ ହେବେ ୧୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟ୍‌ବଲ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ପୋଲିସ କମିଶନର ଏବଂ ଡିସିପି...

ବିଜେଡିରେ ପଶ୍ଚିମ ଓଡ଼ିଶାର ଭାଜପା ନେତା

ଭୁବନେଶ୍ୱର,୨୫ା୭(ଅନିଲ ଦାସ):ପଶ୍ଚିମ ଓଡ଼ିଶାର ବରିଷ୍ଠ ଭାଜପା ନେତା ଓ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ସୋମବାର ଶଙ୍ଖଭବନଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭା ସଦସ୍ୟ...

ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେଲା ‘ନିମନ୍ତ୍ରଣ’

ଭୁବନେଶ୍ୱର, ୪।୯ (ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ...

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ...

ଶ୍ରୀରାମ କାହାଣୀ କହିଲେ ଅରୁଣ ଗୋଭିଲ୍‌

ଭୁବନେଶ୍ୱର,୬।୨(ବ୍ୟୁରୋ):ଶ୍ରୀ ରାମ ଓ ମୁଁ ପର୍ଯ୍ୟାୟକ୍ରମେ ପରିପୂରକ। ମୁଁ ତାଙ୍କ ନାମ ନିଏ, ଆଉ ସେ ମୋତେ କୃପା କରନ୍ତି। ସବୁ ସମୟରେ ଆମେ ରାମଙ୍କୁ...

ଫାର୍ମରେ ବିଦ୍ୟୁତ ସଂଯୋଗ ଲାଗି ନେଉଥିଲେ ଲାଞ୍ଚ, ଲାଇନ୍‌ ମ୍ୟାନ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ

ପିପିଲି,୨୩।୧୨(ଡି.ଏନ୍‌.ଏ.): ପୁରୀ ଜିଲା ପିପିଲିର ଭାରତୀପୁର ବିଦ୍ୟୁତ୍‌ ସେକ୍ସନରେ ଲାଇନ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...

ଫସଲ ବୀମା ପ୍ରଦାନରେ ବିଳମ୍ବ, ରାଜପଥକୁ ଓହ୍ଲାଇଲେ ଚାଷୀ

ସୋହେଲା,୨୭ା୫(ଡି.ଏନ୍‌.ଏ.): ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନକୁ...

ସବୁ ଅଟୋ ପଛରେ ଲାଗିବ ଦର ସାରଣୀ

ପୁରୀ ଅଫିସ,୬।୬: ଅଟୋରେ ଲାଗିବ ଦର ତାଲିକା। ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭିନ୍ନ ଭିନ୍ନ...

Advertisement
Archives

Model This Week