ପୋଲିସକୁ ମହିଳା କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୭।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ଏକ ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା ମଙ୍ଗଳବାର କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ତଦନ୍ତ କରି ୧ ମାସ ଭିତରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଡିସିପି ଡ. ଉମାଶଙ୍କର ଦାଶ ଯାଁଳା ଫାଣ୍ଡି ପରିସରରେ ଥିବା ସମ୍ପୃକ୍ତ ଜବତ କାର୍‌କୁ ଯାଞ୍ଚ କରିଛନ୍ତି। ଏଥିସହ ଫାଣ୍ଡିଠାରୁ ଉକ୍ତ ଗାଡ଼ିର ଦୂରତା ପରଖିଥିଲେ। ମହିଳାଙ୍କ ପରିଚୟ ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳରେ କେତେଜଣ ଲୋକଙ୍କୁ ପଚାରିବା ସହ ଆଶ୍ରୟସ୍ଥଳ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଫାଣ୍ଡି ଅଧିକାରୀଙ୍କୁ କହିଥିଲେ। ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍‌ର ରଫ୍‌ ହୋଇଛି। ଆଗାମୀ ୩/୪ଦିନ ମଧ୍ୟରେ ପୁରା ଫଟୋ ଆସିଯିବ। ଏହି ଫଟୋକୁ ପ୍ରସାରଣ କରାଯାଇ ମହିଳାଙ୍କ ପରିଚୟ ପାଇବା ପାଇଁ ଉଦ୍ୟମ ହେବ ବୋଲି ଡିସିପି ଦାଶ କହିଛନ୍ତି। ଯାଞ୍ଚ ବେଳେ ଡିସିପିଙ୍କ ସହ ଏସିପି ପ୍ରାଣବନ୍ଧୁ ରାଉତ ଓ ତଦନ୍ତକାରୀ ମହିଳା ଇନ୍ସପେକ୍ଟର ବନିତା ମହାରଣା ଉପସ୍ଥିତ ଥିଲେ। ଅନ୍ୟପଟେ ଗତ ସୋମବାର ଘଟଣାକୁ ନେଇ ନିଲମ୍ବିତ ହୋଇଥିବା ଏସ୍‌ଆଇଙ୍କୁ ମହିଳା ଥାନାଧିକାରୀ ମହାରଣା ପଚରାଉଚରା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ତଥା ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।
ଉକ୍ତ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଗଞ୍ଜାମ ପୋଲିସ ଭୁବନେଶ୍ୱର ଯାଁଳା ଫାଣ୍ଡି ଅଞ୍ଚଳରେ ଚଢ଼ାଉ କରି ଧରିଥିଲା। ସେବେଠାରୁ ଉକ୍ତ କାର୍‌ ଯାଁଳା ଫାଣ୍ଡି ପରିସରରେ ପଡ଼ିରହିଛି। ଗତ ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ମାଲିକ ବିପିନ ପଟ୍ଟନାୟକ କୋର୍ଟ ଅର୍ଡର ଧରି ଫାଣ୍ଡିରେ ପହଞ୍ଚତ୍ଥିଲେ। କାର୍‌ ପାଖକୁ ଯିବାବେଳେ ଭିତରେ ମଣିଷ କଙ୍କାଳ ପଡ଼ିଥିବା ସହ ଦୁର୍ଗନ୍ଧ ବାହାରୁଥିଲା। କାର୍‌ କାଚ ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ଉକ୍ତ କଙ୍କାଳ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାକୁ ନେଇ ଡିସିପି ଦାଶ ଜୋନ୍‌ ଏସିପିଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଗତ ୬ ତାରିଖରେ ଫାଣ୍ଡି ଅଧିକାରୀ ଡିସିପିଙ୍କ ପାଖରେ ଏକ ସ୍ପଷ୍ଟୀକରଣ ପତ୍ର ଉପସ୍ଥାପନ କରିଥିଲେ, ଯେଉଁଥିରେ ଏ ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିବା ଓ ନିଜକୁ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରିଥିଲେ। ପରେ ତାଙ୍କୁ କାର୍ଯ୍ୟରେ ଅବହେଳା ନିମନ୍ତେ ଡିସିପି ସସ୍‌ପେଣ୍ଡ କରିଥିଲେ। ସେହିଦିନ ଏହି ଘଟଣାର ତଦନ୍ତ ଦାୟିତ୍ୱ ମହିଳା ଥାନା ଆଇଆଇସିଙ୍କୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri