ସିଇଟି ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୨.୧୯ କୋଟିର ସମ୍ପତ୍ତି ଠାବ
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଜଣେ ଅଧ୍ୟାପକଙ୍କ ଘର ସମେତ ୪ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେ ହେଲେ ଘାଟିକିଆସ୍ଥିତ କଲେଜ ଅଫ୍ ଇଞ୍ଜିନିୟିରିଂ ଆଣ୍ଡ୍ ଟେକ୍ନୋଲୋଜି (ସିଇଟି) ଗଣିତ ବିଭାଗର ସହକାରୀ...
ଧର୍ମଘଟ କଲେ ଜେଲ
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସରକାରୀ କର୍ମଚାରୀ ମନଇଚ୍ଛା ଧର୍ମଘଟ କରିପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରିପାରିବେ ନାହିଁ। ବେଆଇନ ଧର୍ମଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୧ ବର୍ଷ ଜେଲ ସହିତ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।...
କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପିପିଇ କିଟ୍ ଓ ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିନାହାନ୍ତି। ତେଣୁ ଏହାକୁ ନେଇ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାର ଚୁଡାନ୍ତ ଶୁଣାଣି ଆସନ୍ତା ୭ ତାରିଖରେ କରାଯିବ ବୋଲି...
୪ ଦିନ ହେଲା ବଢୁଛି ତେଲ ଦର: ପେଟ୍ରୋଲ ୭,ଡିଜେଲ ୨୦ ପଇସା
ଭୁବନେଶ୍ୱର,୨୪।୧୧: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢିବା...
ଟେମରା, କାଉଡୋଳାରେ ଧାନ ମଣ୍ଡି ଖୋଲିଲା
କୋକସରା, ୨୪।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନ କାଉଡୋଳା ଓ ଟେମରାରେ ସୋମବାରଠୁୁ ଧାନ ମଣ୍ଡି ଆରମ୍ଭ ହୋଇଛି। କୋକସରା ବ୍ଲକର ୧୪ଟି ମଣ୍ଡି ଓ ଉପମଣ୍ଡିରେ ମଧ୍ୟ ଧାନ କିଣା ପ୍ରକ୍ରିୟା ଆରମ୍ଭ...
ସ୍କୁଲ ବନ୍ଦ ପରେ ବସ୍ତାନି ବଦଳରେ ଗୋରୁଗାଈ ଚରାଉଛନ୍ତି ପିଲା
କୋକସରା, ୨୪।୧୧ (ଡି.ଏନ.ଏ.) ଆଜକୁ ପ୍ରାୟ ୭ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଯୋଗୁ ସ୍କୁଲରେ ପଡିଛି ତାଲା। ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଉପାନ୍ତ ଓ ବନବାସୀ ଅଞ୍ଚଳରେ ପଢ଼ୁଥିବା ପିଲାଙ୍କ ଭାଗ୍ୟ। ଏବେ ବହି ବସ୍ତାନି...
ପ୍ରେରଣା ସାଜିଛନ୍ତି ନନ୍ଦିନୀ
କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ...
ଚାନ୍ଦିପୁର ବେଳାଭୂମି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ବାଲେଶ୍ୱର ଅଫିସ-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୧୫ କି.ମି. ଦୂରରେ ରହିଛି ଚାନ୍ଦିପୁର ବେଳାଭୂମି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଶୀତଋତୁରେ ଏହି ବେଳାଭୂମିକୁ ଆସିଥାନ୍ତି। ପିକ୍ନିକ୍, ମେଳା, ମହୋତ୍ସବରେ ଭରି ଉଠେ ବେଳାଭୂମି ଅଞ୍ଚଳ। ଚଳିତବର୍ଷ ମହାମାରୀ କରୋନା ପ୍ରଭାବରେ...
‘ବ୍ଲାକ୍ ଡାଇମଣ୍ଡ’ କହିବ କୋଇଲା କାହାଣୀ
ଅନୁଗୋଳ ଅଫିସ, ୨୪।୧୧ କୋଇଲାକୁ କାହିଁକି କଳାହୀରା କୁହାଯାଏ। ଏହି ପ୍ରାକୃତିକ ସମ୍ପଦର ଉତ୍ପତ୍ତି କେମିତି। ତା’ ଭିତରେ ଥିବା ଶକ୍ତିର ଆଧାର କ’ଣ। ମାଟିତଳେ ଥିବା କୋଇଲାର ଶଯ୍ୟା କିପରି ଜାଣିହେବ। ବିନା ବିସ୍ଫୋରଣରେ ଉତ୍ପାଦନ କେମିତି ସମ୍ଭବ...
ରାଜ୍ୟରେ ସୁସ୍ଥ ହେଲେ ୯୧୩ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୯୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୋଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ...
ସୀମାନ୍ତରେ ଗୁଳି ବିନିମୟ: ୩ ମାଓବାଦୀ ନିହତ, ଜଣେ ଯବାନ ଆହତ
ମାଲକାନଗିରି,୨୩ା୧୧(ଡି.ଏନ୍.ଏ.)-ମାଲକାନଗରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡରେ ସୋମବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ତେବେ ଏହି ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି,...
୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ସବିତା ଆଚାର୍ଯ୍ୟଙ୍କ ନାଁ ରହିଛି। ସେହିପରି ଫକୀର...
Archives


